ରତ Rata
- ସଂ. ବିଣ. ପୁଂ. (ରମ୍ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ତ) — ଅନୁରକ୍ତ; ଲିପ୍ତ; ଆସକ୍ତ — Devoted to; attached to; addicted to
- ସଂ. ବିଣ. ପୁଂ. (ରମ୍ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ତ) — [ଉ—ହେବ ତୋ ଏକାନ୍ତ କାନ୍ତ, ଛାଡ଼ରେ ବିସ୍ମିତ ସ୍ମିତ-ହାସି, ସେ ତୋରେ ନିରତ ରତ ହେ। ଭଞ୍ଜ—ପ୍ରେମସୁଧାନିଧି।]
- ସଂ. ବିଣ. ପୁଂ. (ରମ୍ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ତ) — ନିଯୁକ୍ତ; ବ୍ୟାପୃତ — Engaged in
- ସଂ. ବି — (+ଭାବ ତ) ରମଣ; ରତି; ମୈଥୁନ — Copulation; sexual intercourse
- ସଂ. ବି — (+ ଅଧିକରଣ. ତ) ଗୁହ୍ୟଦେଶ — Anus; privities; private parts
- ସଂ. ବି — ଯୋନି (ହି. ଶ) — Female organ
- ସଂ. ବି — ଲିଙ୍ଗ (ହି. ଶ) — Male organ
- ସଂ. ବି — (+କର୍ମ. ତ—ପ୍ରେମ; ପ୍ରଣୟ; ଅନୁରାଗ (ହି. ଶ) — Love; attachment
- ଦେ. ବି. — କେଳିକୌତୁକ; ଆମୋଦ ପ୍ରମୋଦ — Amusements; sport
- ଦେ. ବି. — [ଉ—କଚ୍ଛପ ମତ୍ସ୍ୟ ମଣ୍ଡୂକ ମତ୍ତ ହୋଇ ରଞ୍ଚିଲେ ସୁଖରେ ରତ। ଦୀନକୃଷ୍ଣ. ରସକଲ୍ଲୋଳ।]
- ଦେ. ବି. — ଆସକ୍ତି — Attachment; devotion
- ଦେ. ବି. — (ଯଥା—ତାର ଏ ବିଷୟରେ ଭାରି ରତ ଲାଗିଛି।)