ରୁମାଲି Rumāli

  • ଦେ. ବି — ଭାରତରେ ପୂର୍ବେ ଅତ୍ୟାଚାର କରୁଥିବା ଦଳ— ବଦ୍ଧ ଏକ ଶ୍ରେଣୀର ନରହନ୍ତା ଦସ୍ୟୁ; ଠଗ — Gangs of highway robbers who used to strangle wayfarers to death by tightening handkerchiefs round their necks
  • ଦେ. ବି — [ଦ୍ର— ଏମାନେ ରୁମାଲକୁ ଦଉଡ଼ିଭଳି ଗୁଡ଼ାଇ ତାକୁ ପଥିକମାନଙ୍କ ଗଳାରେ ଭିଡ଼ି ପଥିକମାନଙ୍କୁ ହତ୍ୟାକରି ଧନ ଲୁଣ୍ଠନ କରୁଥିଲେ। ଏମାନଙ୍କୁ ଠଗ ବୋଲାଯାଏ। ଲର୍ଡ— ବେଣ୍ଟିକ୍ ଭାରତର ବଡ଼ଲାଟ ଥିବା ସମୟରେ (ଖ୍ରୀ 1828 — 1835 ) ଏ ଦସ୍ୟୁଦଳଙ୍କୁ ଦମନ ଓ ନିର୍ମୂଳ କଲେ। ଏ 'ଠଗବିଭାଗ' ନାମରେ ଗୋଟିଏ ସରକାରୀ ବିଭାଗ ସ୍ଥାପନ କରି କର୍ଣ୍ଣେଲ୍ ସ୍ଲିମାନ୍ ନାମକ ଜଣେ ପଲଟଣିଆସାହେବଙ୍କୁ ଏ ଠଗମାନଙ୍କ ଦମନକାର୍ଯ୍ୟରେ ନିଯୁକ୍ତ କଲେ। ସ୍ଲିମାନ୍ ସାହେବଙ୍କ ଅକ୍ଳାନ୍ତ ଉଦ୍ୟମରେ ଖ୍ରୀ 1830 ଠାରୁ 1835 ପର୍ଯ୍ୟନ୍ତ ପ୍ରାୟ ଦୁଇ ହଜାର ଠଗଙ୍କୁ ଧରାଯାଇ ଫାସୀ ଦିଆ ଗଲା ଏବଂ ଏଥିର ଫଳରେ ଦେଶରୁ ରୁମାଲୀ ଠଗମାନଙ୍କ ଅତ୍ୟାଚାର ଦୂରୀଭୂତ ହେଲା।] — [ଦ୍ର— ଏମାନେ ରୁମାଲକୁ ଦଉଡ଼ିଭଳି ଗୁଡ଼ାଇ ତାକୁ ପଥିକମାନଙ୍କ ଗଳାରେ ଭିଡ଼ି ପଥିକମାନଙ୍କୁ ହତ୍ୟାକରି ଧନ ଲୁଣ୍ଠନ କରୁଥିଲେ ଏମାନଙ୍କୁ ଠଗ ବୋଲାଯାଏ ଲର୍ଡ— ବେଣ୍ଟିକ୍ ଭାରତର ବଡ଼ଲାଟ ଥିବା ସମୟରେ (ଖ୍ରୀ1828—1835) ଏ ଦସ୍ୟୁଦଳଙ୍କୁ ଦମନ ଓ ନିର୍ମୂଳ କଲେ ଏ 'ଠଗବିଭାଗ' ନାମରେ ଗୋଟିଏ ସରକାରୀ ବିଭାଗ ସ୍ଥାପନ କରି କର୍ଣ୍ଣେଲ୍ ସ୍ଲିମାନ୍ ନାମକ ଜଣେ ପଲଟଣିଆସାହେବଙ୍କୁ ଏ ଠଗମାନଙ୍କ ଦମନକାର୍ଯ୍ୟରେ ନିଯୁକ୍ତ କଲେ ସ୍ଲିମାନ୍ ସାହେବଙ୍କ ଅକ୍ଳାନ୍ତ ଉଦ୍ୟମରେ ଖ୍ରୀ1830ଠାରୁ1835ପର୍ଯ୍ୟନ୍ତ ପ୍ରାୟ ଦୁଇ ହଜାର ଠଗଙ୍କୁ ଧରାଯାଇ ଫାସୀ ଦିଆ ଗଲା ଏବଂ ଏଥିର ଫଳରେ ଦେଶରୁ ରୁମାଲୀ ଠଗମାନଙ୍କ ଅତ୍ୟାଚାର ଦୂରୀଭୂତ ହେଲା]
  • ଦେ. ବି — ଏକ ଶ୍ରେଣୀର ବାଳକ ନର୍ତ୍ତକ — A class of dancing boys used as objects for satisfaction of unnatural lust
  • ଦେ. ବି — [ଦ୍ର—ଏମାନେ କାମୁକମାନଙ୍କର ଇନ୍ଦ୍ରିୟଲାଳସାକୁ ଅସ୍ୱାଭାବିକ ଉପାୟରେ ତୃପ୍ତ କରିବା ସାମଗ୍ରୀରୂପେ ବ୍ଯବହୃତ ହେଉଥିଲେ। ସଭ୍ୟତାର ପ୍ରଚାର ଓ ଅସ୍ୱାଭାବିକ ପୁଂମୈଥୁନାଦି ନିବାରକ ଆଇନ୍ ପ୍ରଚଳନ ହେତୁ ଅଧୁନା ଏମାନଙ୍କ ସଂଖ୍ୟା ଓ ବ୍ଯବସାୟ କ୍ରମଶଃ ମାନ୍ଦ୍ୟ ଲାଭ କରୁଅଛି; ଏମାନେ ରୁମାଲ୍ଦ୍ୱାରା ଗୁଦମାର୍ଗକୁ କାମୁକମାନଙ୍କ ପୁଂମୈଥୁନୋପ— ଯୋଗୀ କରିବା କର୍ମ କରୁଥିବାରୁ ଏମାନଙ୍କର ଏହି ନାମ ହୋଇଥିଲା।]