ରବି Rabi

  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — ସୂର୍ଯ୍ୟ; ସୌର ଜଗତର କେନ୍ଦ୍ର, ଗ୍ରହେଶ୍ୱର — The sun
  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — (ଉ—ରବି ତେର ଦିନ ନକ୍ଷତ୍ରେ କରେ ଭୋଗ। କୃଷ୍ଣସିଂହ, ମହାଭାରତ.ବନ।)
  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — . [ଦ୍ର—ରବି ବା ସୂର୍ଯ୍ୟ ସୌର ଜଗତର କେନ୍ଦ୍ର। ଏହାଙ୍କ ଚାରି ଦିଗରେ ଗ୍ରହମାନେ ଘାଉଁରି ଖାଉ ଅଛନ୍ତି। ଏହାହିଁ ହିନ୍ଦୁ ଜ୍ୟୋତିଷୀ ଓ ପାଶ୍ଚାତ୍ୟ ଜ୍ୟୋତିଷୀମାନଙ୍କର ସିଦ୍ଧାନ୍ତ। ସବୁ ଗ୍ରହଙ୍କ ମଧ୍ୟରେ ଏ ପ୍ରଧାନ ବୋଲି ଏହାଙ୍କ ନାମ ଗ୍ରହେଶ୍ୱର, ସବୁ ଗ୍ରହଙ୍କର ଆଦି ବୋଲି ଆଦିତ୍ୟ। ଏ ବସ୍ତୁମାନଙ୍କରୁ ତାପଦ୍ୱାରା ରସ ଶୋଷଣ କରନ୍ତି। ହିନ୍ଦୁ ଜ୍ୟୋତିଷ ଅନୁସାରେ ଏ ପାପଗ୍ରହ। ପୃଥିବୀର ଲୋକଙ୍କୁ ଏ ଦୀପ୍ତି, ଆରୋଗ୍ୟ, କ୍ଷମତା, ସମ୍ମାନ ପ୍ରଦାନ କରନ୍ତି। ଯୌବନ କାଳରେ ( 23 ବର୍ଷଠାରୁ 40 ବର୍ଷ ପର୍ଯ୍ୟନ୍ତ) ଏ ଗ୍ରହ ମାନବ ଜୀବନର ଅଧିପତି ଓ ନିୟନ୍ତା। ଜନ୍ମ କାଳରେ ରବି ଅନୁକୂଳ ହୋଇଥିଲେ ମନୁଷ୍ୟ ବିଚକ୍ଷଣ, ପରାକ୍ରମଶାଳୀ, ମହଦନ୍ତଃକରଣ, ଦୟାଳୁ, ନରପତି ଓ କ୍ଷମତାଶାଳୀ ହୁଏ। ରବି ପ୍ରତିକୂଳ ହୋଇଥିଲେ ରୋଗୀ, ଅହଙ୍କାରୀ, ଅପବ୍ଯୟୀ, ପ୍ରଗଳ୍ଭ, କ୍ରୂରକର୍ମରତ ଓ ପୈତୃକ ସମ୍ପତ୍ତି ବିନାଶକ ହୁଏ। ମାଣିକ୍ୟ ଓ ବୈଦୁର୍ଯ୍ଯ ରବିଙ୍କର ପ୍ରିୟ ରତ୍ନ। ରବିଙ୍କ ବର୍ଣ୍ଣ ଜବାକୁସୁମ ପରି ରକ୍ତବର୍ଣ୍ଣ। ରବି 365 ଦିନ 15 ଦଣ୍ଡ 31 ପଳ 31 ବିପଳ ଓ 24 ଅନୁପଳ ସମୟରେ ପୃଥିବୀର ଚାରି ପାଖରେ ବୁଲନ୍ତି, ଅର୍ଥାତ୍ ପୃଥିବୀ ରବିଙ୍କ ଚାରିପାଖରେ ବୁଲିବାକୁ ପ୍ରାୟ 365 ଦିନ 6 ଘଣ୍ଟା ଲାଗେ। ପୃଥିବୀରୁ ପର୍ଯ୍ୟବେକ୍ଷଣ କଲେ ରବିଙ୍କ ଗତିରେଖା ବୃତ୍ତାକାର ନ ହୋଇ ବୃତ୍ତାଭାସ — [ଦ୍ର—ରବି ବା ସୂର୍ଯ୍ୟ ସୌର ଜଗତର କେନ୍ଦ୍ର ଏହାଙ୍କ ଚାରି ଦିଗରେ ଗ୍ରହମାନେ ଘାଉଁରି ଖାଉ ଅଛନ୍ତି ଏହାହିଁ ହିନ୍ଦୁ ଜ୍ୟୋତିଷୀ ଓ ପାଶ୍ଚାତ୍ୟ ଜ୍ୟୋତିଷୀମାନଙ୍କର ସିଦ୍ଧାନ୍ତ ସବୁ ଗ୍ରହଙ୍କ ମଧ୍ୟରେ ଏ ପ୍ରଧାନ ବୋଲି ଏହାଙ୍କ ନାମ ଗ୍ରହେଶ୍ୱର, ସବୁ ଗ୍ରହଙ୍କର ଆଦି ବୋଲି ଆଦିତ୍ୟ ଏ ବସ୍ତୁମାନଙ୍କରୁ ତାପଦ୍ୱାରା ରସ ଶୋଷଣ କରନ୍ତି ହିନ୍ଦୁ ଜ୍ୟୋତିଷ ଅନୁସାରେ ଏ ପାପଗ୍ରହ ପୃଥିବୀର ଲୋକଙ୍କୁ ଏ ଦୀପ୍ତି, ଆରୋଗ୍ୟ, କ୍ଷମତା, ସମ୍ମାନ ପ୍ରଦାନ କରନ୍ତି ଯୌବନ କାଳରେ (23ବର୍ଷଠାରୁ40ବର୍ଷ ପର୍ଯ୍ୟନ୍ତ) ଏ ଗ୍ରହ ମାନବ ଜୀବନର ଅଧିପତି ଓ ନିୟନ୍ତା ଜନ୍ମ କାଳରେ ରବି ଅନୁକୂଳ ହୋଇଥିଲେ ମନୁଷ୍ୟ ବିଚକ୍ଷଣ, ପରାକ୍ରମଶାଳୀ, ମହଦନ୍ତଃକରଣ, ଦୟାଳୁ, ନରପତି ଓ କ୍ଷମତାଶାଳୀ ହୁଏ ରବି ପ୍ରତିକୂଳ ହୋଇଥିଲେ ରୋଗୀ, ଅହଙ୍କାରୀ, ଅପବ୍ଯୟୀ, ପ୍ରଗଳ୍ଭ, କ୍ରୂରକର୍ମରତ ଓ ପୈତୃକ ସମ୍ପତ୍ତି ବିନାଶକ ହୁଏ ମାଣିକ୍ୟ ଓ ବୈଦୁର୍ଯ୍ଯ ରବିଙ୍କର ପ୍ରିୟ ରତ୍ନ ରବିଙ୍କ ବର୍ଣ୍ଣ ଜବାକୁସୁମ ପରି ରକ୍ତବର୍ଣ୍ଣ ରବି365ଦିନ15ଦଣ୍ଡ31ପଳ31ବିପଳ ଓ24ଅନୁପଳ ସମୟରେ ପୃଥିବୀର ଚାରି ପାଖରେ ବୁଲନ୍ତି, ଅର୍ଥାତ୍ ପୃଥିବୀ ରବିଙ୍କ ଚାରିପାଖରେ ବୁଲିବାକୁ ପ୍ରାୟ365ଦିନ6ଘଣ୍ଟା ଲାଗେ ପୃଥିବୀରୁ ପର୍ଯ୍ୟବେକ୍ଷଣ କଲେ ରବିଙ୍କ ଗତିରେଖା ବୃତ୍ତାକାର ନ ହୋଇ ବୃତ୍ତାଭାସ(Elliptical)ଅଟେ ଜ୍ୟୋତିଷୋକ୍ତ ଦ୍ୱାଦଶ ରାଶିରେ ରବି ଏକ ଏକ ମାସ ଅବସ୍ଥାନ କରନ୍ତି, ଏହା ସୌରମାସ ବୈଶାଖରେ (ମେଷରେ), ଜ୍ୟେଷ୍ଠରେ (ବୃଷରେ), ଆଷାଢ଼ରେ (ମିଥୁନରେ), ଶ୍ରାବଣରେ (କର୍କଟରେ), ଭାଦ୍ରବରେ (ସିଂହରେ), ଆଶ୍ୱିନରେ (କନ୍ୟରେ), କାର୍ତ୍ତିକରେ (ତୁଳାରେ), ମାର୍ଗଶିରରେ (ବିଛାରେ) ପୁଷରେ (ଧନୁରେ), ମାଘରେ (ମକରରେ), ଫାଲ୍ଗୁନରେ (କୁମ୍ଭରେ) ଓ ଚୈତ୍ରରେ (ମୀନରେ) ରବି ଅବସ୍ଥାନ କରନ୍ତି ରବି ଏକ ରାଶିରୁ ଅନ୍ଯ ରାଶିକୁ ଯିବା ସମୟ ସଂକ୍ରମଣ ବା ସଂକ୍ରାନ୍ତି ଅଟେ ପ୍ରତ୍ୟେକ ସୌର ମାସରେ ଦୈର୍ଘ୍ୟ ଠିକ୍30ଦିନ ନ ହୋଇ କମ୍ ବେଶୀ ହୁଏ
  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — ବର୍ଷଯାକ ଦିବା ପରିମାଣ ଓ ରାତ୍ରି ପରିମାଣ ସମାନ ନୁହେଁ। କୌଣସି ଦିବସ 30 ଦଣ୍ଡରୁ ବେଶି ଓ କେଉଁ କେଉଁ ଦିବସ 30 ଦଣ୍ଡରୁ କମ। ସାଧାରଣତଃ ଶୀତ ଦିନେ ଦିନ ଛୋଟ ଓ ରାତି ବଡ଼ ହୁଏ ଏବଂ ଖରାଦିନେ ରାତି ଛୋଟ ଓ ଦିନ ବଡ଼ ହୁଏ। ବର୍ଷରେ ଦୁଇଟି ଦିନ ଦିବା ରାତ୍ରି ସମାନ ହୁଏ। — ବର୍ଷଯାକ ଦିବା ପରିମାଣ ଓ ରାତ୍ରି ପରିମାଣ ସମାନ ନୁହେଁ କୌଣସି ଦିବସ30ଦଣ୍ଡରୁ ବେଶି ଓ କେଉଁ କେଉଁ ଦିବସ30ଦଣ୍ଡରୁ କମ ସାଧାରଣତଃ ଶୀତ ଦିନେ ଦିନ ଛୋଟ ଓ ରାତି ବଡ଼ ହୁଏ ଏବଂ ଖରାଦିନେ ରାତି ଛୋଟ ଓ ଦିନ ବଡ଼ ହୁଏ ବର୍ଷରେ ଦୁଇଟି ଦିନ ଦିବା ରାତ୍ରି ସମାନ ହୁଏ
  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — ଆଶ୍ୱିନ 8 (ସେପ୍ଟେମ୍ବର 23 ) ଦିନ ଦିନରାତି ସମାନ ଥାଏ ଓ ସେହି ସମୟରୁ ଦିନ କମିଯାଏ ଓ ରାତି ବଢ଼େ। ଏହିପରି ବଢ଼ି ବଢ଼ି ପୌଷ ମାସ 9 (ଡିସେମ୍ବର 21 ବା 22 ) ଦିନର ପରିମାଣରେ 27 ଦଣ୍ଡ ହୋଇଯାଏ ଓ ରାତିର ପରିମାଣ 33 ଦଣ୍ଡ ହୁଏ। ପୁଣି ସେହି ଦିନଠାରୁ ଦିନ ବଢ଼ିବାକୁ ଆରମ୍ଭ କରି ଚୈତ୍ର ମାସ 8 (ମାର୍ଚ୍ଚ 21 )ରେ ଦିନ ରାତି ସମାନ ହୁଏ ଓ ପୁଣି ଦିନ ବଢ଼ି ବଢ଼ି ଆଷାଢ଼ 8 (ଜୁନ୍ 21 ) ଦିନରେ ପରିମାଣ 33 ଦଣ୍ଡ ଓ ରାତିର ପରିମାଣ 27 ଦଣ୍ଡ ହୋଇଯାଏ। ସେହି ଦିନଠାରୁ ଦିନ କମେ କମେ ଓ ରାତି ବଢ଼େ ଏବଂ ଆଶ୍ୱିନ 8 (ସେପ୍ଟେମ୍ବର 22 ବା 23 ) ଦିନରାତି ସମାନ ହୁଏ। ପୁଣି ଦିନ କମିବାକୁ ଆରମ୍ଭ କରେ। ଅତଏବ ଦେଖାଯିବ ଯେ ବର୍ଷକ ମଧ୍ୟରେ କେବଳ 2 ଟି ଦିନ [ଯେଉଁ ଦିନ ସୂର୍ଯ୍ୟ ଠିକ୍ ବିଷୁବ ରେଖା ଉପରେ ଥାଆନ୍ତି।] ଚୈତ୍ର ଓ ଆଶ୍ୱିନରେ ଦିବା ଓ ରାତିର ପରିମାଣ ସମାନ, ଅର୍ଥାତ 30 ଦଣ୍ଡ ଲେଖାଏଁ ହୁଏ। ବର୍ଷକରେ ଗୋଟିଏ ଦିନ [ଆଷାଢ଼ରେ] ଦିନ 37 ଦଣ୍ଡ ଓ ରାତି 23 ଦଣ୍ଡ ହୁଏ। ସେହିପରି ମଧ୍ୟ ବର୍ଷକରେ ଆଉ ଥରେ [ପୌଷରେ] ଦିନ 27 ଦଣ୍ଡ ଓ ରାତି 33 ଦଣ୍ଡ ହୋଇଯାଏ। — ଆଶ୍ୱିନ8(ସେପ୍ଟେମ୍ବର23) ଦିନ ଦିନରାତି ସମାନ ଥାଏ ଓ ସେହି ସମୟରୁ ଦିନ କମିଯାଏ ଓ ରାତି ବଢ଼େ ଏହିପରି ବଢ଼ି ବଢ଼ି ପୌଷ ମାସ9(ଡିସେମ୍ବର21ବା22) ଦିନର ପରିମାଣରେ27ଦଣ୍ଡ ହୋଇଯାଏ ଓ ରାତିର ପରିମାଣ33ଦଣ୍ଡ ହୁଏ ପୁଣି ସେହି ଦିନଠାରୁ ଦିନ ବଢ଼ିବାକୁ ଆରମ୍ଭ କରି ଚୈତ୍ର ମାସ8(ମାର୍ଚ୍ଚ21)ରେ ଦିନ ରାତି ସମାନ ହୁଏ ଓ ପୁଣି ଦିନ ବଢ଼ି ବଢ଼ି ଆଷାଢ଼8(ଜୁନ୍21) ଦିନରେ ପରିମାଣ33ଦଣ୍ଡ ଓ ରାତିର ପରିମାଣ27ଦଣ୍ଡ ହୋଇଯାଏ ସେହି ଦିନଠାରୁ ଦିନ କମେ କମେ ଓ ରାତି ବଢ଼େ ଏବଂ ଆଶ୍ୱିନ8(ସେପ୍ଟେମ୍ବର22ବା23) ଦିନରାତି ସମାନ ହୁଏ ପୁଣି ଦିନ କମିବାକୁ ଆରମ୍ଭ କରେ ଅତଏବ ଦେଖାଯିବ ଯେ ବର୍ଷକ ମଧ୍ୟରେ କେବଳ2ଟି ଦିନ [ଯେଉଁ ଦିନ ସୂର୍ଯ୍ୟ ଠିକ୍ ବିଷୁବ ରେଖା ଉପରେ ଥାଆନ୍ତି] ଚୈତ୍ର ଓ ଆଶ୍ୱିନରେ ଦିବା ଓ ରାତିର ପରିମାଣ ସମାନ, ଅର୍ଥାତ30ଦଣ୍ଡ ଲେଖାଏଁ ହୁଏ ବର୍ଷକରେ ଗୋଟିଏ ଦିନ [ଆଷାଢ଼ରେ] ଦିନ37ଦଣ୍ଡ ଓ ରାତି23ଦଣ୍ଡ ହୁଏ ସେହିପରି ମଧ୍ୟ ବର୍ଷକରେ ଆଉ ଥରେ [ପୌଷରେ] ଦିନ27ଦଣ୍ଡ ଓ ରାତି33ଦଣ୍ଡ ହୋଇଯାଏ
