ରାଆ ଧରିବା Rāā dharibā

  • ଦେ. କ୍ରି. (ସଂ. ରାବ) — ଶିଶୁମାନେ କାନ୍ଦିବାବେଳେ ଏକ ନିଶ୍ୱାସରେ ବା ଏକଟାଣରେ ବହୁକାଳ ରାବ କରିବା — To continue a sound for a long time at one stretch (said of some infants while crying at one breath)
  • ଦେ. କ୍ରି. (ସଂ. ରାବ) — [ଦ୍ର—ଏଥିରେ ଶିଶୁମାନଙ୍କର ନିଶ୍ୱାସ ଅଟକିଯାଇ ଆଉ ନ ଫେରିବାରୁ ଶିଶୁ ମୃତ ହେବା ଘଟନା ଶୁଣାଅଛି।]
  • ଦେ. କ୍ରି. (ସଂ. ରାବ) — କଂସା ବାସନ ଆଦିରେ କଠିଣବସ୍ତୁ ଆଘାତ ହେବାଯୋଗୁଁ ବହୁକାଳସ୍ଥାୟୀ ଶବ୍ଦ କରିବା — To make a prolonged sound (said of bell metal utensils)
  • ଦେ. କ୍ରି. (ସଂ. ରାବ) — (ଯଥା—କଂସାରେ ଖଡ଼ୁ ବାଜି ଯିବାରୁ କଂସାଟା ରାଆ ଧଇଲା)
  • ଦେ. କ୍ରି. (ସଂ. ରାବ) — [ଦ୍ର—ଲୋକମାନଙ୍କର ବିଶ୍ୱାସ ଯେ ଗର୍ଭିଣୀ ସ୍ତ୍ରୀ କଂସା ବାସନ ଆଦିର ରାଆ ଶୁଣିଲେ ତା ଗର୍ଭରେ ଥିବା ଶିଶୁ 'ରାଆ ଧରେ।' ଏଥିପାଇଁ କଂସା ବାସନ ଆଦି 'ରାଆ ଧଇଲେ' ସ୍ତ୍ରୀ ଲୋକମାନେ ସେ କଂସାରେ ହାତ ଛୁଆଇଁଦେଇ 'ରାଆ' ବନ୍ଦ କରି ଦିଅନ୍ତି।]
  • ଦେ. କ୍ରି. (ସଂ. ରାବ) — ଗୋଟିଏ କଥା ଜିଦ୍ ଧରିବା — To importune on one thing
  • ଦେ. କ୍ରି. (ସଂ. ରାବ) — ଗୋଟିଏ ରାସ୍ତା ଧରିବା; ବାଟ ଧରିବା — To take to a road