ରୁଦ୍ର Rudra

  • ସଂ. ବି (ରୁଦ୍ ଧାତୁ+ସଂଜ୍ଞାର୍ଥେ ଅପାଦାନେ ର; ଯାହା ଯୋଗୁଁ ଲୋକେ କାନ୍ଦନ୍ତି) — ଭୀଷଣ; ଭୟଙ୍କର; ଚଣ୍ଡ — Terrible; terrific; fierce
  • ସଂ. ବି (ରୁଦ୍ ଧାତୁ+ସଂଜ୍ଞାର୍ଥେ ଅପାଦାନେ ର; ଯାହା ଯୋଗୁଁ ଲୋକେ କାନ୍ଦନ୍ତି) — ଉଗ୍ର — Violent; strong
  • ବି—(ରୁଦ୍ ଧାତୁ ଣିଜନ୍ତ; ରୁଦି ଧାତୁ+କର୍ତ୍ତୃ ର; ଯେ ପ୍ରଳୟରେ ସମସ୍ତଙ୍କୁ କନ୍ଦାନ୍ତି) — ମହାଦେବ; ଶିବ — Ṡiba
  • ବି—(ରୁଦ୍ ଧାତୁ ଣିଜନ୍ତ; ରୁଦି ଧାତୁ+କର୍ତ୍ତୃ ର; ଯେ ପ୍ରଳୟରେ ସମସ୍ତଙ୍କୁ କନ୍ଦାନ୍ତି) — ସଂହାରମୂର୍ତ୍ତି; ମହାଦେବଙ୍କ ଅଷ୍ଟମୂର୍ତ୍ତି ମଧ୍ୟରୁ ଅଗ୍ନିମୟ ମୂର୍ତ୍ତି — The fiery incarnation or form of Ṡiba
  • ବି—(ରୁଦ୍ ଧାତୁ ଣିଜନ୍ତ; ରୁଦି ଧାତୁ+କର୍ତ୍ତୃ ର; ଯେ ପ୍ରଳୟରେ ସମସ୍ତଙ୍କୁ କନ୍ଦାନ୍ତି) — [ଦ୍ର—ଏହି ରୂପରେ ଶିବ କାମଦେବଙ୍କୁ ଭସ୍ମ କରି— ଥିଲେ; ଦକ୍ଷଯଜ୍ଞ ନାଶ କରିଥିଲେ ଓ ଉମାଙ୍କୁ ଓ ଗଙ୍ଗାଙ୍କୁ ବିବାହ କରିଥିଲେ—ହି. ଶ]
  • ବି—(ରୁଦ୍ ଧାତୁ ଣିଜନ୍ତ; ରୁଦି ଧାତୁ+କର୍ତ୍ତୃ ର; ଯେ ପ୍ରଳୟରେ ସମସ୍ତଙ୍କୁ କନ୍ଦାନ୍ତି) — ସୂର୍ଯ୍ୟ — The sun
  • ବି—(ରୁଦ୍ ଧାତୁ ଣିଜନ୍ତ; ରୁଦି ଧାତୁ+କର୍ତ୍ତୃ ର; ଯେ ପ୍ରଳୟରେ ସମସ୍ତଙ୍କୁ କନ୍ଦାନ୍ତି) — ବ୍ରହ୍ମାଙ୍କ କପାଳରୁ ଉତ୍ପନ୍ନ 11 ଗୋଟି ଗଣ— ଦେବତା — ବ୍ରହ୍ମାଙ୍କ କପାଳରୁ ଉତ୍ପନ୍ନ11ଗୋଟି ଗଣ— ଦେବତା—. A class of eleven Deities produced from the brow of Brahmā
  • ବି—(ରୁଦ୍ ଧାତୁ ଣିଜନ୍ତ; ରୁଦି ଧାତୁ+କର୍ତ୍ତୃ ର; ଯେ ପ୍ରଳୟରେ ସମସ୍ତଙ୍କୁ କନ୍ଦାନ୍ତି) — [ଉ—ରୋଦନ କଲୁ ଆଗେ ଯେଣୁ, ତୋ ନାମ ରୁଦ୍ର ହେଉ ତେଣୁ। ଜଗନ୍ନାଥ. ଭାଗବତ।]
