ରୁକ୍ମିଣୀ Rukmiṇī

  • ସଂ. ବିଣ. ସ୍ତ୍ରୀ— (ରୁକ୍ମ+ଇନ+ସ୍ତ୍ରୀ. ଈ) — ସ୍ୱର୍ଣ୍ଣଯୁକ୍ତା — Having fold ornaments on the person
  • ବି — ସ୍ୱର୍ଣ୍ଣକ୍ଷୀରୀ ବୃକ୍ଷ — Name of a tree (M. W.)
  • ବି — (ସ୍ତ୍ରୀ)—ଦ୍ୱାରକାଧିପତି ଶ୍ରୀକୃଷ୍ଣଙ୍କର ଜଣେ ମହିଷୀ — One of the married queens of Ṡrikṛushṇa while he was the King of Dwārakā
  • ବି — [ଦ୍ର— ରୁକ୍ମିଣୀ ବିଦର୍ଭରାଜ ଭୀଷ୍ମକଙ୍କର ଦୁହିତା ଥିଲେ। ଶ୍ରୀକୃଷ୍ଣଙ୍କ ରୁପଗୁଣର ବର୍ଣ୍ଣନା ଶୁଣି ରୁକ୍ମିଣୀ ତାଙ୍କୁ ନ ଦେଖି ମଧ୍ୟ ତାଙ୍କ ପ୍ରତି ଆକୃଷ୍ଟା ହେଲେ ଏବଂ ମନେ ମନେ ତାହାଙ୍କୁହିଁ ପତିରୂପେ ବରଣ କଲେ। ରୁକ୍ମିଣୀଙ୍କ ପିତା ଓ ରୁକ୍ମୀ ପ୍ରଭୃତି ରୁକ୍ମିଣୀଙ୍କ ପଞ୍ଚଭ୍ରାତା କୃଷ୍ଣଙ୍କ ଶତ୍ରୁ ଜରାସନ୍ଧର ଅଧୀନ ରାଜା ଥିବାରୁ ସେମାନେ ଶ୍ରୀକୃଷ୍ଣଦ୍ୱେଷୀ ଥିଲେ। ଜରାସନ୍ଧଙ୍କ ଅନୁରୋଧରେ ସେମାନେ ଚେଦିରାଜ ଦମ— ଘୋଷଙ୍କ ପୁତ୍ର ଶିଶୁପାଳଙ୍କ ସଙ୍ଗେ ରୁକ୍ମିଣୀଙ୍କ ବିବାହ ସମ୍ବନ୍ଧ ସ୍ଥିର କଲେ। ରୁକ୍ମଣୀ ଏହା ଜାଣି ପାରି ଦ୍ୱାରକାଧିପତି ଶ୍ରୀକୃଷ୍ଣଙ୍କ ନିକଟକୁ ଗୋପନରେ ଦୂତ ପ୍ରେରଣ କଲେ। ବିବାହଦିବସର ଯଥାକାଳରେ ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବା ପାଇଁ ବିଦର୍ଭ ନଗରରେ ବରବେଶରେ ଉପସ୍ଥିତ ହେଲେ। କିନ୍ତୁ ଶ୍ରୀକୃଷ୍ଣ ବଳରାମଙ୍କ ସହିତ ବିଦର୍ଭରେ ଉପସ୍ଥିତ ହୋଇ ରୁକ୍ମିଣୀଙ୍କୁ ବଳପୂର୍ବକ ହରଣ କଲେ ଓ ଶିଶୁପାଳ ଲଜ୍ଜିତ ହୋଇ ପ୍ରତ୍ୟାବର୍ତ୍ତନ କଲେ। ଏଥିପାଇଁ କୌଣସି ଲୋକ ଆଶାନ୍ୱିତ ହୋଇ ବିଫଳ ମନୋରଥ ହେଲେ ତାକୁ ବୋଲାଯାଇଥାଏ ଯେ, 'ସେ ଶିଶୁପାଳିଆ ବା ଶିଶୁପାଳ ହୋଇଗଲା।'
  • ବି — ବିଦର୍ଭରେ ବିବାହ ଉପଲକ୍ଷରେ ସମାଗତ ଜରାସନ୍ଧ ଆଦି ରାଜାଗଣ ଶ୍ରୀକୃଷ୍ଣଙ୍କୁ ବାଧା ପ୍ରଦାନ କରିବାକୁ ଚେଷ୍ଟା କଲେ। କିନ୍ତୁ ଶ୍ରୀକୃଷ୍ଣ ଓ ବଳରାମ ସମସ୍ତଙ୍କୁ ପରାସ୍ତ କରି ରୁକ୍ମିଣୀଙ୍କୁ ଘେନି ଦ୍ୱାରକାରେ ପହଞ୍ଚିଲେ ଓ ରୁକ୍ମିଣୀଙ୍କ ସଙ୍ଗେ ସେଠାରେ ଶ୍ରୀକୃଷ୍ଣଙ୍କର ବିବାହକ୍ରିୟା ସମ୍ପାଦିତ ହେଲା। ରୁକ୍ମିଣୀ ମହାଲକ୍ଷ୍ମୀଙ୍କ ଅଂଶ ଗ୍ରହଣ କରି ପୃଥିବୀରେ ଜନ୍ମ ଲଭିଥିବାର ପ୍ରସିଦ୍ଧି ଅଛି। ଶ୍ରୀକୃଷ୍ଣଙ୍କ ଔରସରେ ରୁକ୍ମିଣୀଙ୍କ ଗର୍ଭରୁ ପ୍ରଦ୍ୟୁମ୍ନ (କାମଦେବଙ୍କ ପର— ଜନ୍ମରେ ଧୃତ ରୂପ) ଆଦି ଦଶପୁତ୍ର ଓ ଚାରୁମତୀନାମ୍ନୀ କନ୍ଯା ଜନ୍ମଗ୍ରହଣ କରିଥିଲେ। ଯଦୁବଂଶ ନାଶ ପରେ ଶ୍ରୀକୃଷ୍ଣ ମାନବ— ଲୀଳା ସମ୍ବରଣ କରିବାରୁ ଅର୍ଜ୍ଜୁନ, ଯଦୁବଂଶୀୟା ରାଜମହିଳା- ମାନଙ୍କ ସହିତ ରୁକ୍ମିଣୀଙ୍କୁ ଇନ୍ଦ୍ରପ୍ରସ୍ଥକୁ ନେଇଗଲେ; କିନ୍ତୁ ରୁକ୍ମିଣୀ ପତିବିରହ ସହି ନ ପାରି ପ୍ରଦୀପ୍ତ ହୁତାଶନରେ ଝାସ ଦେଇ ଜୀବନ ବିସର୍ଜ୍ଜନ କଲେ।]