ରୁଦନ୍ତିକା Rudantikā

  • ସଂ. ବି (ବୈଦ୍ଯକ; ରୁଦ୍ ଧାତୁ+କର୍ତ୍ତୃ. ଅତ୍+ସ୍ତ୍ରୀ ଈ+କ+ ଆ) — ଏକପ୍ରକାର ଗୁଳ୍ମ—[ଦ୍ର—ଏହି ଗୁଳ୍ମ ବୁଟଗଛ ପରି ହାତେ ଉଚ୍ଚ ଏବଂ ଏହାର ପତ୍ର ବୁଟ ପତ୍ରପରି। ଶରତ୍ ଓ ଶୀତକାଳରେ ଏ ଗଛରୁ ଜଳବିନ୍ଦୁ ନିର୍ଗତ ହୁଏ ବୋଲି ଏହି ନାମ (ଏହା ଔଷଧରେ ବ୍ଯବହୃତ ହୁଏ] — A sort of medicinal plant; Cressa Cretica
  • ସଂ. ବି (ବୈଦ୍ଯକ; ରୁଦ୍ ଧାତୁ+କର୍ତ୍ତୃ. ଅତ୍+ସ୍ତ୍ରୀ ଈ+କ+ ଆ) — [ଦ୍ର—ଏହାର ଅନ୍ଯ ସଂସ୍କୃତନାମ; ସ୍ରବତ୍ତୋୟା, ସଞ୍ଜୀବନୀ, ଅମୃତସ୍ରବା, ସୁଧାସ୍ରବା, ରୋମଞ୍ଚିକା, ମହାମାଂସୀ, ଚଣକପତ୍ରୀ, ମଧୁସ୍ରବା, ଏହା କଟୁତିକ୍ତ କଷାୟରସ, ଉଷ୍ଣବୀର୍ଯ୍ୟ, ଅଗ୍ନିବର୍ଦ୍ଧକ, ଶୁକ୍ରଜନକ, ପିତ୍ତନାଶକ, ଜରା ଓ ବ୍ୟାଧିନାଶକ, ଏହା ରକ୍ତପିତ୍ତ, ମେହ, କ୍ଷୟ, କୁଷ୍ଠ, ଶ୍ୱାସ ଓ କୃମିରୋଗରେ ଉପକାରକ। ଏହା ଉଷ୍ଣଦେଶର ବାଲିଆ ଜମିରେ ଜଳାଶୟ ନିକଟରେ ଓ ସମୁଦ୍ରତଟରେ ଜନ୍ମେ। କଳା, ହଳଦିଆ, ନାଲି ଓ ଧଳା ଫୁଲଭେଦରେ ଏ ଗଛ 4 ପ୍ରକାର। ବୈଦ୍ୟକମତରେ ଏହା କଡ଼ୁଆ, ଗରମ, ରସାୟନ, ଅଗ୍ନିଜନକ, ବୀର୍ଯ୍ୟବର୍ଦ୍ଧକ ଅଟେ ଓ ଶ୍ୱାସ, କୃମି, ରକ୍ତପିତ୍ତ, କଫ ପ୍ରକୋପ ଦୂର କରେ—ହି. ଶ.।] — [ଦ୍ର—ଏହାର ଅନ୍ଯ ସଂସ୍କୃତନାମ; ସ୍ରବତ୍ତୋୟା, ସଞ୍ଜୀବନୀ, ଅମୃତସ୍ରବା, ସୁଧାସ୍ରବା, ରୋମଞ୍ଚିକା, ମହାମାଂସୀ, ଚଣକପତ୍ରୀ, ମଧୁସ୍ରବା, ଏହା କଟୁତିକ୍ତ କଷାୟରସ, ଉଷ୍ଣବୀର୍ଯ୍ୟ, ଅଗ୍ନିବର୍ଦ୍ଧକ, ଶୁକ୍ରଜନକ, ପିତ୍ତନାଶକ, ଜରା ଓ ବ୍ୟାଧିନାଶକ, ଏହା ରକ୍ତପିତ୍ତ, ମେହ, କ୍ଷୟ, କୁଷ୍ଠ, ଶ୍ୱାସ ଓ କୃମିରୋଗରେ ଉପକାରକ ଏହା ଉଷ୍ଣଦେଶର ବାଲିଆ ଜମିରେ ଜଳାଶୟ ନିକଟରେ ଓ ସମୁଦ୍ରତଟରେ ଜନ୍ମେ କଳା, ହଳଦିଆ, ନାଲି ଓ ଧଳା ଫୁଲଭେଦରେ ଏ ଗଛ4ପ୍ରକାର ବୈଦ୍ୟକମତରେ ଏହା କଡ଼ୁଆ, ଗରମ, ରସାୟନ, ଅଗ୍ନିଜନକ, ବୀର୍ଯ୍ୟବର୍ଦ୍ଧକ ଅଟେ ଓ ଶ୍ୱାସ, କୃମି, ରକ୍ତପିତ୍ତ, କଫ ପ୍ରକୋପ ଦୂର କରେ—ହି. ଶ.]