ରାଶି ଚକ୍ର Rāṡi chakra

  • ସଂ. ବି — (ଜ୍ୟୋତିଷ) ଜ୍ୟୋତିଷିକ ଚକ୍ର ବା ବୃତ୍ତ— [ଦ୍ର—ଏହାର ପରିଧି 12 ଟି ଅଂଶରେ ବିଭକ୍ତ ହୋଇ ପ୍ରତ୍ୟେକ ଗୃହକୁ ଗୋଟିଏ ରାଶି ଅଧିକାର କରେ; ଏହା ସୂର୍ଯ୍ୟଙ୍କର ଓ ସମସ୍ତ ଗ୍ରହମାନଙ୍କର ଭ୍ରମଣମାର୍ଗ]; ଭଚକ୍ର — (ଜ୍ୟୋତିଷ) ଜ୍ୟୋତିଷିକ ଚକ୍ର ବା ବୃତ୍ତ— [ଦ୍ର—ଏହାର ପରିଧି12ଟି ଅଂଶରେ ବିଭକ୍ତ ହୋଇ ପ୍ରତ୍ୟେକ ଗୃହକୁ ଗୋଟିଏ ରାଶି ଅଧିକାର କରେ; ଏହା ସୂର୍ଯ୍ୟଙ୍କର ଓ ସମସ୍ତ ଗ୍ରହମାନଙ୍କର ଭ୍ରମଣମାର୍ଗ]; ଭଚକ୍ରThe zodiac; the circle representing the respective positions of the zodiacal signs
  • ସଂ. ବି — [ଦ୍ର—ରାଶିଚକ୍ର—ମେଷାଦି ଦ୍ୱାଦଶ ରାଶିଯୁକ୍ତ ବୃତ୍ତ। ଏହା 360 ଅଂଶରେ ବିଭକ୍ତ ଓ 30 ଅଂଶ ଘେନି ଏକ ରାଶି ଗଠିତ ଓ ପ୍ରବହ— ବାୟୁଦ୍ୱାରା ଚାଳିତ। ଭଚକ୍ରଂ ଧ୍ରୁବୟୋ ର୍ବଦ୍ଧମାକ୍ଷିପ୍ତଂ ପ୍ରବହାନିଳୈଃ। ପର୍ଯ୍ୟେତ୍ୟଜସ୍ରଂ ତନ୍ନଦ୍ଧା ଗ୍ରହକକ୍ଷା ଯଥାକ୍ରମଂ। ସୂର୍ଯ୍ୟ ସିଦ୍ଧାନ୍ତ। — [ଦ୍ର—ରାଶିଚକ୍ର—ମେଷାଦି ଦ୍ୱାଦଶ ରାଶିଯୁକ୍ତ ବୃତ୍ତ ଏହା360ଅଂଶରେ ବିଭକ୍ତ ଓ30ଅଂଶ ଘେନି ଏକ ରାଶି ଗଠିତ ଓ ପ୍ରବହ— ବାୟୁଦ୍ୱାରା ଚାଳିତ ଭଚକ୍ରଂ ଧ୍ରୁବୟୋ ର୍ବଦ୍ଧମାକ୍ଷିପ୍ତଂ ପ୍ରବହାନିଳୈଃ ପର୍ଯ୍ୟେତ୍ୟଜସ୍ରଂ ତନ୍ନଦ୍ଧା ଗ୍ରହକକ୍ଷା ଯଥାକ୍ରମଂ ସୂର୍ଯ୍ୟ ସିଦ୍ଧାନ୍ତ
  • ସଂ. ବି — ପୁନଶ୍ଚ— ସପ୍ତବିଂଶତି ଭୈର୍ଜ୍ୟୋତିଶ୍ଚକ୍ରଂ ସ୍ତିମିତ ବାୟୁଗଂ, ତଦର୍କାଂଶୋ ଭବେଦ୍ରାଣି ନବର୍କ୍ଷଚରଣାଙ୍କିତଃ। ଦୀପିକା। ଅର୍ଥାତ୍ ରାଶିଚକ୍ରର 360 ଅଂଶରେ 27 ଟି ନକ୍ଷତ୍ର ଅବସ୍ଥିତ। ପ୍ରତ୍ୟେକ ନକ୍ଷତ୍ରର ପରିମାଣ ୧୩ ଅଂଶ ୨୦ କଳା, ପ୍ରତ୍ୟେକ ରାଶି ଦୁଇ ନକ୍ଷତ୍ର ଓ ଅପର ଏକ ନକ୍ଷତ୍ରର ଏକଚରଣ ଘେନି ଗଢ଼ା। — ପୁନଶ୍ଚ— ସପ୍ତବିଂଶତି ଭୈର୍ଜ୍ୟୋତିଶ୍ଚକ୍ରଂ ସ୍ତିମିତ ବାୟୁଗଂ, ତଦର୍କାଂଶୋ ଭବେଦ୍ରାଣି ନବର୍କ୍ଷଚରଣାଙ୍କିତଃ ଦୀପିକା ଅର୍ଥାତ୍ ରାଶିଚକ୍ରର360ଅଂଶରେ27ଟି ନକ୍ଷତ୍ର ଅବସ୍ଥିତ ପ୍ରତ୍ୟେକ ନକ୍ଷତ୍ରର ପରିମାଣ ୧୩ ଅଂଶ ୨୦ କଳା, ପ୍ରତ୍ୟେକ ରାଶି ଦୁଇ ନକ୍ଷତ୍ର ଓ ଅପର ଏକ ନକ୍ଷତ୍ରର ଏକଚରଣ ଘେନି ଗଢ଼ା
