ରୁଷୁଣି Rushuṇi
- ଦେ. ବି (ସଂ. ରୁଷ୍ ଧାତୁ) — ରୁଷିବା; କ୍ରୋଧ କରିବା — Becoming angry
- ଦେ. ବି (ସଂ. ରୁଷ୍ ଧାତୁ) — ଅଭିମାନ — Sullenness; scowling; sulks
- ବୈଦେ. ବି (ଫା. ରୋସ୍ନାଇ) — ରୋଷଣି; ରୋସ୍ନାଇ; ରାତ୍ରିରେ ଆଲୋକଯୁକ୍ତ ଶୋଭାଯାତ୍ରା — Grand display and procession with lights and fireworks
- ବୈଦେ. ବି (ଫା. ରୋସ୍ନାଇ) — ବ୍ରତ ହେବା ଦିନ ଉପନୟନ ପରେ ବ୍ରହ୍ମଚାରୀ ବେଶରେ ବ୍ରତବେଦୀରୁ ଉଠି ଗ୍ରାମମୁଣ୍ଡର ଦେବା- ଳୟକୁ ଶୋଭାଯାତ୍ରା କରି ଯିବା ଓ ତେଣୁ ଫେରି ଆସିବା — A procession accompanying the boy who is newly invested with the sacred thread when he walks to an Idol at the end of the village and comes back again
- ବୈଦେ. ବି (ଫା. ରୋସ୍ନାଇ) — [ଦ୍ର—ବ୍ରତ ହୋଇ ସାରି ବାଳକ ବ୍ରହ୍ମଚାରୀବେଶରେ ବେଦୀରୁ ଉଠି କାନ୍ଧରେ ଯାଉଁଳୀଟିଏ ପକାଇ, ମରହଟ୍ଟୀ ଜୋତା ମାଡ଼ି, ତାଳ ପତ୍ର ଛତା ଖଣ୍ଡେ କାନ୍ଧରେ ଧରି ଗ୍ରାମ ମୁଣ୍ଡକୁ ଶୋଭାଯାତ୍ରା କରି ଯାଏ। ଗ୍ରାମ ମୁଣ୍ଡଠାରେ ପରିବାରର ବ୍ଯକ୍ତିମାନେ ତାକୁ ଉଗାଳନ୍ତି ଓ ପଚାରନ୍ତି "ତୁମେ କୁଆଡ଼େ ଯାଉଛ ?" ବାଳକ ଉତ୍ତର କରେ "ଆମକୁ ବାପା ବ୍ରତ କରାଇଲେ କିନ୍ତୁ ବିବାହ ନ କରାଇବାରୁ ଆମେ ଘରୁ ରୁଷିକରି ଯାଉଅଛୁଁ।" ଏହା ଶୁଣି ବାଟ ଉଗାଳିବା ବ୍ଯକ୍ତି କହେ "ଆଚ୍ଛା ! ଆମେ ବାପାଙ୍କୁ କହି ବିବାହ କରାଇ ଦେବା; ତୁମେ ରୁଷି ଯାଅ ନାହିଁ; ଫେରିଆସ।" ଏହା ଶୁଣି ବାଳକ ସେହିଠାରୁ ଘରକୁ ଫେରି ଆସେ। ସମ୍ଭବତଃ ଉପନୟନ ପରେ ବ୍ରାହ୍ମଣ ବାଳକ ବ୍ରହ୍ମଚାରୀ ବେଶରେ ଗୁରୁଙ୍କ ଗୃହକୁ ଯାତ୍ରା କରୁଥିବା ବିଧିର ଏହା ଚିହ୍ନ ଅଟେ।]
- ବୈଦେ. ବି (ଫା. ରୋସ୍ନାଇ) — ବିବାହ ଦିନ ବିବାହ ପରେ ଏକାକୀ ହୋଇ ବର ପାଲିଙ୍କିରେ ବସି ଶୋଭାଯାତ୍ରା କରିବା — A procession made by the bridegroom in the evening of the marriage without the bride accompanying him
- ବୈଦେ. ବି (ଫା. ରୋସ୍ନାଇ) — [ଦ୍ର—ଏଥିରେ ମଧ୍ୟ କେତେକ ଲୋକ ରୁଷି— ଯାଉଥିବା ବରକୁ ଖଣ୍ଡଦୂରରୁ ଫେରାଇ ଆଣନ୍ତି।]