ରନ୍ଥାଳିଆ Ranthāḻiā
- ଦେ. ବିଣ. ପୁଂ(ସଂ. ମନ୍ଥ ଧାତୁ) — ଯେ କୌଣସି ଦ୍ରବ୍ୟ ପାଇବା ପାଇଁ ବା ଖାଇବା ପାଇଁ ବ୍ୟାକୁଳ ହୋଇ ଦରାଣ୍ଡି ପକାଏ; ବିକଳିଆ — Eagerly groping after anything or food restlessly
- ଦେ. ବିଣ. ପୁଂ(ସଂ. ମନ୍ଥ ଧାତୁ) — ଯେ ବ୍ୟାକୁଳ ବା ଆତୁର ହୋଇ ହାତ ଗୋଡ଼ ଦ୍ୱାରା କୌଣସି ପଦାର୍ଥକୁ ଦରାଣ୍ଡି ପକାଏ — Searching or groping for a thing with the hands or feet
- ଦେ. ବିଣ. ପୁଂ(ସଂ. ମନ୍ଥ ଧାତୁ) — ଯେ ଅତି ଭୋକିଲା ଥିବାରୁ ପ୍ରଦତ୍ତ ଖାଦ୍ୟକୁ ଅତି ବ୍ୟଗ୍ରତା ସହିତ ଖାଏ — Eagerly eating or devouring the food (said of a famished person)