  • ସଂ. ବି — ଯଥା—ଅଶ୍ୱିନୀ, ଦ୍ୱିଜା ଓ କୃତ୍ତିକାର ଏକ ପାଦ ନେଇ ମେଷରାଶି ଗଠିତ; କୃତ୍ତିକାର 3 ପାଦ 2 ରୋହିଣୀ ଓ ମୃଗଶିରାର ଦୁଇ ପାଦ ନେଇ ବୃଷରାଶି ଗଠିତ; ମୃଗଶିରାର 2 ପାଦ, ଆର୍ଦ୍ରା, ପୁନର୍ବସୁର 3 ପାଦ ନେଇ ମିଥୁନ ରାଶି ଗଠିତ; ପୁନର୍ବସୁ 1 ପାଦ, ପୁଷ୍ୟା ଓ ଅଶ୍ଳେଷା ନେଇ କର୍କଟରାଶି ଗଠିତ; ମଘା, ପୂର୍ବାଫାଲ୍ଗୁନୀ ଓ ଉତ୍ତରା— ଫାଲ୍ଗୁନୀର ଏକପାଦ ନେଇ ସିଂହରାଶି ଗଠିତ; ଉତ୍ତରା— ଫାଲ୍ଗୁନୀର 3 ପାଦ, ହସ୍ତା, ଚିତ୍ରାର 2 ପାଦ ନେଇ କନ୍ୟାରାଶି ଗଠିତ; ଚିତ୍ରାର 2 ପାଦ, ସ୍ୱାତୀ, ବିଶାଖାର 3 ପାଦ ନେଇ ତୁଳାରାଶି ଗଠିତ; ବିଶାଖାର 1 ପାଦ, ଅନୁରାଧା, ଜ୍ୟେଷ୍ଠା ନକ୍ଷତ୍ର ନେଇ ବୃଶ୍ଚିକରାଶି ଗଠିତ; ମୂଳା, ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ନକ୍ଷତ୍ରର 1 ପାଦ ନେଇ ଧନୁରାଶି ଗଠିତ; ଉତ୍ତରାଷା଼ଢ଼ାର 3 ପାଦ, ଶ୍ରବଣା ଓ ଧନିଷ୍ଠାର 2 ପାଦ ନେଇ ମକର ଗଠିତ; ଧନିଷ୍ଠାର 2 ପାଦ ଶତଭିଷା ଓ ପୂର୍ବଭାଦ୍ରର 3 । ପାଦ ନେଇ କୁମ୍ଭ ଗଠିତ; ପୂର୍ବଭାଦ୍ରବର 1 ପାଦ, ଉତ୍ତରଭାଦ୍ରବ ଓ ରେବତୀ ନକ୍ଷତ୍ର ନେଇ ମୀନରାଶି ଗଠିତ। — ଯଥା—ଅଶ୍ୱିନୀ, ଦ୍ୱିଜା ଓ କୃତ୍ତିକାର ଏକ ପାଦ ନେଇ ମେଷରାଶି ଗଠିତ; କୃତ୍ତିକାର3ପାଦ2ରୋହିଣୀ ଓ ମୃଗଶିରାର ଦୁଇ ପାଦ ନେଇ ବୃଷରାଶି ଗଠିତ; ମୃଗଶିରାର2ପାଦ, ଆର୍ଦ୍ରା, ପୁନର୍ବସୁର3ପାଦ ନେଇ ମିଥୁନ ରାଶି ଗଠିତ; ପୁନର୍ବସୁ1ପାଦ, ପୁଷ୍ୟା ଓ ଅଶ୍ଳେଷା ନେଇ କର୍କଟରାଶି ଗଠିତ; ମଘା, ପୂର୍ବାଫାଲ୍ଗୁନୀ ଓ ଉତ୍ତରା— ଫାଲ୍ଗୁନୀର ଏକପାଦ ନେଇ ସିଂହରାଶି ଗଠିତ; ଉତ୍ତରା— ଫାଲ୍ଗୁନୀର3ପାଦ, ହସ୍ତା, ଚିତ୍ରାର2ପାଦ ନେଇ କନ୍ୟାରାଶି