ରାମମୋହନ ରାୟ Rāmamohana rāya
- ଦେ. ବି. ନାମ — ରାଜା ରାମମୋହନ ରାୟ, ବ୍ରାହ୍ମଧର୍ମର ପ୍ରତିଷ୍ଠାତା ଓ ପ୍ରଚାରକ ( 1774 — 1833 ) — ରାଜା ରାମମୋହନ ରାୟ, ବ୍ରାହ୍ମଧର୍ମର ପ୍ରତିଷ୍ଠାତା ଓ ପ୍ରଚାରକ (1774—1833)—Raja Rammohan Ray; the founder of the Brahmo religion
- ଦେ. ବି. ନାମ — [ଏ ଜଣେ ମହାପଣ୍ଡିତ। ବଙ୍ଗଳାଭାଷା ଛଡ଼ା ଆରବୀ, ଫାରସୀ, ସଂସ୍କୃତ, ଇଂରାଜୀ, ଉର୍ଦ୍ଧୁ, ହିବ୍ରୁ, ତିବ୍ୱତୀ, ଗ୍ରୀକ୍ ଓ ଲାଟିନ୍ଭାଷାରେ ଏ ଅଭିଜ୍ଞତା ଲାଭ କରିଥିଲେ। ଏ ଆଧୁନିକ ବଙ୍ଗଳା ଗଦ୍ୟ ଲେଖାର ପ୍ରବର୍ତ୍ତକ। ଏ ପୌତ୍ତଳିକତାର ବିରୋଧୀ ଥାଇ ବେଦାନ୍ତ ସମ୍ମତ ଏକେଶ୍ୱରବାଦ ପ୍ରଚାର କରିଥିଲ। ଏ ଉପବିତ ତ୍ୟାଗ କରି ନ ଥିଲେ ଓ ସନାତନ ହିନ୍ଦୁ ଧର୍ମ୍ମର ପୁନରୁତ୍ଥାନ ପାଇଁ ଯତ୍ନ କରିଥଲେ। ଏ ସତୀଦାହ ପ୍ରଥା ରହିତ ହେବା ବିଷୟରେ ଗଭର୍ଣ୍ଣର ଜେନେରଲ୍ ଲର୍ଡ୍ ବେଣ୍ଟିକଙ୍କୁ ବିଶେଷ ସାହାଯ୍ଯ କରିଥିଲେ। ଏ ଦିଲ୍ଲୀ— ସମ୍ରାଟଙ୍କର ବିଶିଷ୍ଟ କାର୍ଯ୍ୟ ଉପଲକ୍ଷରେ ବିଲାତ ଯାଇଥିଲେ। ଏ ବଙ୍ଗାଳୀଙ୍କ ମଧ୍ୟରେ ବିଲାତ ଯିବା ବିଷୟରେ ଅଗ୍ରଣି। ଏ ମଧ୍ୟ ଫ୍ରାନ୍ସକୁ ଯାଇଥିଲେ। ଦିଲ୍ଲୀର ସମ୍ରାଟ ଏହାଙ୍କୁ ରାଜା ଉପାଧି ଦେଇଥିଲେ। ଇଂଲଣ୍ଡର ଅନ୍ତଃପାତୀ ବ୍ରିଷ୍ଟଲ୍ ନଗରରେ ଏହାଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ଏହାଙ୍କ ସମାଧି ଅଛି।]