ରାସନୀ ନୀତି Rāsanī nīti
- ସଂ. ବି — ଜିହ୍ୱାର ଧର୍ମ — The duty or nature of the tongue
- ସଂ. ବି — ସର୍ବଦା ଉପକାର କରିବା ଅଭ୍ୟାସ — The habit of doing good to others always
- ସଂ. ବି — (ଉ—ପ୍ରବଳେ ରାସନୀ ନୀତି ଆଚରଣ ଦାଶନୀ ନୀତି ଦୁର୍ବଳେ। ରାଧାନାଥ. ପାର୍ବତୀ।)
- ସଂ. ବି — [ଦ୍ର—ଦାନ୍ତର ମୂଳରେ କିଛି ଲାଗିଗଲେ ତାକୁ ବାରଂବାର ଉଖାରି ଦାନ୍ତର ମଙ୍ଗଳ କରିବା କର୍ମରେ ରସନା ଲାଗିଥାଏ; ଏଥିପାଇଁ ପରର ସର୍ବଦା ଉପକାର କରିବା ଧର୍ମକୁ ରାସନୀ ନୀତି ବୋଲାଯାଏ। ଦାନ୍ତ ସୁବିଧା ପାଇଲେ ଜିଭକୁ ଦାବି ଦିଏ, ଏଥିପାଇଁ ଉପକାରୀର ଅପକାର କରିବା (ରାସନ ଧର୍ମ—ଅନ୍ଯରୂପ) ନୀତିକୁ ଦାଶନୀ ନୀତି ବୋଲା ଯାଏ।]