ରସାଙ୍ଗ ଅତି ବିସ୍ତୃତ Rasāṅga ati bistṛuta

  • ସଂ. ବି. — ରସଦୋଷ ବିଶେଷ — A defect in composition
  • ସଂ. ବି. — [ଦ୍ର—ମୁଖ୍ୟ ରସର ବର୍ଣ୍ଣନା ଅପେକ୍ଷା ଅଙ୍ଗସ୍ୱରୂପ ଅନ୍ଯ ରସର ଅଧିକତର ବର୍ଣ୍ଣନା ହେଲେ ରସାଙ୍ଗର ଅତି ବିସ୍ତୃତି ହେଲା ବୋଲି କୁହାଯାଏ। ନନ୍ଦିକେଶ୍ୱରୀ ବୀରରସାତ୍ମକ କାବ୍ୟ। ଏହାର ମୂଳରେ ପୁରୀ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନର ପ୍ରାକୃତିକ ବର୍ଣ୍ଣନା ଅତି ବିସ୍ତୃତ ଭାବରେ ହୋଇଅଛି, ତେଣୁ ଏହା ଦୋଷାବହ। କୁଳମଣି. ଅଳଙ୍କାରତରଙ୍ଗିଣୀ।]