ରୁଦ୍ରଜଟା Rudrajaṭā

  • ସଂ. ବି (ବୈଦ୍ଯକ) (ବହୁବ୍ରୀହି ରୁଦ୍ର=ମହାଦେବଙ୍କ ଜଟା ପରି ଜଟା ଯାହାର) — ଶଙ୍କର ଜଟା ନାମକ ପିଙ୍ଗଳ ବର୍ଣ୍ଣ ଛୁଇଁ ବିଶିଷ୍ଟ ଲତା — , Uraria; Pica Aristobchia Indica (Kirtikar)
  • ସଂ. ବି (ବୈଦ୍ଯକ) (ବହୁବ୍ରୀହି ରୁଦ୍ର=ମହାଦେବଙ୍କ ଜଟା ପରି ଜଟା ଯାହାର) — [ଦ୍ର— —ଏହା ଶିମ୍ବାଦି ବର୍ଗର 3 । 4 ହାତ ଡେଙ୍ଗା ଛୋଟ ସିଧା ଦୀର୍ଘାୟୁଃ କ୍ଷୁପବିଶେଷ; ପତ୍ର 5 ଠାରୁ 9 ପର୍ଣ୍ଣ ଯୁକ୍ତ। ପର୍ଣ୍ଣ ସରୁ ସରୁ ଓ ମୟୂର ଶିଖାର ପକ୍ଷପରି; ଫୁଲ ଛୋଟ ଛୋଟ ଓ ନାଲି; ବର୍ଷାକାଳ ଓ ଶୀତକାଳରେ ଫୁଟେ। ଫଳ ନାଲିଆ ଓ ଜଟାପରି; ଛୁଇଁରେ 3 ଠାରୁ 6 ଟା ପର୍ଯ୍ୟନ୍ତ ଗଣ୍ଠି ଥାଏ। ଫୁଲର ଡେମ୍ଫ ବଙ୍କେଇ ହୋଇ ଏହି ଗଣ୍ଠିମାନଙ୍କୁ ଚାପି ରଖିଥାଏ। ପ୍ରାୟ ପାଣିକୂଳରେ ଛାଇସ୍ଥାନରେ ଏ ଗଛ ଜନ୍ମେ। ବରଗଡ଼ ଗଛ ମଧ୍ୟ ଏହି ଶ୍ରେଣୀର। ଏହାର ମଞ୍ଜି ଖଡ଼ା ମଞ୍ଜି ପରି। ବୈଦ୍ଯକମତରେ ରୁଦ୍ରଜଟା କଟୁ ଓ ଏହା ଶ୍ୱାସ, କାଶ, ହୃଦ୍ରୋଗ, ଭୂତ, ପ୍ରେତ ବାଧା ଦୂର କରେ।] — [ଦ୍ର— —ଏହା ଶିମ୍ବାଦି ବର୍ଗର34ହାତ ଡେଙ୍ଗା ଛୋଟ ସିଧା ଦୀର୍ଘାୟୁଃ କ୍ଷୁପବିଶେଷ; ପତ୍ର5ଠାରୁ9ପର୍ଣ୍ଣ ଯୁକ୍ତ ପର୍ଣ୍ଣ ସରୁ ସରୁ ଓ ମୟୂର ଶିଖାର ପକ୍ଷପରି; ଫୁଲ ଛୋଟ ଛୋଟ ଓ ନାଲି; ବର୍ଷାକାଳ ଓ ଶୀତକାଳରେ ଫୁଟେ ଫଳ ନାଲିଆ ଓ ଜଟାପରି; ଛୁଇଁରେ3ଠାରୁ6ଟା ପର୍ଯ୍ୟନ୍ତ ଗଣ୍ଠି ଥାଏ ଫୁଲର ଡେମ୍ଫ ବଙ୍କେଇ ହୋଇ ଏହି ଗଣ୍ଠିମାନଙ୍କୁ ଚାପି ରଖିଥାଏ ପ୍ରାୟ ପାଣିକୂଳରେ ଛାଇସ୍ଥାନରେ ଏ ଗଛ ଜନ୍ମେ ବରଗଡ଼ ଗଛ ମଧ୍ୟ ଏହି ଶ୍ରେଣୀର ଏହାର ମଞ୍ଜି ଖଡ଼ା ମଞ୍ଜି ପରି ବୈଦ୍ଯକମତରେ ରୁଦ୍ରଜଟା କଟୁ ଓ ଏହା ଶ୍ୱାସ, କାଶ, ହୃଦ୍ରୋଗ, ଭୂତ, ପ୍ରେତ ବାଧା ଦୂର କରେ]
  • ସଂ. ବି (ବୈଦ୍ଯକ) (ବହୁବ୍ରୀହି ରୁଦ୍ର=ମହାଦେବଙ୍କ ଜଟା ପରି ଜଟା ଯାହାର) — ଶଉପ; ଶତପୁଷ୍ପା (ହି. ଶ) — Dill seed