ରାମାନନ୍ଦ ସ୍ୱାମୀ Rāmānanda swāmī

  • ଦେ. ବି. (ନାମ) — ବଙ୍ଗୀୟ ଧର୍ମପ୍ରଚାରକ (ଖ୍ରୀ. 1857 — 1901 ) — ବଙ୍ଗୀୟ ଧର୍ମପ୍ରଚାରକ (ଖ୍ରୀ.1857—1901)—A Bengali religious preacher of the name (born 1857-Died 1901)
  • ଦେ. ବି. (ନାମ) — [ଦ୍ର—ଏ ପ୍ରଥମେ ସଂସ୍କୃତ ପଢ଼ି ବିବାହ କରିଥିଲେ। ପରେ କଲିକତାରେ ସ୍କୁଲରେ ସଂସ୍କୃତ ପଣ୍ଡିତରୂପେ କାର୍ଯ୍ଯ କଲେ। ହିନ୍ଦୁଧର୍ମ୍ମର ପ୍ରତିମାପୂଜାକୁ ଏ ସୁଖ ପାଉ ନ ଥିଲେ; ତେଣୁ ଏ ପଇତା ଛିଣ୍ଡାଇ ମହର୍ଷି ଦେବେନ୍ଦ୍ରନାଥଙ୍କ ସାହଚର୍ଯ୍ଯରେ ବ୍ରାହ୍ମ ହେଲେ। କେତେକ କାଳ ବ୍ରାହ୍ମସମାଜର ପ୍ରଚାରକ କାର୍ଯ୍ଯ କରି ସାରିଲାପରେ ଏ ପୁନର୍ବାର ହିନ୍ଦୁ ମତାନୁସାରେ ସନ୍ନ୍ୟାସୀ ହେଲେ ଓ ଯୋଗ ତନ୍ତ୍ରାଦି ସାଧନା କଲେ। ଏ ଆସାମ, ତିବ୍ୱତ୍, ପଞ୍ଜାବ, ହରିଦ୍ୱାର, ବଦ୍ରିନାଥ ଆଦି ଅନେକ ତୀର୍ଥ ଓ ପ୍ରଦେଶ ଭ୍ରମଣ କରିଥିଲେ। ତାଙ୍କ ପ୍ରବନ୍ଧଗୁଡ଼ିକ ସମସାମୟିକ 'ସାହିତ୍ୟ' ଆଦି ବଙ୍ଗୀୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ତିବ୍ୱତ୍, କୈଳାସ, ମାନସରୋବର ଆଦିର ଅନେକ ବିବରଣ ଲେଖି ଏ ପତ୍ରିକାରେ ପ୍ରକାଶିତ କରିଥିଲେ। ଏହାଙ୍କ ବଙ୍ଗଳା ଜୀବନୀ "ପରିବ୍ରାଜକାଚାର୍ଯ୍ଯ ସ୍ୱାମୀ ରାମାନନ୍ଦ" ଦୁର୍ଗାନାଥ ଘୋଷ ତତ୍ତ୍ୱଭୂଷଣଙ୍କ ଦ୍ୱାରା ପ୍ରକାଶିତ।]