ରମିବା Ramibā
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — କ୍ରୀଡ଼ା କରିବା — To play
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — [ଉ—ଗୋବିନ୍ଦ ବିଚାରନ୍ତି ମନେ, ଆଜ ରମିବା ବୃନ୍ଦାବନେ। ଜଗନ୍ନାଥ—ଭାଗବତ]
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — ବିହାର କରିବା; ରମଣ କରିବା — To cohabit
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — [ଉ—ରମଣ ତୁଲେ ନାରୀଗଣେ, ରମନ୍ତି ସିଦ୍ଧ ସ୍ତିରୀମାନେ। ଜଗନ୍ନାଥ ଭାଗବତ]
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — ତୋଷ କରିବା — To please
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — [ଉ—ଶତ ପୁଷ୍ପ ବିକାଶଇ ବିଶ୍ୱପ୍ରାଣ ରମି। ମଧୂସୂଦନ—ବସନ୍ତ ଗାଥା]
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — ରତ ହେବା — To be attached to
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — (ଉ—ଦରିଦ୍ରଜନ କ୍ଳେଶ ପାଇ, ଇନ୍ଦ୍ରିୟ ଭୋଗେ ନ ରମଇ। ଜଗନ୍ନାଥ ଭାଗବତ)
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — ସୁଖ ପାଇବା — To like
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — [ଉ—ବ୍ରହ୍ମା ଯେ ମୋହର ନନ୍ଦନ, ତାକୁ ନ ରମେ ମୋର ମନ। ଜଗନ୍ନାଥ ଭାଗବତ]
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — (ମନ, ଆଖି) ହରଣ କରିବା; ଆକର୍ଷଣ କରିବା — To attract
- ଦେ. (ପଦ୍ଯ) କ୍ରି. (ସଂ. ରମ୍ ଧାତୁ) — [ଉ—ଅର୍ଦ୍ଧେନ୍ଦୁ ଲଲାଟେ ସିନ୍ଦୂର ବିନ୍ଦୁ ରମଇ ଆଖି। ରାଧାନାଥ ଚନ୍ଦ୍ରଭାଗା]