ରାବଣ ଛାୟା Rābaṇa chhāyā

  • ପ୍ରାଦେ. (ଗଡ଼ଜାତ) ବି — ପୁରୁଣାକାଳରେ ଏ ଦେଶରେ, ବିଶେଷତଃ ଗଡ଼ଜାତରେ, ଲୋକଙ୍କୁ ଦେଖା ଯାଉଥିବା ଛାୟାଚିତ୍ର — A rude bioscopic performance formerly prevalent in Orissa and specially in the Oriya States
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର— ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପାଲଲହଡ଼ା ଓ ତାଳଚେରରେ ମଧ୍ୟ ଅଛି। ଏହି ଛାୟାଚିତ୍ର ପ୍ରଦର୍ଶକ ଦଳ ବାଦ୍ୟ ସାହାଯ୍ୟରେ ଗୀତ ବୋଲୁ ଥାଆନ୍ତି; ଦର୍ଶକଙ୍କ ସାମନାରେ ଗୋଟିଏ ଧଳା ଚାଦର ଟାଙ୍ଗି ଚାଦର ଆରପାଖେ ଥିବା ଲୋକଙ୍କ ଛାୟା ସେ ଚାଦରରେ ପକାଇ ବୋଲାଯାଉଥିବା ଗୀତର ଚରିତକୁ ଲୋକଙ୍କୁ କର ଚରଣାଦିର ଭଙ୍ଗିଦ୍ୱାରା ଦେଖାଉଥାଆନ୍ତି। ଏହା ଆଧୁନିକ ବାୟୋସ୍କୋପ୍ର ପ୍ରାଚୀନ ଗଡ଼ଜାତୀ ଅବତାର।]