ରାମାନନ୍ଦୀ ଚିତା କାଟିବା Rāmānandī chitā kāṭibā

  • ଦେ. କ୍ରି — ଅନ୍ଯ ବ୍ଯକ୍ତିର ମୁଣ୍ଡରେ ରାମାନନ୍ଦୀ ତିଳକ ଚିତ୍ର ଅଙ୍କିତ କରିବା — To paint the Rāmānandī sandal paste paint on another's forehead
  • ଦେ. କ୍ରି — (ଲକ୍ଷଣାର୍ଥ)—ଭଣ୍ଡାଇକରି ଧନ ଆଦି ନେବା — To defraud a person of cash etc by undue influence
  • ଦେ. କ୍ରି — [ଦ୍ର—ବୈଷ୍ଣବ ଗୁରୁ କୌଣସି ଶିଷ୍ୟକୁ ମନ୍ତ୍ର ଦେଇ ଦୀକ୍ଷିତ କଲାବେଳେ ଉକ୍ତ ଶିଷ୍ୟକୁ ଡୋର, କଉପୁନି, ମାଳା ଓ ତିଳକ ଦିଅନ୍ତି, ଅର୍ଥାତ୍, ଶିଷ୍ୟ ଉକ୍ତ ଡୋରକୁ ଅଣ୍ଟାରେ ପିନ୍ଧି ତା ଉପରେ କୌପୀନ ପରିଧାନ କରେ। ଗୁରୁ ଶିଷ୍ୟର ବେକରେ ତୁଳସୀ ମାଳାଟି ପିନ୍ଧାଇ ଦିଅନ୍ତି ଓ ଆପଣାର ସମ୍ପ୍ରଦାୟର ବିଶିଷ୍ଟ ତିଳକ ଚିହ୍ନ ତା କପାଳରେ କାଟିଦିଅନ୍ତି, ଅର୍ଥାତ୍ ନିଜେ ଶିଷ୍ୟ ମୁଣ୍ଡରେ ଅଙ୍କିତ କରିଦିଅନ୍ତି। ରାମାନନ୍ଦୀ ସମ୍ପ୍ରଦାୟର ଗୁରୁ ନବଦୀକ୍ଷିତ ଶିଷ୍ୟର ମୁଣ୍ଡରେ ତିଳକ କାଟିଦେଇ ଶିଷ୍ୟ ଉପରେ ଅଯଥା ଅଧିକାର ବିସ୍ତାରପୂର୍ବକ ଶିଷ୍ୟଠାରୁ ଧନ ଆଦି ଠକାଇ ନେବାର ଓ ଶିଷ୍ୟଙ୍କ ପରିବାରରେ ମଧ୍ୟ ସମୟସମୟରେ ଜଘନ୍ୟ କାଣ୍ଡମାନ ଘଟାଇବାର ଉଦାହରଣ ବିରଳ ନୁହେଁ। ଏଥିପାଇଁ କୌଣସି ବ୍ଯକ୍ତିକୁ ରାମାନନ୍ଦୀ ଚିତା ଦେବା ବା ରାମାନନ୍ଦୀ କାଟିବା ବାକ୍ୟର ଲକ୍ଷଣାର୍ଥ—'ଭଣ୍ଡାଇକରି ଧନ ଆଦି ନେବା' ହୋଇଅଛି।]