ରୂପଚାନ୍ଦ ଦାସ ମହାପାତ୍ର Rūpachānda dāsa mahāpātra

  • ଦେ. ବି. (ନାମ) — କଲିକତାର ଗାୟକଦଳର କର୍ତ୍ତା ଓ ପ୍ରସିଦ୍ଧ ବଙ୍ଗଳା ଗୀତ ରଚୟିତା ଓ ଗାୟକ — A famous poet and singer of Bengalee songs who was an Oriya by birth and proprietor of a popular opera-party in Bengal
  • ଦେ. ବି. (ନାମ) — [ଦ୍ର—ଏ ଜଣେ ପ୍ରସିଦ୍ଧ ବଙ୍ଗଳା ସଙ୍ଗୀତର ରଚୟିତା ଓ ସଙ୍ଗୀତ ଦଳର କର୍ତ୍ତା ଥିଲେ। ଏହାଙ୍କ ପୂର୍ବପୁରୁଷଗଣ ଦକ୍ଷିଣ ଦେଶବାସୀ। ଏହାଙ୍କ ପିତା ଗୌର— ହରିଦାସ ମହାଯାତ୍ରା ଗୌଡ଼େଶ୍ୱର ଷ(ଚୂ?)ଡ଼ଙ୍ଗ ଦେବଙ୍କ ବଂଶ ସଂଭୂତା ଚିଲ୍କାହ୍ରଦ କୂଳରେ ଏହାଙ୍କ ଆଦିମ ବାସ ଥିଲା। ଗୌରହରି କର୍ମୋପଲକ୍ଷରେ କଲିକତାକୁ ଆସି ବାସ କଲେ, ସନ 1221 ସାଲ ମାଘମାସରେ ରୂପଚାନ୍ଦଙ୍କ ଜନ୍ମ ହୋଇଥିଲା। ବାଲ୍ୟକାଳରୁ ଏ ସଙ୍ଗୀତ ବିଦ୍ୟାରେ ଅନୁରାଗୀ ଥିଲେ। ଏ ଅନେକ ଶାନ୍ତିରସାତ୍ମକ ଓ ବିଦ୍ରୂପାତ୍ମକ ସଙ୍ଗୀତ ରଚନା କରିଥିଲେ ଓ ଅନେକ ସଭାରେ ସ୍ୱୟଂ ସଙ୍ଗୀତ ଗାନ କରି ସମସ୍ତଙ୍କୁ ତୁଷ୍ଟ କରୁଥିଲେ। ଏହାଙ୍କ ସଙ୍ଗୀତ ଏବେ ମଧ୍ୟ ଅନେକ ସ୍ଥାନରେ ଗୀତ ହୁଏ—ସୁବଳଚନ୍ଦ୍ର। ଏହାଙ୍କ ଗୀତମାନ ପକ୍ଷୀ ବା ଗରୁଡ଼ଙ୍କ ନାମରେ ଭଣିତା ହୋଇଥିଲା। ଏ ଯେଉଁ ଗାଡ଼ିରେ ଯିବା ଆସିବା କରୁଥିଲେ ତାହା ପକ୍ଷୀଙ୍କ ପଞ୍ଜୁରି ଆକୃତିର ଥିଲା। ସେ ମଧ୍ୟ ବେଳେବେଳେ ପକ୍ଷୀପରି ରାବ କରୁଥିଲେ— ଜ୍ଞାନେନ୍ଦ୍ର।] — [ଦ୍ର—ଏ ଜଣେ ପ୍ରସିଦ୍ଧ ବଙ୍ଗଳା ସଙ୍ଗୀତର ରଚୟିତା ଓ ସଙ୍ଗୀତ ଦଳର କର୍ତ୍ତା ଥିଲେ ଏହାଙ୍କ ପୂର୍ବପୁରୁଷଗଣ ଦକ୍ଷିଣ ଦେଶବାସୀ ଏହାଙ୍କ ପିତା ଗୌର— ହରିଦାସ ମହାଯାତ୍ରା ଗୌଡ଼େଶ୍ୱର ଷ(ଚୂ?)ଡ଼ଙ୍ଗ ଦେବଙ୍କ ବଂଶ ସଂଭୂତା ଚିଲ୍କାହ୍ରଦ କୂଳରେ ଏହାଙ୍କ ଆଦିମ ବାସ ଥିଲା ଗୌରହରି କର୍ମୋପଲକ୍ଷରେ କଲିକତାକୁ ଆସି ବାସ କଲେ, ସନ1221ସାଲ ମାଘମାସରେ ରୂପଚାନ୍ଦଙ୍କ ଜନ୍ମ ହୋଇଥିଲା ବାଲ୍ୟକାଳରୁ ଏ ସଙ୍ଗୀତ ବିଦ୍ୟାରେ ଅନୁରାଗୀ ଥିଲେ ଏ ଅନେକ ଶାନ୍ତିରସାତ୍ମକ ଓ ବିଦ୍ରୂପାତ୍ମକ ସଙ୍ଗୀତ ରଚନା କରିଥିଲେ ଓ ଅନେକ ସଭାରେ ସ୍ୱୟଂ ସଙ୍ଗୀତ ଗାନ କରି ସମସ୍ତଙ୍କୁ ତୁଷ୍ଟ କରୁଥିଲେ ଏହାଙ୍କ ସଙ୍ଗୀତ ଏବେ ମଧ୍ୟ ଅନେକ ସ୍ଥାନରେ ଗୀତ ହୁଏ—ସୁବଳଚନ୍ଦ୍ର ଏହାଙ୍କ ଗୀତମାନ ପକ୍ଷୀ ବା ଗରୁଡ଼ଙ୍କ ନାମରେ ଭଣିତା ହୋଇଥିଲା ଏ ଯେଉଁ ଗାଡ଼ିରେ ଯିବା ଆସିବା କରୁଥିଲେ ତାହା ପକ୍ଷୀଙ୍କ ପଞ୍ଜୁରି ଆକୃତିର ଥିଲା ସେ ମଧ୍ୟ ବେଳେବେଳେ ପକ୍ଷୀପରି ରାବ କରୁଥିଲେ— ଜ୍ଞାନେନ୍ଦ୍ର]