ରାମ ଶଙ୍କର Rāma ṡaṅkara

  • ସଂ. ବି. ପୁଂ. — ରାମ ଓ ମହାଦେବ; ହରିହର — Bishṇu and Ṡiba
  • ଦେ. ବି. ପୁଂ. — ଲୋକଙ୍କ ନାମ — A name given to males
  • ଦେ. ବି. ପୁଂ. — ସ୍ୱର୍ଗୀୟ ରାମଶଙ୍କର ରାୟ — The late Rai Bahadur Ramasaṅkar Roy
  • ଦେ. ବି. ପୁଂ. — [ଦ୍ର—ଏ ମହାଶୟ ଉତ୍କଳ ଉପନିବେଶୀ ବଙ୍ଗୀୟ କାୟସ୍ଥବଂଶୀୟ ଓକିଲ ଓ ଗ୍ରନ୍ଥକାର ଓ ୰ଗୌରୀଶଙ୍କର ରାୟଙ୍କର ଅନୁଜ। ଏ ଉତ୍କଳ ଭାଷାରେ ଉପନ୍ୟାସ ଓ ଅନେକଗୁଡ଼ିଏ ନାଟକ ରଚନା କରି ଯାଇ ଅଛନ୍ତି। ଉତ୍କଳ ସାହିତ୍ୟରେ ଅମିତ୍ରାକ୍ଷର ଛନ୍ଦର ଏ ଆଦ୍ୟ ପ୍ରବର୍ତ୍ତକ। ନାନା ଦେଶହିତକର କାର୍ଯ୍ୟ ଏବଂ ବେଦ ଓ ସଂହିତାଦିର ଅଧ୍ୟୟନ ଏହାଙ୍କ ଜୀବନର ବ୍ରତ ଥିଲା। ଏ ବହୁକାଳ କଟକ ମିଉନିସିପାଲିଟିର ଭାଇସ୍ଚେଆର୍ମାନ୍ ଓ ଚେଆର୍ମାନ୍ କର୍ମ ଦକ୍ଷତା ସହକାରେ ଚଳାଇଥିଲେ। ଏ ସରକାରଙ୍କଠାରୁ ରାୟ ବାହାଦୁର୍ ଉପାଧି ପ୍ରାପ୍ତ ହୋଇଥିଲେ। ଏ ଉତ୍କଳକୁ ନିଜର ମାତୃଭୂମି ଓ ଓଡ଼ିଆ ଭାଷାକୁ ଆପଣାର ମାତୃଭାଷାରୂପେ ଭକ୍ତି ଓ ସ୍ନେହ କରୁଥିଲେ।]