ରୁନ୍ଧିବା Rundhibā

  • ଦେ. କ୍ରି (ସଂ. ରୁଧ୍ ଧାତୁ) — ନିରୋଧିବା; ଅବରୋଧ କରିବା; ରୁଦ୍ଧ କରିବା — To confine; to hold up
  • ଦେ. କ୍ରି (ସଂ. ରୁଧ୍ ଧାତୁ) — [ଉ—ତପ କରି ବସିଲେ ନିଶ୍ୱାସକୁ ରୁନ୍ଧି କୃଷ୍ଣସିଂହ. ମହାଭାରତ, ବନ।]
  • ଦେ. କ୍ରି (ସଂ. ରୁଧ୍ ଧାତୁ) — ଅଟକାଇବା — To restrain
  • ଦେ. କ୍ରି (ସଂ. ରୁଧ୍ ଧାତୁ) — [ଉ— ଦିବ୍ୟ କାଣ୍ଡ ବିନ୍ଧି ତା ରୁନ୍ଧିଲେ ଅରଜୁନ। କୃଷ୍ଣସିଂହ, ମହାଭାରତ, ଆଦି।]
  • ଦେ. କ୍ରି (ସଂ. ରୁଧ୍ ଧାତୁ) — ରୁଦ୍ଧ ହେବା — To be confined
  • ଦେ. କ୍ରି (ସଂ. ରୁଧ୍ ଧାତୁ) — [ଉ—କଫ ବାତ କଣ୍ଠାଗ୍ରତେ ଯେବେ ରୁନ୍ଧିବ; ଶ୍ୟାମ ତୁଳସୀମଞ୍ଜରୀ, ବଦନେ ଦେବ ମୋହରି, ଶ୍ୟାମ ନାମ ଯତ୍ନ କରି, କର୍ଣ୍ଣରେ ଶୁଣାଉଥିବ। ପ୍ରାଚୀନ. ସଙ୍ଗୀତ।]