ରାମ ଚଣ୍ଡୀ Rāma chaṇdī
- ଦେ. ବି. ସ୍ତ୍ରୀ. (ସଂ. ରାମ ଓ ଚଣ୍ଡୀ; ରାମଚନ୍ଦ୍ରଙ୍କ ପୂଜିତା ଚଣ୍ଡୀ) — ଠାକୁରାଣୀ ପ୍ରତିମାଙ୍କ ନାମ — Name of a popular Goddess
- ଦେ. ବି. ସ୍ତ୍ରୀ. (ସଂ. ରାମ ଓ ଚଣ୍ଡୀ; ରାମଚନ୍ଦ୍ରଙ୍କ ପୂଜିତା ଚଣ୍ଡୀ) — ପୁରୀର ତନ୍ନାମିକା ଦେବୀ ପ୍ରତିମା — The image of Goddess Rāmachaṇḍi in Puri
- ଦେ. ବି. ସ୍ତ୍ରୀ. (ସଂ. ରାମ ଓ ଚଣ୍ଡୀ; ରାମଚନ୍ଦ୍ରଙ୍କ ପୂଜିତା ଚଣ୍ଡୀ) — [ଦ୍ର—ଏ ଠାକୁରାଣୀଙ୍କ ମନ୍ଦିର ଯେଉଁ ସାହିରେ ଅଛି ତହାର ନାମ ରାମଚଣ୍ଡୀ ସାହି।]
- ଦେ. ବି. ସ୍ତ୍ରୀ. (ସଂ. ରାମ ଓ ଚଣ୍ଡୀ; ରାମଚନ୍ଦ୍ରଙ୍କ ପୂଜିତା ଚଣ୍ଡୀ) — ପୁରୀ ଜିଲ୍ଲା କୋଣାର୍କର ଦକ୍ଷିଣ ପଶ୍ଚିମକୁ ପ୍ରାୟ ତିନି ମାଇଲ ଦୂରରେ ବିସ୍ତୀର୍ଣ୍ଣ କୁଶଭଦ୍ରା ମୁହାଣରେ ଉଚ୍ଚ ବାଲିକୁଦ (ବନ୍ତ) ଉପରେ ଗୋଟିଏ ମନ୍ଦିରରେ ଅଧିଷ୍ଠିତା ଦୁର୍ଗା ବିଗ୍ରହ — The celebrated image of the Goddess Durgā near about the Koṇārka temple
- ଦେ. ବି. ସ୍ତ୍ରୀ. (ସଂ. ରାମ ଓ ଚଣ୍ଡୀ; ରାମଚନ୍ଦ୍ରଙ୍କ ପୂଜିତା ଚଣ୍ଡୀ) — [ଦ୍ର—ସେହି କୁଦ ଉପରେ କେତୋଟି ବର ଗଛ ଓ ଗୋଟିଏ ମାତ୍ର ତାଳ ଗଛ ଅଛି; ଚାରିପଟେ ଅପନ୍ତରା ବାଲିପାଟ। ସେହି ବାଲିପାଟରେ ବହୁତ କୃଷ୍ଣସାର ମୃଗ ବୁଲୁଥାଆନ୍ତି। ଏହି କୁଦ ଉପରେ ନିର୍ମଳ ଦିନରେ ଠିଆ ହେଲେ ଚକ୍ରବାଳର ଏକଦିଗରେ ଭଗ୍ନ କୋଣାର୍କମନ୍ଦିର ଓ ଅନ୍ଯ ଦିଗରେ ବହୁ କଷ୍ଟରେ ପୁରୀ ବଡ଼ ଦେଉଳର ଚୂଡ଼ା ଦେଖାଯାଏ।
- ଦେ. ବି. ସ୍ତ୍ରୀ. (ସଂ. ରାମ ଓ ଚଣ୍ଡୀ; ରାମଚନ୍ଦ୍ରଙ୍କ ପୂଜିତା ଚଣ୍ଡୀ) — ପଣ୍ଡିତ ନୀଳକଣ୍ଠ ଦାଶ 'କୋଣାର୍କେ' କାବ୍ୟର ଗ୍ରନ୍ଥ— ପ୍ରବେଶ ମତରେ ରାମଚଣ୍ଡୀ ପୂର୍ବେ କୋଣାର୍କରେ ଥିଲେ। କିମ୍ବଦନ୍ତୀ ଅଛି ଯେ, କଳାପାହାଡ଼ ହିନ୍ଦୁଦେବଦେବୀଙ୍କ ପବିତ୍ରତା ନଷ୍ଟ କଲାବେଳେ ରାମଚଣ୍ଡୀ ନାରୀରୂପରେ ଗୋଟିଏ ମାଠିଆ ଧରି ମନ୍ଦିରରୁ କୁଶଭଦ୍ରାକୁ ପାଣିପାଇଁ ଗଲେ। କଳାପାହାଡ଼ ଖୋଜି ଆସି ଦେଖିଲାବେଳକୁ ସେ କୁଶ- ଭଦ୍ରାରେ ମାଠିଆ ଧରି ଭାସୁଅଛନ୍ତି। ସେହିଦିନଠାରୁ ରାମଚଣ୍ଡୀ ଆଉ କୋଣାର୍କକୁ ଫେରି ନାହାନ୍ତି। ଲୋକେ ଏବେ ମଧ୍ୟ ଏହି କିମ୍ବଦନ୍ତୀକୁ ଲକ୍ଷ୍ୟ କରି ପ୍ରବଚନ କହନ୍ତି
- ଦେ. ବି. ସ୍ତ୍ରୀ. (ସଂ. ରାମ ଓ ଚଣ୍ଡୀ; ରାମଚନ୍ଦ୍ରଙ୍କ ପୂଜିତା ଚଣ୍ଡୀ) — ଭଲା ରାମଚଣ୍ଢୀ ଭଲାରେ !
- ଦେ. ବି. ସ୍ତ୍ରୀ. (ସଂ. ରାମ ଓ ଚଣ୍ଡୀ; ରାମଚନ୍ଦ୍ରଙ୍କ ପୂଜିତା ଚଣ୍ଡୀ) — କଳାପାହାଡ଼କୁ ଦୁଆରେ ବସାଇ ଭଲା ପାଣିପାଇଁ ଗଲାରେ। ନୀଳକଣ୍ଠ ଦାଶ, 'କୋଣାର୍କେ' ରାମଚଣ୍ଡୀ 181 ଧାଡ଼ିର ଟୀକା।] — କଳାପାହାଡ଼କୁ ଦୁଆରେ ବସାଇ ଭଲା ପାଣିପାଇଁ ଗଲାରେ ନୀଳକଣ୍ଠ ଦାଶ, 'କୋଣାର୍କେ' ରାମଚଣ୍ଡୀ181ଧାଡ଼ିର ଟୀକା]