ରୂପ ଗୋସ୍ୱାମୀ Rūpa goswāmī

  • ଦେ. ବି (ନାମ) — (ଖ୍ରୀ. 1489 — 1563 ) ଶ୍ରୀ ଚୈତନ୍ୟଙ୍କ ସମସାମୟିକ ପ୍ରସିଦ୍ଧ ବିଷ୍ଣୁଭକ୍ତ ସାଧକ — (ଖ୍ରୀ.1489—1563) ଶ୍ରୀ ଚୈତନ୍ୟଙ୍କ ସମସାମୟିକ ପ୍ରସିଦ୍ଧ ବିଷ୍ଣୁଭକ୍ତ ସାଧକ—Name of a famous contemporary of Ṡrīcha̲i̱tanya
  • ଦେ. ବି (ନାମ) — [ଦ୍ର— ଏହାଙ୍କ ବାଲ୍ୟକାଳର ନାମ ସନ୍ତୋଷ ଓ ଏହାଙ୍କ ଭାଇଙ୍କ ନାମ ସନାତନ। ଏ ଦୁଇଭାଇ ପ୍ରଥମେ ବଙ୍ଗଦେଶର ନବାବ୍ ହୁସେନ୍ ଖାଁଙ୍କ ଉଚ୍ଚପଦସ୍ଥ କର୍ମଚାରୀ (ଦବୀରଖାସ୍) ଥାଇ ଅତ୍ୟନ୍ତ ଅତ୍ୟାଚାରୀ ଥିଲେ। ଶ୍ରୀ ଚୈତନ୍ୟ— ତାଙ୍କ ଶିଷତ୍ୱ ଗ୍ରହଣ କରି ସଂସାରବିରାଗୀ ହୋଇ ବୃନ୍ଦାବନରେ ତୀର୍ଥବାସ କଲେ। ଏ ସଂସ୍କୃତରେ ମହାପଣ୍ଡିତ ଥିଲେ ଓ ବୃନ୍ଦାବନରେ ବୈଷ୍ଣବଧର୍ମ୍ମ ପ୍ରଚାର ପୂର୍ବକ ଅନେକ ବୈଷ୍ଣବ ଧର୍ମଗ୍ରନ୍ଥ ରଚନା କରିଥିଲେ। ଏହାଙ୍କ ଶିଷ୍ୟ ଜୀବ ଗୋସ୍ୱାମୀ। ରୂପ ଗୋସ୍ୱାମୀ ମହାପଣ୍ଡିତ ଥିଲେ ସୁଦ୍ଧା ତାଙ୍କଠାରେ ପାଣ୍ଡିତ୍ୟଗର୍ବ ଲେଶମାତ୍ର ନ ଥିଲା। ଏକଦା ବୃନ୍ଦାବନଠାରେ ଜଣେ ଦିଗ୍ବିଜୟୀ ପଣ୍ଡିତ ଆସି ଏହାଙ୍କ ସଙ୍ଗେ ଶାସ୍ତ୍ରବିଚାର କରିବାକୁ ପ୍ରସ୍ତାବକଲାରୁ ଏ ସ୍ୱହସ୍ତରେ ଉକ୍ତ ପଣ୍ଡିତଙ୍କୁ ବିନାବିଚାରରେ ଜୟପତ୍ର ଲେଖିଦେଲେ। ପରେ ଉକ୍ତ ପଣ୍ଡିତଙ୍କୁ ରୂପଙ୍କ ଶିଷ୍ୟ ଜୀବଗୋସ୍ୱାମୀ ବିଚାରରେ ପରାସ୍ତ କଲେ।]