ରାମେଶ୍ୱର Rāmeṡwara
- ସଂ. ବି (ମ. ପ. ଲୋ; କର୍ମଧା; ରାମଙ୍କଦ୍ୱାରା ପୂଜିତ ଈଶ୍ୱର) — ରାମନାଥ; ଭାରତର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ରାମନାଥ ନାମକ ଶିବଲିଙ୍ଗ — Name of an idol of Ṡiba in the south of India
- ସଂ. ବି (ମ. ପ. ଲୋ; କର୍ମଧା; ରାମଙ୍କଦ୍ୱାରା ପୂଜିତ ଈଶ୍ୱର) — [ଦ୍ର—ଏ ଶିବଲିଙ୍ଗ ମଦୁରା ଜିଲ୍ଲା ରାମନଦ ତାଲୁକାମଧ୍ୟରେ ଏକଦ୍ୱୀପରେ ପ୍ରତିଷ୍ଠିତ। ଶ୍ରୀରାମଚନ୍ଦ୍ରଙ୍କ ଲଙ୍କାବିଜୟ ଯାତ୍ରା ସମୟରେ ଏଠାରେ ରାମେଶ୍ୱର ଦେବଙ୍କୁ ସ୍ଥାପନ କରିଥିଲେ। ମଦନମୋହନ ତୀର୍ଥଦର୍ଶନ 1 ମ ଭାଗ। — [ଦ୍ର—ଏ ଶିବଲିଙ୍ଗ ମଦୁରା ଜିଲ୍ଲା ରାମନଦ ତାଲୁକାମଧ୍ୟରେ ଏକଦ୍ୱୀପରେ ପ୍ରତିଷ୍ଠିତ ଶ୍ରୀରାମଚନ୍ଦ୍ରଙ୍କ ଲଙ୍କାବିଜୟ ଯାତ୍ରା ସମୟରେ ଏଠାରେ ରାମେଶ୍ୱର ଦେବଙ୍କୁ ସ୍ଥାପନ କରିଥିଲେ ମଦନମୋହନ ତୀର୍ଥଦର୍ଶନ1ମ ଭାଗ
- ସଂ. ବି (ମ. ପ. ଲୋ; କର୍ମଧା; ରାମଙ୍କଦ୍ୱାରା ପୂଜିତ ଈଶ୍ୱର) — ସେତୁବନ୍ଧ ରାମେଶ୍ୱର; ଭାରତର ଦକ୍ଷିଣ ପୂର୍ବ କୋଣ ଓ ଲଙ୍କା ଦ୍ୱୀପ ମଧ୍ୟରେ ରାମଚନ୍ଦ୍ରଙ୍କ ଆଦେଶରେ ବନ୍ଧା ଯାଇ ଥିବା ସେତୁବନ୍ଧ — Adam's bridge (between India and Ceylon)
- ସଂ. ବି (ମ. ପ. ଲୋ; କର୍ମଧା; ରାମଙ୍କଦ୍ୱାରା ପୂଜିତ ଈଶ୍ୱର) — ଭାରତର ଦକ୍ଷିଣ ପୂର୍ବ କୋଣ ଓ ଲଙ୍କା ଦ୍ୱୀପ ମଧ୍ୟରେ ଥିବା ପ୍ରଣାଳୀ (ଉତ୍ତରରେ ପକ୍ ପ୍ରଣାଳୀ ଓ ଦକ୍ଷିଣରେ ମାନାର୍ ଉପ— ସାଗର ମଧ୍ୟରେ) ଥିବା ସେତୁବନ୍ଧ ରାମେଶ୍ୱର ନାମକ ସମୁଦ୍ରଗର୍ଭସ୍ଥ ବନ୍ଧର ଉତ୍ତର ପଶ୍ଚିମକୁ ଲାଗିଥିବା ଲମ୍ବଦ୍ୱୀପ (ଏହାକୁ ସ୍ଥାନୀୟ ଲୋକେ ରାମେଶ୍ୱର କହନ୍ତି। ଏହା ହିନ୍ଦୁ— ମାନଙ୍କର ଗୋଟିଏ ତୀର୍ଥ) — Name of a small island to the north west of Adam's bridge (a range of high land between Ceylon and India)
- ଦେ. ବି. ପୁଂ. — ଲୋକଙ୍କର ନାମ — A name given to males