ରସ ମର୍ଦ୍ଦନ Rasa marddana
- ସଂ. ବି. (ବୈଦ୍ଯକ) — ପାରଦକୁ ଭସ୍ମାଦି କରିବା ପୂର୍ବରୁ ବୈଦ୍ୟଶାସ୍ତ୍ରୋକ୍ତ ଅନ୍ଯ ବସ୍ତୁ ସଙ୍ଗେ ମିଶାଇ ଘୋରି ଚୂର୍ଣ୍ଣ କରିବା; ପାରାକୁ କଜ୍ଜ୍ୱଳୀରୂପେ ପରିଣତ କରଣ — The powdering of mercury; reduction of mercury into black powder by powdering it with another substance
- ସଂ. ବି. (ବୈଦ୍ଯକ) — [ଦ୍ର—ଚକ୍ରଦତ୍ତଙ୍କ ମତରେ ସମଭାଗ ପାରା ଓ ଗନ୍ଧକ ଏକତ୍ର ଖଳିଲେ ଧୂଳିବତ୍ ଏକପ୍ରାକାର ନୂତନ ପଦାର୍ଥ (କଜ୍ଜ୍ୱଳୀ) ଉତ୍ପନ୍ନ ହୁଏ।]