  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — ମୀନ ସଂକ୍ରାନ୍ତିରେ ବସନ୍ତକାଳର ସମ ଦିବାରାତ୍ରି ହୁଏ। (ମୀନ ବା ଚୈତ୍ର ମାସ 8 , ମାର୍ଚ୍ଚ 21 କୁ — ମୀନ ସଂକ୍ରାନ୍ତିରେ ବସନ୍ତକାଳର ସମ ଦିବାରାତ୍ରି ହୁଏ (ମୀନ ବା ଚୈତ୍ର ମାସ8, ମାର୍ଚ୍ଚ21କୁ— Vernal or spring equinoxବୋଲାଯାଏ)
  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — କନ୍ୟ ସଂକ୍ରାନ୍ତି ପରେ ଶରତ୍କାଳରେ ସମ ଦିବା ରାତ୍ରି ହୁଏ। (କନ୍ୟ ବା ଆଶ୍ୱିନ ମାସ 8 =ସେପ୍ଟେମ୍ବର 22 ବା 23 କୁ — କନ୍ୟ ସଂକ୍ରାନ୍ତି ପରେ ଶରତ୍କାଳରେ ସମ ଦିବା ରାତ୍ରି ହୁଏ (କନ୍ୟ ବା ଆଶ୍ୱିନ ମାସ8=ସେପ୍ଟେମ୍ବର22ବା23କୁAutumnal equinoxବୋଲାଯାଏ)
  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — ଧନୁ ସଂକ୍ରାନ୍ତିରେ ଶୀତକାଳରେ ଅତି ଛୋଟ ଦିନ ଓ ଅତି ବଡ଼ ରାତି ହୁଏ (ଧନୁ ବା ପୌଷ ମାସ 8 = ଡିସେମ୍ବର 21 ବା 22 କୁ — ଧନୁ ସଂକ୍ରାନ୍ତିରେ ଶୀତକାଳରେ ଅତି ଛୋଟ ଦିନ ଓ ଅତି ବଡ଼ ରାତି ହୁଏ (ଧନୁ ବା ପୌଷ ମାସ8= ଡିସେମ୍ବର21ବା22କୁWinter solsticeବୋଲାଯାଏ)
  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — ମିଥୁନ ସଂକ୍ରାନ୍ତି ଓ ଗ୍ରୀଷ୍ମକାଳର ଅତି ବଡ଼ ଦିନ ଓ ଅତି ଛୋଟ ରାତି (ମିଥୁନ ବା ଆଷାଢ଼ ମାସ 8 =ଜୁନ 21 )କୁ — ମିଥୁନ ସଂକ୍ରାନ୍ତି ଓ ଗ୍ରୀଷ୍ମକାଳର ଅତି ବଡ଼ ଦିନ ଓ ଅତି ଛୋଟ ରାତି (ମିଥୁନ ବା ଆଷାଢ଼ ମାସ8=ଜୁନ21)କୁSummer solsticeବୋଲାଯାଏ
