ରୁଦ୍ରାକ୍ଷ Rudrāksha
- ସଂ. ବି (ରୁଦ୍ର=ମହାଦେବ+ଅକ୍ଷି=ରୁଦ୍ରାକ୍ଷ; 6 ଷ୍ଠୀ ତତ୍) — ବୃହତ୍ ତରୁ ବିଶେଷ, ଯହିଁରେ ଅର୍ବୁଦମୟ ଶୁଷ୍କବୀଜ ଦ୍ୱାରା ଜପମାଳା ପ୍ରସ୍ତୁତ ହୁଏ — A big wild tree the dry seeds of which are made into beads; Elaeocarpus Ganitrus
- ସଂ. ବି (ରୁଦ୍ର=ମହାଦେବ+ଅକ୍ଷି=ରୁଦ୍ରାକ୍ଷ; 6 ଷ୍ଠୀ ତତ୍) — [ଦ୍ର—ଏହାର ଅନ୍ଯ ସଂ. ନାମ ତୃଣମେଧ, ଅମର, ରୁଦ୍ରାଣୀ, ପୁଷ୍ପଚାମର, ଶିବାକ୍ଷ, ସର୍ବାକ୍ଷ, ଭୂତନାଶନ, ପାବନ, ନୀଳକଣ୍ଠାଖ୍ୟ, ହରାକ୍ଷ, ଶିବପ୍ରିୟ। ଏ ବୃକ୍ଷ ନେପାଳ, ବଙ୍ଗ, ଆସାମ ଓ ଦକ୍ଷିଣଭାରତରେ ଜନ୍ମେ। ଏଥିର ପତ୍ର 7 । 8 ଆଙ୍ଗୁଳ ଲମ୍ବ, 2 । 3 ଆଙ୍ଗୁଳ ଚୌଡ଼ା ଓ ପତ୍ରର ଧାର ଦନ୍ତୁର। କୋମଳ ନବପତ୍ର ଉପରେ ଏକପ୍ରକାର କୋମଳ ଲୋମ ହୁଏ। ଶୀତାଦିନରେ ଏଥିରେ ଫୁଲ ଫୁଟେ ଓ ବସନ୍ତ ଋତୁରେ ଫଳ ଫଳେ। ଏଥିର ଫଳ ମଧ୍ୟରେ ପାଞ୍ଚୋଟି ଚିରୁଡ଼ା ଥାଏ। ପ୍ରତି ଚିରୁଡ଼ାରେ ଗୋଟିଏ ବୀଜ ଥାଏ। ବୀଜ ମରିଚଠାରୁ ଅଅଁଳାକୋଳି ଆକାର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଆକାରର ହୁଏ। — [ଦ୍ର—ଏହାର ଅନ୍ଯ ସଂ. ନାମ ତୃଣମେଧ, ଅମର, ରୁଦ୍ରାଣୀ, ପୁଷ୍ପଚାମର, ଶିବାକ୍ଷ, ସର୍ବାକ୍ଷ, ଭୂତନାଶନ, ପାବନ, ନୀଳକଣ୍ଠାଖ୍ୟ, ହରାକ୍ଷ, ଶିବପ୍ରିୟ ଏ ବୃକ୍ଷ ନେପାଳ, ବଙ୍ଗ, ଆସାମ ଓ ଦକ୍ଷିଣଭାରତରେ ଜନ୍ମେ ଏଥିର ପତ୍ର78ଆଙ୍ଗୁଳ ଲମ୍ବ,23ଆଙ୍ଗୁଳ ଚୌଡ଼ା ଓ ପତ୍ରର ଧାର ଦନ୍ତୁର କୋମଳ ନବପତ୍ର ଉପରେ ଏକପ୍ରକାର କୋମଳ ଲୋମ ହୁଏ ଶୀତାଦିନରେ ଏଥିରେ ଫୁଲ ଫୁଟେ ଓ ବସନ୍ତ ଋତୁରେ ଫଳ ଫଳେ ଏଥିର ଫଳ ମଧ୍ୟରେ ପାଞ୍ଚୋଟି ଚିରୁଡ଼ା ଥାଏ ପ୍ରତି ଚିରୁଡ଼ାରେ ଗୋଟିଏ ବୀଜ ଥାଏ ବୀଜ ମରିଚଠାରୁ ଅଅଁଳାକୋଳି ଆକାର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଆକାରର ହୁଏ
