ରାମାନନ୍ଦୀ ଚିତା Rāmānandī chitā

  • ଦେ. ବି — ରାମାନନ୍ଦସମ୍ପ୍ରଦାୟର ବୈଷ୍ଣବମାନଙ୍କ କପାଳରେ ଧାରଣ କରିବା ତିଳକ ବା ଚନ୍ଦନାଦିର ତ୍ରିପୁଣ୍ଡ୍ରକ ଚିତା — Trident or three-forked sandal-paste mark drawn on the forehead by Rāmānanda Ba̲i̱shṇabas
  • ଦେ. ବି — [ଦ୍ର—ଏହା ତ୍ରିଶୂଳ ପରି; ପ୍ରଥମେ ନାସାର୍ଦ୍ଧରୁ ବା ନାସାଗ୍ରରୁ ଗୋଟିଏ ରେଖା ଯାଇ ଭ୍ରୂଲତା ମଧ୍ୟରେ ପଶି ସେଠାରୁ ଦୁଇ ଶାଖାରେ କପାଳସ୍ଥ କେଶମୂଳା ପର୍ଯ୍ୟନ୍ତ ଟଣାଯାଏ ଓ ଏହି ଦୁଇ ଶାଖାର ମଝିରେ ଗୋଟିଏ ରେଖା ସଂଯୁକ୍ତ ହୁଏ। ନାସାର୍ଦ୍ଧାତ୍ କେଶ ପର୍ଯ୍ୟନ୍ତଂ ତିଳକଂ ହରି— ମନ୍ଦିରଂ ବାକ୍ୟ ଅନୁସାରେ ହରିମନ୍ଦିର ଚିତା ମଧ୍ୟ ରାମାନନ୍ଦୀ ଚିତାପରି ତ୍ରିଶିଖ। ହରିମନ୍ଦିର ଚିତାର ମଧ୍ୟସ୍ଥ ଶୂଳ ଧଳା ଓ ଦୁଇପାଖର ଶୂଳ ଧଳା। ରାମାନନ୍ଦୀ ଚିତାର ମଧ୍ୟ ଦୁଇପାଖର ଶୂଳ ଧଳା ଓ ମଧ୍ୟସ୍ଥ ଶୂଳ ଧଳା। ରାମାନୁଜସମ୍ପ୍ରଦାୟଙ୍କ ଚିତା ରାମାନନ୍ଦୀ ପରି, କିନ୍ତୁ ମଝି ଶିଖାଟି ଧଳା ନ ହୋଇ ନାଲି ବା ହଳଦିଆ ଅଟେ।]
  • ଦେ. ବି — (ଉ—କୁଆଁ ତାରା ତହିଁ ମଧ୍ୟେ ବିରାଜିତା, ପ୍ରାଚୀ କରିଛି କି ରାମାନନ୍ଦୀ ଚିତା— ରାଧାନାଥ. ନନ୍ଦିକେଶ୍ୱରୀ।)