ରାମାନନ୍ଦୀ କାଟିବା Rāmānandī kāṭibā
- ଦେ. କ୍ରି — ଆପଣା ମୁଣ୍ଡରେ ରାମାନନ୍ଦୀ ତିଳକ ଅଙ୍କିତ କରିବା — To paint Rāmānandi chitā on one's forehead
- ଦେ. କ୍ରି — (ଉ—ପ୍ରାଚୀ କରିଛି କି ରାମାନନ୍ଦୀ ଚିତା ରାଧାନାଥ. ନନ୍ଦିକେଶ୍ୱରୀ।)
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିକୁ ଧପାଇବା ବା ପ୍ରତାରଣା କରିବା — To defraud; to cheat a person
- ଦେ. କ୍ରି — ପ୍ରତାରଣାପୂର୍ବକ ଧନାଦି ଅପହରଣ କରି ସ୍ଥଳତ୍ୟାଗ କରିବା — To leave a place after defrauding a person of his money etc
- ଦେ. କ୍ରି — [ଦ୍ର— ଧର୍ମଧ୍ୱଜୀ ପାପୀ ଦୁରାଚାରୀମାନେ ବୈଷ୍ଣବ ଭେକ ଧାରଣ କରି ମାଳାତିଳକ ଧାରଣ କରି (ରାମାନନ୍ଦୀ ଚିତା ଘେନି) ପରମଧାର୍ମିକ ବୈରାଗୀରୂପେ ଆପଣାକୁ ପରିଚୟ ଦେଇ ସରଳ ଗୃହସ୍ଥ— ମାନଙ୍କ ନିକଟରେ ଆଶ୍ରୟ ଲାଭ କରି ସେମାନଙ୍କଠାରୁ ଭକ୍ତି ଓ ସେବା ଗ୍ରହଣ କରି ଉକ୍ତ ବ୍ଯବହାରର ଅପବ୍ଯବହାର— ପୂର୍ବକ ଲୋକଙ୍କୁ ଠକାଉଥିଲେ ଓ କପଟତାଚରଣପୂର୍ବକ ଲୋକଙ୍କର ଧନାଦି ହରଣ କରି (ଏପରି କି, ପରିବାରସ୍ଥା କୁଳବଧୂମାନଙ୍କୁ ଫୁସୁଲାଇ ଘରୁ କାଢ଼ି) ନେଇ ପଳାଇ ଯାଉଥିବାର ଅନୁଭବରୁ ଏ ବାକ୍ୟର ଉପରୋକ୍ତ ପ୍ରଚଳିତ "ଠକାଇବା" ଅର୍ଥ ଚଳିଅଛି। ଏ ଅନୁଭବ ପୂର୍ବ ଅପେକ୍ଷା କମିଅଛି, କିନ୍ତୁ ଏହା ଅବଧି ମଧ୍ୟ ଘଟୁଅଛି। ରାମାନନ୍ଦୀ ଚିତା କାଟିବା ଭଣ୍ଡମାନଙ୍କ ପରେ କୃଷ୍ଣଭକ୍ତ ବୈଷ୍ଣବମାନେ— ଅର୍ଥାତ୍, ଯେଉଁମାନେ ହରିମନ୍ଦିର ଚିତା କାଟୁଥିଲେ—ମଧ୍ୟ ଏ ଅଭିନୟ କରିବା ଦେଖାଯିବାରୁ 'ହରିମନ୍ଦିର କାଟିବା' ବାକ୍ୟର ମଧ୍ୟ ଏହି ଅର୍ଥରେ ବ୍ଯବହାର ଚଳିଅଛି। ସାଧାରଣତଃ ଧର୍ମଧ୍ୱଜୀମାନେ ବାହାରରେ "ଚିତାକାଟି" ସେହି ଚିତାର ଆଶ୍ରୟକରି ଲୋକଙ୍କୁ ଠକାଉଥିବା ଅନୁଭବରୁ 'ଚିତାକାଟିବା', 'ଚିତା ଦେବା' ଆଦି ବାକ୍ୟ ମଧ୍ୟ ଧପାଇବା ଅର୍ଥରେ ବ୍ଯବହୃତ ହୋଇଅଛି। ଯଥା—ସେ ମତେ ରାମାନନ୍ଦୀ ଦେଇ ଚାଲିଗଲା, ଅମୁକ ଲୋକ ମୋଠାରୁ ପାଞ୍ଚୋଟି ଟଙ୍କା ଚିତା କାଟି ଚମ୍ପଟ ଦେଲା।]