ରନ୍ତି ଦେବ Ranti deba

  • ସଂ. ବି (ରନ୍ତି=କ୍ରୀଡ଼ାକାରୀ ଯେ ଦେବ; କର୍ମଧା) — ବିଷ୍ଣୁ — Bishṇu
  • ସଂ. ବି (ରନ୍ତି=କ୍ରୀଡ଼ାକାରୀ ଯେ ଦେବ; କର୍ମଧା) — ଶଶିଦେବ; ରାଜା ସାଙ୍କୃତି ଦେବଙ୍କ ପୁତ୍ର ଚନ୍ଦ୍ରବଂଶୀୟ ନୃପତି ବିଶେଷ — Name of a king of the ancient lunar dynasty of India
  • ସଂ. ବି (ରନ୍ତି=କ୍ରୀଡ଼ାକାରୀ ଯେ ଦେବ; କର୍ମଧା) — [ଦ୍ର— ଏ 'ଦଶପୁର' ନାମକ ରାଜ୍ୟର ରାଜା ଥିଲେ ଓ ଚର୍ମଣ୍ୱତୀ ନଦୀ ଏହାଙ୍କର କୀର୍ତ୍ତି ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି। ଚର୍ମଣ୍ୱତୀ ନଦୀ ରନ୍ତିଦେବଙ୍କ କୀର୍ତ୍ତି ଥିବା ବିଷୟ ମଧ୍ୟ ମେଘଦୂତର ପୂର୍ବମେଘର 46 ଶ୍ଳୋକରେ ବର୍ଣ୍ଣିତ ଅଛି। ମହାରାଜ ରନ୍ତିଦେବ ସହସ୍ର ସହସ୍ର ବୃଷ ହତ୍ୟା କରି ଅତିଥି ବ୍ରାହ୍ମଣମାନଙ୍କୁ ଖୁଆଉ ଥିଲେ। ଏହି ହତବୃଷମାନଙ୍କ ଚର୍ମନିଃସୃତ ଶୋଣିତରୁ ଚର୍ମଣ୍ୱତୀ (ଆଧୁନିକ ପଞ୍ଜାବର ଚମ୍ବଲ) ନଦୀ ଉତ୍ପନ୍ନ ହୋଇଥିଲା।] — [ଦ୍ର— ଏ 'ଦଶପୁର' ନାମକ ରାଜ୍ୟର ରାଜା ଥିଲେ ଓ ଚର୍ମଣ୍ୱତୀ ନଦୀ ଏହାଙ୍କର କୀର୍ତ୍ତି ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି ଚର୍ମଣ୍ୱତୀ ନଦୀ ରନ୍ତିଦେବଙ୍କ କୀର୍ତ୍ତି ଥିବା ବିଷୟ ମଧ୍ୟ ମେଘଦୂତର ପୂର୍ବମେଘର46ଶ୍ଳୋକରେ ବର୍ଣ୍ଣିତ ଅଛି ମହାରାଜ ରନ୍ତିଦେବ ସହସ୍ର ସହସ୍ର ବୃଷ ହତ୍ୟା କରି ଅତିଥି ବ୍ରାହ୍ମଣମାନଙ୍କୁ ଖୁଆଉ ଥିଲେ ଏହି ହତବୃଷମାନଙ୍କ ଚର୍ମନିଃସୃତ ଶୋଣିତରୁ ଚର୍ମଣ୍ୱତୀ (ଆଧୁନିକ ପଞ୍ଜାବର ଚମ୍ବଲ) ନଦୀ ଉତ୍ପନ୍ନ ହୋଇଥିଲା]
  • ସଂ. ବି (ରନ୍ତି=କ୍ରୀଡ଼ାକାରୀ ଯେ ଦେବ; କର୍ମଧା) — କୁକ୍କୁର — The dog