ରାଳ Rāḻa
- ସଂ. ବି — ସର୍ଜରସ; ଝୁଣା — Yellow resin
- ସଂ. ବି — ଝୁଣା ବାହାରିବା ଏକପ୍ରକାର ଗଛ — A wild tree; Mimosa Rubicaulis
- ସଂ. ବି — [ଦ୍ର—ଦକ୍ଷିଣଭାରତର ଓ ଓଡ଼ିଶାର ଜଙ୍ଗଲର ଏକପ୍ରକକାର ଗଛ — Mimosa Rubicaulisରୁ ଝୁଣା ବାହାରେ ଏ ଗଛର କାଠ କିଛି କାମରେ ଲାଗେ ନାହିଁ ଏଥିର ନିର୍ଯ୍ୟାସ2ପ୍ରକାର, ଧଳା ଓ କଳା ଏ ଗଛ2ବର୍ଷର ହେଲେ ଲୋକେ ଏହାର ଗଣ୍ଡିରେ ସ୍ଥାନେ ସ୍ଥାନେ ଛେଦ କରନ୍ତି ଓ ଉକ୍ତ ଛେଦରୁ ଚୈତ୍ରଠାରୁ ମାର୍ଗଶିର ପର୍ଯ୍ୟନ୍ତ ରସ ବହେ ଦଶ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଗଛରୁ ଏପରି ନିର୍ଯ୍ୟାସ ବହେ ଏ ନିର୍ଯ୍ୟାସ ବାର୍ଣ୍ଣିସ୍ କରିବାରେ ଓ ଔଷଧରେ ଲାଗେ ଏହି ଗଛର ଅଠା ଶୁଖିଗଲେ ଝୁଣା ହୁଏ (ହି. ଶ.) ବୈଦ୍ୟଶାସ୍ତ୍ର ମତରେ ଝୁଣା ଶୀତବୀର୍ଯ୍ୟ, ଗୁରୁ ତିକ୍ତକଷାୟ ଓ ଧାରକ ଏହା ବାତାଦି ଦୋଷତ୍ରୟ, ରକ୍ତଦୁଷ୍ଟି, ସ୍ୱେଦ, ବିସର୍ପ, ଜ୍ୱର, ବ୍ରଣ, ବିପାଦିକା, ଗ୍ରହଦୋଷ, ଭଗ୍ନରୋଗ, ଅଗ୍ନିଦଗ୍ଧକ୍ଷତ, ଅଲକ୍ଷ୍ମୀ, ଶୂଳ ଓ ଅତିସାରନାଶକ— ଦ୍ରବ୍ଯଗୁଣ]