ରୋହିତକ Rohitaka
- ସଂ. ବି—(ରୁହ୍ ଧାତୁ+କର୍ତ୍ତୃ. ତ+ସ୍ୱାର୍ଥେ କ) — ଆରଣ୍ୟ ବୃକ୍ଷ ବିଶେଷ; ସୁଆମ ଗଛ — A wild timber tree; the Indian red wood tree; Andersonia Rohitaca, Tecoma Andulata; Amura Rohitaka; Soymida Febrifuga
- ସଂ. ବି—(ରୁହ୍ ଧାତୁ+କର୍ତ୍ତୃ. ତ+ସ୍ୱାର୍ଥେ କ) — [ଦ୍ର—ଏ କାଠରେ ଘରର କଡ଼ି, ପଟା, ଆଲମାରି ଓ ଖୁଣ୍ଟ ହୁଏ। ଏହାର କାଠ ନାଲି। ଏହା ଶ୍ୱେତ ଓ ରକ୍ତବର୍ଣ୍ଣ ଭେଦରେ ଦୁଇ ପ୍ରକାର। ଯଥା— ଶ୍ୱେତ — Tecoma Andulataଓ ରକ୍ତ—Soymida Febrifuga.ଏହା ନିମ୍ବାଦି ବର୍ଗର ବୃହତ୍ ତରୁ; କାଣ୍ଡ ସଳଖ; ବଳକ ନାଲିଆ; ମଞ୍ଜ କାଠ ନାଲି, ଦୃଢ଼ ଓ ସ୍ଥାୟୀ; ପତ୍ର3ଠାରୁ6ଯୋଡ଼ା ପର୍ଣ୍ଣଯୁକ୍ତ; ପର୍ଣ୍ଣ24ଇଞ୍ଚ ଲମ୍ବା; ଫଳ12ଇଞ୍ଚ ଲମ୍ବ; ଫଳ ପକ୍ୱ ହେଲେ ପାଞ୍ଚ ଚିରୁଡ଼ା ହୋଇ ଫାଟି ଯାଏ ବୀଜ ଅନେକ, ଚେପଟା ଓ ପକ୍ଷଯୁକ୍ତ; ମଧ୍ୟ ଭାରତ ଓ ପଶ୍ଚିମ ଭାରତରେ ଏ ଗଛ ଜନ୍ମେ ବୈଦ୍ଯକ ମତରେ ଏହା ପ୍ଳୀହନାଶକ, ରୁଚିକାରକ ଓ ରକ୍ତ ପ୍ରସାଦକ ଶୀତକାଳରେ ଏ ଗଛ ପତରଝଡ଼ା ଦିଏ]