ରୁକୁଣା ହାତ ପଚା Rukuṇā hāta pachā

  • ଦେ. ବି—[ସଂ. ପାଷାଣଭେଦୀ] — ତୁଳସ୍ୟାଦି ବର୍ଗର ଶାକ ବିଶେଷ — Plectranths Aromaticus; Coleus Scuellarioides; Coleus Aromaticus or Ambonicus. (Haines) Irissp;
  • ଦେ. ବି—[ସଂ. ପାଷାଣଭେଦୀ] — [ଦ୍ର— ଏହାର ପତ୍ର ସୁଗନ୍ଧ, ପୃଷ୍ଠ ଲୋମଶ, ମୋଟା ଓ ମାଂସଳ। ପତ୍ରକୁ ଭାଙ୍ଗି ଦେଲେ ମଚ ମଚ ହୋଇ ଭାଙ୍ଗିଯାଏ; ଅଜୀର୍ଣ୍ଣ ରୋଗରେ ଏ ପତ୍ରକୁ ବାଟି ଖାଆନ୍ତି। ଏହାର ଫୁଲ ଛୋଟ ଛୋଟ ଓ ଈଷତ୍ ନୀଳ। ଗୋଡ଼ିଆ ଯାଗାରେ ସାଧାରଣତଃ ଏ ଗଛ ଜନ୍ମେ। ବୈଦ୍ୟଶାସ୍ତ୍ର ମତେ ଏହା ଶୀତବୀର୍ଯ୍ୟ ବସ୍ତିଶୋଧକ ଓ ଭେଦକ; ଏହା ତ୍ରିଦୋଷ, ଅର୍ଶଃ, ଗୁଳ୍ମ, ମୂତ୍ରକୃଚ୍ଛ୍ର, ଅଶ୍ମରୀ, ହୃଦ୍ରୋଗ, ଯୋନି ରୋଗ, ପ୍ରମେହ, ପ୍ଳୀହା, ଶୂଳ ଓ ବ୍ରଣରୋଗ— ନାଶକ।]