  • ବି—(ରୁଦ୍ ଧାତୁ ଣିଜନ୍ତ; ରୁଦି ଧାତୁ+କର୍ତ୍ତୃ ର; ଯେ ପ୍ରଳୟରେ ସମସ୍ତଙ୍କୁ କନ୍ଦାନ୍ତି) — [ଦ୍ର—କୂର୍ମପୁରାଣରେ ଅଛି ଯେ, ବ୍ରହ୍ମା କଳାରମ୍ଭକାଳରେ ବହୁତ ତପସ୍ୟା କରି ସୁଦ୍ଧା ସୃଷ୍ଟି ଉତ୍ପନ୍ନ କରି ନ ପାରି ଅତି କ୍ରୂଦ୍ଧ ହୋଇ କାନ୍ଦିଲେ। ତାଙ୍କ ଲୋତକରୁ ଭୂତ ପ୍ରେତଙ୍କ ସୃଷ୍ଟି ହେଲା ଓ ତାଙ୍କ ମୁଖରୁ 11 ରୁଦ୍ର ଉତ୍ପନ୍ନ ହେଲେ। ଏମାନେ ଉତ୍ପନ୍ନ ହୋଇ ଉଚ୍ଚୈଃସ୍ୱରରେ କାନ୍ଦିଲେ। ଏଥିପାଇଁ ଏମାନଙ୍କ ନାମ ରୁଦ୍ର ହେଲା। ମତାନ୍ତରରେ ବ୍ରହ୍ମା ସୃଷ୍ଟିଚିନ୍ତାରେ ନିମଗ୍ନ ଥିବା ଅବସ୍ଥାରେ ତାଙ୍କ ଲଲାଟରୁ ଗୋଟିଏ ବାଳକମୂର୍ତ୍ତି ଜାତ ହୋଇ ରୋଦନ କରି ଇତସ୍ତତଃ ଦୌଡ଼ାଦୌଡ଼ି କଲେ। ବ୍ରହ୍ମା ତାହାଙ୍କୁ ରୁଦ୍ର ନାମରେ ଅଭିହିତ କଲେ ଓ ରୋଦନରୁ ନିବୃତ୍ତ ହେବାକୁ ଅନୁରୋଧ କଲେ। ବ୍ରହ୍ମା ଏହାଙ୍କୁ ଆଠ ଗୋଟି ନାମ ଦେଲେ। 1 । ଭବ, 2 । ଶର୍ବ୍ବ, 3 । ଈଶାନ, 4 । ପଶୁପତି, 5 । ଭୀମ, 6 । ଉଗ୍ର, 7 । ମହାଦେବ, 8 । ଶଙ୍କର। ଏ ପୁଣି 11 ଟି ମୂର୍ତ୍ତି ଧାରଣ କରି ଏକାଦଶ ରୁଦ୍ର ନାମରେ ବିଖ୍ୟାତ ହେଲେ। ଯଥା— — 1 । ଅଜୈକପାଦ, 2 । ଅହିବ୍ରଧ୍ନ, 3 । ବିରୁପାକ୍ଷ, 4 । ସୁରେଶ୍ୱର, 5 । ଜୟନ୍ତ, 6 । ବହୁରୂପ, 7 । ତ୍ର୍ୟମ୍ବକ, 8 । ଅପରାଜିତ, 9 । ବୈବସ୍ୱତ, 10 । ସାବିତ୍ର, 11 । ହର। — [ଦ୍ର—କୂର୍ମପୁରାଣରେ ଅଛି ଯେ, ବ୍ରହ୍ମା କଳାରମ୍ଭକାଳରେ ବହୁତ ତପସ୍ୟା କରି ସୁଦ୍ଧା ସୃଷ୍ଟି ଉତ୍ପନ୍ନ କରି ନ ପାରି ଅତି କ୍ରୂଦ୍ଧ ହୋଇ କାନ୍ଦିଲେ ତାଙ୍କ ଲୋତକରୁ ଭୂତ ପ୍ରେତଙ୍କ ସୃଷ୍ଟି ହେଲା ଓ ତାଙ୍କ ମୁଖରୁ11ରୁଦ୍ର ଉତ୍ପନ୍ନ ହେଲେ ଏମାନେ ଉତ୍ପନ୍ନ ହୋଇ ଉଚ୍ଚୈଃସ୍ୱରରେ କାନ୍ଦିଲେ ଏଥିପାଇଁ ଏମାନଙ୍କ ନାମ ରୁଦ୍ର ହେଲା ମତାନ୍ତରରେ ବ୍ରହ୍ମା ସୃଷ୍ଟିଚିନ୍ତାରେ ନିମଗ୍ନ ଥିବା ଅବସ୍ଥାରେ ତାଙ୍କ ଲଲାଟରୁ ଗୋଟିଏ ବାଳକମୂର୍ତ୍ତି ଜାତ ହୋଇ ରୋଦନ କରି ଇତସ୍ତତଃ ଦୌଡ଼ାଦୌଡ଼ି କଲେ ବ୍ରହ୍ମା ତାହାଙ୍କୁ ରୁଦ୍ର ନାମରେ ଅଭିହିତ କଲେ ଓ ରୋଦନରୁ ନିବୃତ୍ତ ହେବାକୁ ଅନୁରୋଧ କଲେ ବ୍ରହ୍ମା ଏହାଙ୍କୁ ଆଠ ଗୋଟି ନାମ ଦେଲେ1 ଭବ,2 ଶର୍ବ୍ବ,3 ଈଶାନ,4 ପଶୁପତି,5 ଭୀମ,6 ଉଗ୍ର,7 ମହାଦେବ,8 ଶଙ୍କର ଏ ପୁଣି11ଟି ମୂର୍ତ୍ତି ଧାରଣ କରି ଏକାଦଶ ରୁଦ୍ର ନାମରେ ବିଖ୍ୟାତ ହେଲେ ଯଥା— —1 ଅଜୈକପାଦ,2 ଅହିବ୍ରଧ୍ନ,3 ବିରୁପାକ୍ଷ,4 ସୁରେଶ୍ୱର,5 ଜୟନ୍ତ,6 ବହୁରୂପ,7 ତ୍ର୍ୟମ୍ବକ,8 ଅପରାଜିତ,9 ବୈବସ୍ୱତ,10 ସାବିତ୍ର,11 ହର
