ରାଧା ନାଚିବେ Rādhā nāchibe
- ଦେ. ବାକ୍ୟ — ରାଧା ନୃତ୍ୟ କରିବାରୂପ ଅଲଭ୍ୟ ବା ଦୁର୍ଲ୍ଲଭ୍ୟ କାର୍ଯ୍ୟ — A thing, the performance of which entails much botheration and arrangement
- ଦେ. ବାକ୍ୟ — [ଦ୍ର— କୌଣସି କୃଚ୍ଛ୍ରସାଧ୍ୟ ବା ବହୁ ବ୍ୟୟସାଧ୍ୟ ବା ବହୁଳ ଆୟୋଜନସାଧ୍ୟ କାର୍ଯ୍ୟ ପ୍ରତି ଲକ୍ଷ୍ୟ କରି ଏ ବାକ୍ୟ ବୋଲାଯାଏ;—ଶହେ ମହଣ ଘିଅ ହେବ, ନାଁ, ରାଧା ନାଚିବେ। ଅର୍ଥାତ୍, ଶହେ ମହଣ ଗୁଆ ଘିଅ ଏକତ୍ର ସଂଗୃହୀତ ହୋଇ ପାରିବା ଯେପରି ଅସାଧ୍ୟ, ରାଧା ନାଚିବା ମଧ୍ୟ ସେହିପରି ଅସମ୍ଭବ। ସମ୍ଭବତଃ ଏ ଉକ୍ତିଦ୍ୱାରା ରାଧାକୃଷ୍ଣ ଲୀଳାର କୌଣସି ଲୌକିକ ଆଖ୍ୟାନ ପ୍ରତି ଲକ୍ଷ୍ୟ କରାଯାଇଅଛି।]