ରୁବ୍କାରି Rub-kāri
- ବୈଦେ. ବି. (କଚିରିଆ; ଫା. ରୋବ୍କାରୀ) — ରୋବକାରି; ଅଦାଲତଙ୍କର କୌଣସି ମକଦ୍ଦମା ବିଚାରସମ୍ବନ୍ଧୀୟ କର୍ମ ବା କାର୍ଯ୍ୟାବଳି — Proceedings of a court regarding a case
- ବୈଦେ. ବି. (କଚିରିଆ; ଫା. ରୋବ୍କାରୀ) — ଅଦାଲତଙ୍କଦ୍ୱାରା ସ୍ୱାକ୍ଷରିତ ଲିପିବଦ୍ଧ ଆଦେଶ — A written judgement of a case stating the facts or grounds of decision and authenticated by signature and seal of the court; a written decision of a court
- ବୈଦେ. ବି. (କଚିରିଆ; ଫା. ରୋବ୍କାରୀ) — [ଦ୍ର—ରୁବ୍କାରିରେ ମକଦ୍ଦମାସଂକ୍ରାନ୍ତ ସମସ୍ତ ଜ୍ଞାତବ୍ୟ ବିଷୟର ବିବରଣ ଓ ଅଦାଲତଙ୍କ ମୀମାଂସାର ହେତୁବାଦ ଓ ଗୃହୀତ ପ୍ରମାଣର ସାରାଂଶ ଲିପିବଦ୍ଧ ହୋଇ ତାହା ହାକିମଙ୍କ ଦସ୍ତଖତ୍ ଓ ମୋହରଯୁକ୍ତ ହୋଇଥାଏ।]