ରୋହିଣୀ କୁଣ୍ଡ Rohiṇī kuṇḍa

  • ସଂ. ବି — ଶ୍ରୀକ୍ଷେତ୍ର ପୁରୀର ବଡ଼ ଦେଉଳ ବେଢ଼ା ମଧ୍ୟରେ ଦେଉଳର ଦକ୍ଷିଣରେ ଥିବା ଗୋଟିଏ କ୍ଷୁଦ୍ର ଜଳ କୁଣ୍ଡ — Name of a small reservoir of water inside the compound of the Jagannātha temple at Puri
  • ସଂ. ବି — (ଉ— ତଳେ ତା ରୋହିଣୀର କୁଣ୍ଡ, କାରୁଣ୍ୟ ଜଳ ଏଥି ରୁଣ୍ଡ— ଯଶୋବନ୍ତ, ପ୍ରେମଭକ୍ତି, ବ୍ରହ୍ମଗୀତା।]
  • ସଂ. ବି — [ଦ୍ର— ପୁରାଣରେ କଥିତ ଅଛି ଯେ, ଗୋଟିଏ କାକ ଏଥିରେ ସ୍ନାନ କରି ଚର୍ତୁର୍ଭୁଜ ହୋଇଥିଲା। ସେ କୁଣ୍ଡଟିର ଦୀର୍ଘ ପ୍ରାୟ 2। 3 ହାତ, ପ୍ରସ୍ଥ 2 ହାତ ଓ ଗଭୀରତା 2 ହାତ। ଏଥି ମଧ୍ୟରେ ଗୋଟିଏ ଚାରିଗୋଡ଼ିଆ କୁଆର ପ୍ରସ୍ତର ମୂର୍ତ୍ତି ରକ୍ଷିତ ହୋଇଅଛି। ଏହା କଳ୍ପବଟ ନାମକ ବଟ ବୃକ୍ଷର ଉତ୍ତର—ପଶ୍ଚିମରେ ଓ ବିମଳାଙ୍କ ମନ୍ଦିରର ସମ୍ମୁଖରେ ଥିବା ସିଂହର ପଛରେ ଅବସ୍ଥିତ।] — [ଦ୍ର— ପୁରାଣରେ କଥିତ ଅଛି ଯେ, ଗୋଟିଏ କାକ ଏଥିରେ ସ୍ନାନ କରି ଚର୍ତୁର୍ଭୁଜ ହୋଇଥିଲା ସେ କୁଣ୍ଡଟିର ଦୀର୍ଘ ପ୍ରାୟ2 3ହାତ, ପ୍ରସ୍ଥ2ହାତ ଓ ଗଭୀରତା2ହାତ ଏଥି ମଧ୍ୟରେ ଗୋଟିଏ ଚାରିଗୋଡ଼ିଆ କୁଆର ପ୍ରସ୍ତର ମୂର୍ତ୍ତି ରକ୍ଷିତ ହୋଇଅଛି ଏହା କଳ୍ପବଟ ନାମକ ବଟ ବୃକ୍ଷର ଉତ୍ତର—ପଶ୍ଚିମରେ ଓ ବିମଳାଙ୍କ ମନ୍ଦିରର ସମ୍ମୁଖରେ ଥିବା ସିଂହର ପଛରେ ଅବସ୍ଥିତ]