ରାଇ ଦାମୋଦର Rāi dāmodara

  • ଦେ. ବି. (ସଂ ରାଧା ଦାମୋଦର) — ରାଧା ଦାମୋଦର; ରାଧାକୃଷ୍ଣ; ବିଷ୍ଣୁଙ୍କର ଯୁଗଳରୂପ — Rādhā and Srīkṛushṇa the Deities Bishṇu and Rādhā combined
  • ଦେ. ବି. (ସଂ ରାଧା ଦାମୋଦର) — [ଦ୍ର—ପଦ୍ମପୁରାଣରେ ବିଷ୍ଣୁଙ୍କର 'ରାଧା— ଦାମୋଦର' ନାମକ ଯୁଗଳ ରୂପଙ୍କ ପୂଜାବିଧି କାର୍ତ୍ତିକ ମାସରେ ହେବା ବିଷୟ ବର୍ଣ୍ଣିତ ହୋଇଅଛି।]
  • ଦେ. ବି. (ସଂ ରାଧା ଦାମୋଦର) — କାର୍ତ୍ତିକ ବ୍ରତ; କାର୍ତ୍ତିକ ମାସରେ ବିଧବାମାନଙ୍କ ଅନୁଷ୍ଠିତ ରାଧା— ଦାମୋଦର ବ୍ରତ — The religious observances performed (by widows) in the month of Kārttika
  • ଦେ. ବି. (ସଂ ରାଧା ଦାମୋଦର) — [ଦ୍ର—ଏହି କାର୍ତ୍ତିକ— ବ୍ରତକୁ 'ରାଇଦାମୋଦର' ବା 'ରାଇଦାମୋଦର ପୂଜା' ବୋଲାଯାଏ। ଏହି ରାଧାଦାମୋଦର ପୂଜା ଓ ମନ୍ତ୍ର ପଦ୍ମପୁରାଣରେ ବର୍ଣ୍ଣିତ ହୋଇଅଛି। କୁମାରପୂର୍ଣ୍ଣିମା ପରଦିନ— ଠାରୁ କାର୍ତ୍ତିକପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି କାର୍ତ୍ତିକ ବ୍ରତ ବା ଊର୍ଜ୍ଜବ୍ରତ କରାଯାଏ। ଏଥିରେ ପ୍ରାତଃସ୍ନାନ, ଦିନାନ୍ତେ ହବିଷ୍ୟାନ୍ନ ଭୋଜନ, ସନ୍ଧ୍ୟାସମୟରେ ତୁଳସୀ ଚଉରା ନିକଟରେ ଦୀପଦାନ ଓ ରାଧାଦାମୋଦର ମନ୍ତ୍ର ଜପ ପ୍ରଧାନ କର୍ତ୍ତବ୍ୟ। ବିଧବାମାନେ ତୁଳସୀଚଉରାମୂଳ ସକାଳୁ ଲିପି ସେଠାରେ ପଞ୍ଚୁବର୍ଣ୍ଣୀ ମୁରୁଜରେ ରାଧାକୃଷ୍ଣାଦିଙ୍କ ରୂପ ଅଙ୍କିତ କରି ପୂର୍ବଦିଗକୁ ମୁହଁ କରି ନୈବେଦ୍ୟାଦି ଭୋଗ କରନ୍ତି ଓ ମାଳା ଜପ କରନ୍ତି। ବିଧବାମାନଙ୍କର ଏହି ତୁଳସୀ ଚଉରା ମୂଳର ପୂଜାଆଦିକୁ 'ରାଇଦାମୋଦର ପୂଜା' ବୋଲାଯାଏ। ଏହି ସମୟରେ କାପତା—କାପତୀ (କପୋତ କପୋତୀ ଦ୍ୱୟ)ଙ୍କୁ ମଧ୍ୟ ନୈବେଦ୍ୟ (ଭୋଗ) ଦିଆଯାଏ। ଏହି ନୈବେଦ୍ୟାଦିକୁ ବ୍ରାହ୍ମଣମାନେ ଉତ୍ସର୍ଗ ନ କରି ବିଧବା ବ୍ରତିନୀମନେ ଉତ୍ସର୍ଗ କରନ୍ତି। ରାଇଦାମୋଦର ବିଷୟରେ ପ୍ରଚଳିତ ଢଗ
  • ଦେ. ବି. (ସଂ ରାଧା ଦାମୋଦର) — ପୁଅଙ୍କୁ ସୁନ୍ଦର ପାଟ ପୀତାମ୍ବର, ଝିଅଙ୍କୁ ସୁନ୍ଦର ନେତ, ବୁଢ଼ୀଙ୍କି ସୁନ୍ଦର ରାଇଦାମୋଦର, ବୁଢ଼ାଙ୍କୁ ସୁନ୍ଦର ଶୀତ।]