  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — ଆଶ୍ୱିନ ମାସରେ ସୂର୍ଯ୍ୟ ପୃଥିବୀର ବିଷୁବରେଖାର ଠିକ୍ ଊର୍ଦ୍ଧ୍ୱରେ ଥିବାରୁ ଦିନ ରାତି ସମାନ ହୁଏ — (Autumnal equinox).ସେହିଠାରୁ ସୂର୍ଯ୍ୟ ଦକ୍ଷିଣକୁ ଗତି କରି କରି ପୌଷ ମାସ ମକର ସଂକ୍ରାନ୍ତି(Tropic of Capricon)ପର୍ଯ୍ୟନ୍ତ ଆସନ୍ତି ଓ ମକର ସଂକ୍ରାନ୍ତି ସୂର୍ଯ୍ୟଙ୍କର ଦକ୍ଷିଣ ଗତିର ଶେଷ ସୀମା; (ସେ ଦିନ ଛୋଟ ଓ ରାତି ବଡ଼;Winter solstice)ସେହି ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟ ଆଉ ଦକ୍ଷିଣକୁ ନ ଯାଇ ଉତ୍ତର ଆଡ଼କୁ ଫେରନ୍ତି (ଏଥିପାଇଁ ମାଘ ମାସର ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି ବୋଲାଯାଏ); ଉତ୍ତରକୁ ଆସି ଆସି ବିଷୁବରେଖା ଉପରେ ଚୈତ୍ର ସୁଦ୍ଧା ପହଞ୍ଚନ୍ତି ସେ ସମୟରେ ଦିନ ରାତି ସମାନ ହୁଏ(Vernal equinox)ଓ ବିଷୁବରେଖାକୁ ଟପି ପୁଣି ଉତ୍ତରଦିଗକୁ ଗତି କରି କରି ଆଷାଢ଼ ମାସ ସୁଦ୍ଧା କର୍କଟ କ୍ରାନ୍ତି(Tropic of Cancer)ପର୍ଯ୍ୟନ୍ତ ଆସନ୍ତି କର୍କଟ କ୍ରାନ୍ତି ସୂର୍ଯ୍ୟଙ୍କ ଉତ୍ତର ଗତିରେ ଶେଷ ସୀମା ସେଦିନ ଦିନ ବଡ଼ ଓ ରାତି ଛୋଟ(summer solstice).ସେହି କର୍କଟ ସଂକ୍ରାନ୍ତିଠାରୁ ସୂର୍ଯ୍ୟ ଆଉ ଉତ୍ତରକୁ ନଯାଇ ଦକ୍ଷିଣ ଆଡ଼କୁ ଫେରନ୍ତି (ଏଥିପାଇଁ ଶ୍ରାବଣ ସଂକ୍ରାନ୍ତିକୁ ଦକ୍ଷିଣାୟନ ସଂକ୍ରାନ୍ତି ବୋଲାଯାଏ) ସୂର୍ଯ୍ୟ ଦକ୍ଷିଣକୁ ଗତି କରି କରି ଆଶ୍ୱିନ ମାସ ସୁଦ୍ଧା ବିଷୁବରେଖାରେ ପହଞ୍ଚନ୍ତି ଆଶ୍ୱିନ ମାସର ଶେଷ ଓ କାର୍ତ୍ତିକ ମାସର ଆରମ୍ଭରେ ସୂର୍ଯ୍ୟ ବିଷୁବରେଖା ଉପରେ ଥିବାରୁ କାର୍ତ୍ତିକ ସଂକ୍ରାନ୍ତିକୁ ଜଳ ବିଷୁବସଂକ୍ରାନ୍ତି ବୋଲାଯାଏ ପୁଣି ଚୈତ୍ର ମାସ ଶେଷ ଓ ବୈଶାଖ ଆରମ୍ଭରେ ସୂର୍ଯ୍ୟ ବିଷୁବରେଖା ଉପରେ ଥିବାରୁ ବୈଶାଖ ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି ବୋଲାଯାଏ
  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — ହିନ୍ଦୁ ଜ୍ୟୋତିଷ ମତରେ ରବିଗ୍ରହଙ୍କ ପୁତ୍ର ଶନି। ଫଳିତ ଜ୍ୟୋତିଷ ମତରେ ରବିବାରରେ ଜନ୍ମ ହେବା ବ୍ଯକ୍ତି ଅତ୍ୟନ୍ତ ଧାର୍ମିକ, ତୀର୍ଥସେବୀ, ସହିଷ୍ଣୁ, ପ୍ରିୟମ୍ବଦ ଓ ସାମାନ୍ୟ ଧନରେ ଧନୀ ବୋଲି ଖ୍ୟାତିଲାଭ କରେ। ବ୍ଯକ୍ତିର ଜନ୍ମକାଳରେ ରବି ଯେଉଁ ରାଶିରେ ଉଦୟ ହୋଇଥାଆନ୍ତି ସେହି ରାଶି ଜାତକର 'ଲଗ୍ନ' ବୋଲି ଧରାଯାଏ। ଜାତକରେ ରବି ଶୁଭଗ୍ରହଯୁକ୍ତ ହୋଇ ଲଗ୍ନରେ ଥିଲେ ଉକ୍ତ ବ୍ଯକ୍ତି ଶୈଶବରେ ପୀଡ଼ିତ, ନେତ୍ରରୋଗୀ, ନୀଚସେବାନୁରତ, ଦୀନ, ବିକଳମୂର୍ତ୍ତି ଓ ପୁତ୍ରକଳତ୍ରହୀନ ହୁଏ। ରବି ଶୁଭଗ୍ରହଦୃଷ୍ଟ ହୋଇ ଲଗ୍ନର ଦ୍ୱିତୀୟ ବା ଧନ ସ୍ଥାନରେ ଥିଲେ ଉକ୍ତ ବ୍ଯକ୍ତି ସଂସାରତ୍ୟାଗୀ ଓ ଧନହୀନ ହୁଏ।
  • ସଂ. (ରୁ. ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇ; ଯେ ଅବିରତ ଶବ୍ଦ କରେ)—(ହିନ୍ଦୁ ଶାସ୍ତ୍ରମତରେ ଅବିରତ ଘୂର୍ଣ୍ଣାୟମାନ ଓ ଶବ୍ଦାୟମାନ ଥିବାରୁ) — ରବି 3 ୟ ବା ସୋଦର ସ୍ଥାନରେ ଥିଲେ ଉକ୍ତ ବ୍ଯକ୍ତି ଭ୍ରାତୃହନ୍ତା, ପୁତ୍ରକଳତ୍ରବାନ୍, ପ୍ରିୟଜନହିତକାରୀ, ସହିଷ୍ଣୁ ଓ ନାରୀପ୍ରିୟ ହୁଏ। — ରବି3ୟ ବା ସୋଦର ସ୍ଥାନରେ ଥିଲେ ଉକ୍ତ ବ୍ଯକ୍ତି ଭ୍ରାତୃହନ୍ତା, ପୁତ୍ରକଳତ୍ରବାନ୍, ପ୍ରିୟଜନହିତକାରୀ, ସହିଷ୍ଣୁ ଓ ନାରୀପ୍ରିୟ ହୁଏ