ରୁମା Rumā
- ସଂ. ବି. ସ୍ତ୍ରୀ (ରୁ ଧାତୁ=ରବ କରିବା+କର୍ତ୍ତୃ. ମ+ସ୍ତ୍ରୀ. ଆ) — ରାମାୟଣବର୍ଣ୍ଣିତା ସୁଗ୍ରୀବଙ୍କ ପତ୍ନୀ — The wife of Sugrība described in the Rāmāyaṇa
- ସଂ. ବି. ସ୍ତ୍ରୀ (ରୁ ଧାତୁ=ରବ କରିବା+କର୍ତ୍ତୃ. ମ+ସ୍ତ୍ରୀ. ଆ) — [ଉ—ବିଗତ ଦୁଃଖ ସୁଗ୍ରୀବ ସୁରଙ୍ଗେ, ବିଲସିତ ଯେ ତାରା ରୁମା ସଙ୍ଗେ। ଭଞ୍ଜ. ବୈଦେହୀଶବିଳାସ।]
- ସଂ. ବି. ସ୍ତ୍ରୀ (ରୁ ଧାତୁ=ରବ କରିବା+କର୍ତ୍ତୃ. ମ+ସ୍ତ୍ରୀ. ଆ) — [ଦ୍ର—ଏ ବୃହସ୍ପତିଙ୍କ କନ୍ଯା ଓ ସୁଗ୍ରୀବଙ୍କ ସ୍ତ୍ରୀ। ଜ୍ୟେଷ୍ଠଭ୍ରାତା ବାଳୀ ସୁଗ୍ରୀବଙ୍କୁ କିଷ୍କିନ୍ଧ୍ୟା ରାଜ୍ୟରୁ ତଡ଼ି ଦେବା ସମୟରେ ରୁମା ବାଳୀଙ୍କ ଆଶ୍ରୟରେ ରହିଥିଲେ। ପରେ ଶ୍ରୀରାମଙ୍କଦ୍ୱାରା ବାଳୀ ନିହତ ହେବାରୁ ରୁମା ସ୍ୱୀୟ ସ୍ୱାମୀଙ୍କ ସଙ୍ଗେ ପୁନର୍ମିଳିତା ହେଲେ।]
- ସଂ. ବି. ସ୍ତ୍ରୀ (ରୁ ଧାତୁ=ରବ କରିବା+କର୍ତ୍ତୃ. ମ+ସ୍ତ୍ରୀ. ଆ) — ରାଜପୁତାନା ଅଞ୍ଚଳର ସାମ୍ବର ପ୍ରଦେଶର ଲୁଣର ଖଣି — Mines of rock salt in Rājputānā(N. W. India)
- ସଂ. ବି. ସ୍ତ୍ରୀ (ରୁ ଧାତୁ=ରବ କରିବା+କର୍ତ୍ତୃ. ମ+ସ୍ତ୍ରୀ. ଆ) — ଶୁକ (ଦେଖ) — Ṡuka. (See)
- ସଂ. ବି. ସ୍ତ୍ରୀ (ରୁ ଧାତୁ=ରବ କରିବା+କର୍ତ୍ତୃ. ମ+ସ୍ତ୍ରୀ. ଆ) — (କବିରାଜ ହରେକୃଷ୍ଣ ମିଶ୍ରଙ୍କ ଦ୍ରବ୍ଯଗୁଣ)
- ଦେ. ବି — ଲୋମମୟ ବସ୍ତ୍ର — Dress of fur
- ଦେ. ବି — ପଶମୀ ଲୁଗା
- ଦେ. ବିଣ — ଲୋମମୟ — Full of fur; downy; shaggy
- ଦେ. ବିଣ — ପଶମୀ — Woolen
- ପ୍ରାଦେ (ସିଂହଭୂମି)— ବି — ରୁମ୍ହା (ଦେଖ) — Rum-hā. (See)