ରାଜପୁତ Rājaputa

  • ଦେ. ବି. ପୁଂ.—(ସଂ. ରାଜପୁତ୍ର) — ମଧ୍ୟ ଭାରତର ରାଜପୁତନା ଅଧିବାସୀ କ୍ଷତ୍ରିୟ ଜାତି ବିଶେଷ — A generic term for the Kshatriyas in Central India or Rajputana
  • ଦେ. ବି. ପୁଂ.—(ସଂ. ରାଜପୁତ୍ର) — ରାଜପୁତ (ଦେଖ) — Rajputa (See)
  • ଦେ. ବି. ପୁଂ.—(ସଂ. ରାଜପୁତ୍ର) — [ଦ୍ର—ଏମାନେ ଅମ୍ବଷ୍ଠ କନ୍ଯା— ଠାରୁ କ୍ଷତ୍ରିୟ ଔରସରେ ଜାତ; ପ୍ରକୃତିବାଦ; 'ରାଜପୁତ୍ର' (ଦେଖ)]
  • ଦେ. ବି. ପୁଂ.—(ସଂ. ରାଜପୁତ୍ର) — [ଦ୍ର—ରାଜପୁତାନାର ଅଧିବାସୀ କ୍ଷତ୍ରିୟମାନଙ୍କ କେତେକ ବିଶିଷ୍ଟବଂଶ ରାଜପୁତ ନାମରେ ଗଣିତ ହେଉଅଛନ୍ତି। ରାଜପୁତ ଶବ୍ଦ ରାଜପୁତ୍ର ଶବ୍ଦର ଅପ୍ରଭ୍ରଂଶ। ଭାରତରେ ମୁସଲମାନ୍ ଅଧିକାର ପରେ ଏ ଶବ୍ଦ ପ୍ରଚଳିତ ହୋଇଅଛି। ପ୍ରାଚୀନ କାଳରେ ରାଜକୁମାର ବା ରାଜବଂଶୀୟମାନଙ୍କୁ ରାଜପୁତ୍ର ବୋଲା ଯାଉଥିଲା। ଏଥିପାଇଁ କ୍ଷତ୍ରିୟମାନଙ୍କୁ ମୁସଲମାନ୍ମାନେ 'ରାଜପୁତ' ନାମରେ ଡାକିଲେ। ଏବେ ଏହି ଶବ୍ଦ ରାଜପୁତାନାରେ ରହୁଥିବା କ୍ଷତ୍ରିୟମାନଙ୍କର ଗୋଟିଏ ଜାତିର ସୂଚକ ହୋଇ ଯାଇଅଛି। ପ୍ରଥମେ କେତେକ ପାଶ୍ଚାତ୍ୟ ପଣ୍ଡିତ କହୁଥିଲେ ଯେ 'ରାଜପୁତ' ମାନେ ଶକ ଆଦି ବିଦେଶୀ ଜାତିଙ୍କ ସନ୍ତାନ ଅଟନ୍ତି ଓ ଏମାନେ କ୍ଷତ୍ରିୟ ବା ଆର୍ଯ୍ୟ ନୁହନ୍ତି। କିନ୍ତୁ ବର୍ତ୍ତମାନ ପ୍ରମାଣିତ ହୋଇଅଛି ଯେ ରାଜପୁତ୍ରମାନେ କ୍ଷତ୍ରିୟ ତଥା ଆର୍ଯ୍ୟ ଅଟନ୍ତି। ବସ୍ତୁତଃ କେତେକ ଜଙ୍ଗଲୀ ଜାତିଙ୍କ ପରି ହୂଣ ଆଦି କେତେକ ବିଦେଶୀ ଜାତି ରାଜପୁତଙ୍କ ସଙ୍ଗେ ମିଳି ଯାଇ ଅଛନ୍ତି। ଶକ ଓ ହୂଣମାନେ ମଧ୍ୟ ଭାରତର ବାହାରେ ରହୁଥିବା ଆର୍ଯ୍ୟ ଥିଲେ ଓ ଏମାନଙ୍କର ଇରାନୀ ଆର୍ଯ୍ୟମାନଙ୍କ ସଙ୍ଗେ ଖୁବ୍ ମିଳିମିଶା ଥିଲା। ଚୋହାନ, ସୋଲଙ୍କୀ, ପ୍ରତିହାର, ପରମାର ସିସୋଦିୟା, ଏମାନେ ରାଜପୁତ ଅଟନ୍ତି। ରାଜପୁତମାନେ ପ୍ରାଚୀନ କାଳରୁ ଖୁବ୍ ବୀର, ଯୋଦ୍ଧା, ଦେଶଭକ୍ତ ଓ ସ୍ୱାମିଭକ୍ତ ଥିବା ଇତିହାସପ୍ରସିଦ୍ଧ— [ହି. ଶ]