- ସଂ. ବି (ରୁଦ୍ର=ମହାଦେବ+ଅକ୍ଷି=ରୁଦ୍ରାକ୍ଷ; 6 ଷ୍ଠୀ ତତ୍) — ଏହି ବୀଜର ମାଳାଦ୍ୱାରା ଶିବଙ୍କ ଓ ଦୁର୍ଗାଙ୍କ ମନ୍ତ୍ର ଜପ କରାଯାଏ। ଏହି ବୀଜ ଆକାରରେ ଗୋଲ ଓ ଏଥିର ବ୍ୟାସ 1 ଇଞ୍ଚ୍ ଠାରୁ 1/8 ଇଞ୍ଚ୍ ହୁଏ। ଏହି ବୀଜର ଦେହ ବେତ କୋଳିର ଗାତ୍ରପରି ଅମସୃଣ। ଯେଉଁ ବଡ଼ ରୁଦ୍ରାକ୍ଷ ବୀଜର ଗୋଟିଏ ମୁଖ ଥାଏ ତାହାକୁ ଏକମୁଖ ରୁଦ୍ରାକ୍ଷ ବୋଲାଯାଏ ଓ ଏହି ଶ୍ରେଣୀର ଆଉ ଏକପ୍ରକାର ଫଳକୁ ଭଦ୍ରାକ୍ଷ ବୋଲାଯାଏ। ଏ ରୁଦ୍ରାକ୍ଷକୁ ଦେବପୂଜକମାନେ ପସନ୍ଦ କରନ୍ତି ନାହିଁ। ପୁରାଣରେ କଥିତ ଅଛି ଯେ ତ୍ରିପୁରାସୁରକୁ ବଧ କରିବା ପରେ ଶିବଙ୍କ ଆଖିରୁ ପତିତ ଅଶ୍ରୁବିନ୍ଦୁରୁ ଏହି ବୃକ୍ଷର ଓ ଫଳର ଉତ୍ପତ୍ତି ହୋଇଥିଲା। ଏହି ବୀଜକୁ ଗୋଲ— ମରିଚ ସଙ୍ଗେ ବାଟି ପିଇଲେ ବସନ୍ତ ରୋଗର ଆକ୍ରମଣର ଭୟ ରହେ ନାହିଁ। ବୈଦ୍ୟକ ମତରେ ଏହା ଶୀତଳ, ବଳକର, ଓଜଃପ୍ରଦ, କୃମିନାଶକ ଓ କାଶର ଉପଶମକାରୀ ଓ ପ୍ରସୂତିର ହିତକର।] — ଏହି ବୀଜର ମାଳାଦ୍ୱାରା ଶିବଙ୍କ ଓ ଦୁର୍ଗାଙ୍କ ମନ୍ତ୍ର ଜପ କରାଯାଏ ଏହି ବୀଜ ଆକାରରେ ଗୋଲ ଓ ଏଥିର ବ୍ୟାସ1ଇଞ୍ଚ୍ ଠାରୁ1/8ଇଞ୍ଚ୍ ହୁଏ ଏହି ବୀଜର ଦେହ ବେତ କୋଳିର ଗାତ୍ରପରି ଅମସୃଣ ଯେଉଁ ବଡ଼ ରୁଦ୍ରାକ୍ଷ ବୀଜର ଗୋଟିଏ ମୁଖ ଥାଏ ତାହାକୁ ଏକମୁଖ ରୁଦ୍ରାକ୍ଷ ବୋଲାଯାଏ ଓ ଏହି ଶ୍ରେଣୀର ଆଉ ଏକପ୍ରକାର ଫଳକୁ ଭଦ୍ରାକ୍ଷ ବୋଲାଯାଏ ଏ ରୁଦ୍ରାକ୍ଷକୁ ଦେବପୂଜକମାନେ ପସନ୍ଦ କରନ୍ତି ନାହିଁ ପୁରାଣରେ କଥିତ ଅଛି ଯେ ତ୍ରିପୁରାସୁରକୁ ବଧ କରିବା ପରେ ଶିବଙ୍କ ଆଖିରୁ ପତିତ ଅଶ୍ରୁବିନ୍ଦୁରୁ ଏହି ବୃକ୍ଷର ଓ ଫଳର ଉତ୍ପତ୍ତି ହୋଇଥିଲା ଏହି ବୀଜକୁ ଗୋଲ— ମରିଚ ସଙ୍ଗେ ବାଟି ପିଇଲେ ବସନ୍ତ ରୋଗର ଆକ୍ରମଣର ଭୟ ରହେ ନାହିଁ ବୈଦ୍ୟକ ମତରେ ଏହା ଶୀତଳ, ବଳକର, ଓଜଃପ୍ରଦ, କୃମିନାଶକ ଓ କାଶର ଉପଶମକାରୀ ଓ ପ୍ରସୂତିର ହିତକର]