  • ବି—(ରୁଦ୍ ଧାତୁ ଣିଜନ୍ତ; ରୁଦି ଧାତୁ+କର୍ତ୍ତୃ ର; ଯେ ପ୍ରଳୟରେ ସମସ୍ତଙ୍କୁ କନ୍ଦାନ୍ତି) — ମତାନ୍ତରରେ 1 । ଅଜ, 2 । ଏକପାଦ, 3 । ଅହିବ୍ରଧ୍ନ, 4 । ପିନାକୀ, 5 । ଅପରାଜିତ, 6 । ତ୍ର୍ୟମ୍ବକ, 7 । ମହେଶ୍ୱର 8 । ବୃଷାକପି, 9 । ଶମ୍ଭୁ, 10 । ହର, 11 । ଈଶ୍ୱର। ପୁନଶ୍ଚ ଭାଗବତ ମତେ— 1 । ମନ୍ୟୁ, 2 । ମନୁ, 3 । ମହାନସ, 4 । ମହାନ୍ 5 । ଶିବ, 6 । ଋତୁଧ୍ୱଜ, 7 । ଉର୍ଦ୍ଧରେତସ, 8 । କାଳଭାବ, 10 । ବାମଦେବ 11 । ଧୃତବ୍ରତ। — ମତାନ୍ତରରେ1 ଅଜ,2 ଏକପାଦ,3 ଅହିବ୍ରଧ୍ନ,4 ପିନାକୀ,5 ଅପରାଜିତ,6 ତ୍ର୍ୟମ୍ବକ,7 ମହେଶ୍ୱର8 ବୃଷାକପି,9 ଶମ୍ଭୁ,10 ହର,11 ଈଶ୍ୱର ପୁନଶ୍ଚ ଭାଗବତ ମତେ—1 ମନ୍ୟୁ,2 ମନୁ,3 ମହାନସ,4 ମହାନ୍5 ଶିବ,6 ଋତୁଧ୍ୱଜ,7 ଉର୍ଦ୍ଧରେତସ,8 କାଳଭାବ,10 ବାମଦେବ11 ଧୃତବ୍ରତ
  • ବି—(ରୁଦ୍ ଧାତୁ ଣିଜନ୍ତ; ରୁଦି ଧାତୁ+କର୍ତ୍ତୃ ର; ଯେ ପ୍ରଳୟରେ ସମସ୍ତଙ୍କୁ କନ୍ଦାନ୍ତି) — ଗରୁଡ଼ ପୁରାଣରେ ଏମାନଙ୍କ ନାମ— 1 । ଅଜୈକପାଦ, 2 । ଅହିବ୍ରଧ୍ନ, 3 । ତୃଷ୍ଟା, 4 । ବିଶ୍ୱରୂପହର, 5 । ବହୁରୂପ, 6 । ତ୍ର୍ୟମ୍ବକ, 7 । ଅପରାଜିତ, 8 । ବୃଷାକପି, 9 । ଶମ୍ଭୁ, 10 । କପର୍ଦ୍ଦୀ; 11 । ରୈବତ। — ଗରୁଡ଼ ପୁରାଣରେ ଏମାନଙ୍କ ନାମ—1 ଅଜୈକପାଦ,2 ଅହିବ୍ରଧ୍ନ,3 ତୃଷ୍ଟା,4 ବିଶ୍ୱରୂପହର,5 ବହୁରୂପ,6 ତ୍ର୍ୟମ୍ବକ,7 ଅପରାଜିତ,8 ବୃଷାକପି,9 ଶମ୍ଭୁ,10 କପର୍ଦ୍ଦୀ;11 ରୈବତ
  • ବି—(ରୁଦ୍ ଧାତୁ ଣିଜନ୍ତ; ରୁଦି ଧାତୁ+କର୍ତ୍ତୃ ର; ଯେ ପ୍ରଳୟରେ ସମସ୍ତଙ୍କୁ କନ୍ଦାନ୍ତି) — ଏମାନେ କ୍ରୋଧରୂପ ବୋଲି କଳ୍ପିତ; ଭୂତ ପ୍ରେତ ପିଶାଚଆଦି ଏମାନଙ୍କଠାରୁ ଉତ୍ପନ୍ନ ହୋଇଥିବା କଥିତ।