ଗଠିତ; ଚିତ୍ରାର2ପାଦ, ସ୍ୱାତୀ, ବିଶାଖାର3ପାଦ ନେଇ ତୁଳାରାଶି ଗଠିତ; ବିଶାଖାର1ପାଦ, ଅନୁରାଧା, ଜ୍ୟେଷ୍ଠା ନକ୍ଷତ୍ର ନେଇ ବୃଶ୍ଚିକରାଶି ଗଠିତ; ମୂଳା, ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ନକ୍ଷତ୍ରର1ପାଦ ନେଇ ଧନୁରାଶି ଗଠିତ; ଉତ୍ତରାଷା଼ଢ଼ାର3ପାଦ, ଶ୍ରବଣା ଓ ଧନିଷ୍ଠାର2ପାଦ ନେଇ ମକର ଗଠିତ; ଧନିଷ୍ଠାର2ପାଦ ଶତଭିଷା ଓ ପୂର୍ବଭାଦ୍ରର3 ପାଦ ନେଇ କୁମ୍ଭ ଗଠିତ; ପୂର୍ବଭାଦ୍ରବର1ପାଦ, ଉତ୍ତରଭାଦ୍ରବ ଓ ରେବତୀ ନକ୍ଷତ୍ର ନେଇ ମୀନରାଶି ଗଠିତ
  • ସଂ. ବି — ଭଗବାନ୍ ସୂର୍ଯ୍ୟଚନ୍ଦ୍ରାଦି ସୃଷ୍ଟି କଲାପରେ ଆପଣାକୁ ଦ୍ୱାଦଶ ଭାଗରେ ବିଭକ୍ତ କରି ଗ୍ରହନକ୍ଷତ୍ରାଦି ଚରାଚରକୁ ଧାରଣ କଲେ, ପ୍ରମାଣ—
  • ସଂ. ବି — ଅଥସୃଷ୍ଟ୍ୟାଂ ମନଶ୍ଚକ୍ରେ ବ୍ରହ୍ମାହଙ୍କାର ମୂର୍ତ୍ତିଭୂତ୍ ମନସଶ୍ଚନ୍ଦ୍ରମାନଜ୍ଞେ ସୁର୍ଯ୍ୟକ୍ଷ୍ଣୋସ୍ତେଜସାଂ ନିଧିଃ। ମନସଃ ଖଂ ତତୋବାୟୁ ରଗ୍ନିରାପୋଧରା କ୍ରମାତ୍, ଗୁଣୈକବୃଦ୍ଧ୍ୟା ପଞ୍ଚୈବ ମହାଭୂତାନି ଜଜ୍ଞିରେ। ଅଗ୍ନୀଷୋମୌଭାସ୍କରେନ୍ଦୁ ତତସ୍ତ୍ୱଙ୍ଗାରକାଦୟଃ, ତେଜୋଭୁଖାମ୍ବୁବାତେଭ୍ୟଃ କ୍ରମଶଃ ପଞ୍ଚ ଜଜ୍ଞିରେ। ପୁନ ର୍ଦ୍ୱାଦଶଧାତ୍ମାନଂ ବିଭଜେଦ୍ରାଶି ସଂଜ୍ଞକଂ, ନକ୍ଷତ୍ର ରୂପିଣଂ ଭୂୟଃ ସପ୍ତବିଂଶାତ୍ମକଂ ବଶୀ। ସୂର୍ଯ୍ୟସିଦ୍ଧାନ୍ତ।
  • ସଂ. ବି — x x x
  • ସଂ. ବି — ରାଶିଚକ୍ରର ବିଭାଗ ବିଷୟରେ ପ୍ରାଚ୍ୟ ପାଶ୍ଚାତ୍ୟ କୌଣସି ଜ୍ୟୋତିଃଶାସ୍ତ୍ର ଭିନ୍ନ ମତ ପ୍ରଚାର କରେ ନାହିଁ। ରାଶିମାନଙ୍କ ଅବସ୍ଥାନ, ଆକୃତି ଇତ୍ୟାଦି ସମ୍ବନ୍ଧେ ଉଭୟେ ପ୍ରାୟ ଏକମତ। ପାଶ୍ଚାତ୍ୟ ନକ୍ଷତ୍ରଗଣ — (Constellations)ର ବିବରଣ ଗ୍ରନ୍ଥବଦ୍ଧ, କିନ୍ତୁ ପ୍ରାଚ୍ୟ ନକ୍ଷତ୍ରଚୟର ସଂସ୍ଥାନ ବିଷୟରେ ସାମାନ୍ୟ ଗଣ୍ଡଗୋଳ ଘଟିଥାଏ
  • ସଂ. ବି — (ରାଶିମାନଙ୍କ ସମ୍ବନ୍ଧେ ଅନ୍ଯାନ୍ୟ ବିବରଣ ରାଶି ଶବ୍ଦରେ ଦ୍ରଷ୍ଟବ୍ୟ।) ସନ୍ଦର୍ଭ ଲେଖକ ଜ୍ୟୋତିଷାଚାର୍ଯ୍ୟ ଶ୍ରୀ ବାଇକୋଳି ମହାପାତ୍ର।