ରଣଜିତ୍ ସିଂହ Raṅajit siṁha

  • ଦେ. ବି — ପ୍ରସିଦ୍ଧ ଶିଖବୀର ଓ ପଞ୍ଜାବର ରାଜା — Ranjit Sinha, the Sikh hero
  • ଦେ. ବି — [ଦ୍ର—( 1780-1839 ) ଏହାଙ୍କ ପିତାଙ୍କ ନାମ ମହାସିଂହ। ପିଲା ଦିନୁ ବସନ୍ତ ରୋଗରେ ଏହାଙ୍କର ଗୋଟିଏ ଚକ୍ଷୁ ନଷ୍ଟ ହୋଇଥିଲା। ଏ ବିଭିନ୍ନ ଶାଖାଭୁକ୍ତ ସମସ୍ତ ଶିଖଙ୍କୁ ଏକତ୍ର କରି ପଞ୍ଜାବରୁ ଆଫ୍ଗାନମାନଙ୍କୁ ଯୁଦ୍ଧ ଦ୍ୱାରା ବିତାଡ଼ିତ କରି ପଞ୍ଜାବରେ ଓ କାଶ୍ମୀରରେ ଶିଖରାଜ୍ୟ ପ୍ରତିଷ୍ଠା କରିଥିଲେ; ଇଂରାଜଙ୍କ ସଙ୍ଗେ ସନ୍ଧି କରି ଏ ରାଜତ୍ୱ କରୁଥିଲେ। ଏହାଙ୍କ ମୃତ୍ୟୁ ପରେ ଶିଖ ରାଜ୍ୟ ଚୂର୍ଣ୍ଣୀଭୂତ ହେଲା। ଏହାଙ୍କ ସମୟରେ ଇଂରାଜମାନେ ଭାରତରେ ସ୍ଥାନେ ସ୍ଥାନେ ରାଜ୍ୟବିସ୍ତାର କରିଥିଲେ। ଇଂରାଜଅଧିକୃତ ଅଂଶମାନ ନକସାରେ ନାଲି ରଙ୍ଗ ଚିହ୍ନିତ ହୋଇଥିବା ଦେଖି ଏ କହିଥିଲେ ଯେ 'ସବ୍ ଲାଲ୍ ହୋ ଯାଏଗା' ଅର୍ଥାତ୍ ଦିନେ ସମଗ୍ର ଭାରତ ଇଂରାଜ— ଅଧିକୃତ ହେବ।] — [ଦ୍ର—(1780-1839) ଏହାଙ୍କ ପିତାଙ୍କ ନାମ ମହାସିଂହ ପିଲା ଦିନୁ ବସନ୍ତ ରୋଗରେ ଏହାଙ୍କର ଗୋଟିଏ ଚକ୍ଷୁ ନଷ୍ଟ ହୋଇଥିଲା ଏ ବିଭିନ୍ନ ଶାଖାଭୁକ୍ତ ସମସ୍ତ ଶିଖଙ୍କୁ ଏକତ୍ର କରି ପଞ୍ଜାବରୁ ଆଫ୍ଗାନମାନଙ୍କୁ ଯୁଦ୍ଧ ଦ୍ୱାରା ବିତାଡ଼ିତ କରି ପଞ୍ଜାବରେ ଓ କାଶ୍ମୀରରେ ଶିଖରାଜ୍ୟ ପ୍ରତିଷ୍ଠା କରିଥିଲେ; ଇଂରାଜଙ୍କ ସଙ୍ଗେ ସନ୍ଧି କରି ଏ ରାଜତ୍ୱ କରୁଥିଲେ ଏହାଙ୍କ ମୃତ୍ୟୁ ପରେ ଶିଖ ରାଜ୍ୟ ଚୂର୍ଣ୍ଣୀଭୂତ ହେଲା ଏହାଙ୍କ ସମୟରେ ଇଂରାଜମାନେ ଭାରତରେ ସ୍ଥାନେ ସ୍ଥାନେ ରାଜ୍ୟବିସ୍ତାର କରିଥିଲେ ଇଂରାଜଅଧିକୃତ ଅଂଶମାନ ନକସାରେ ନାଲି ରଙ୍ଗ ଚିହ୍ନିତ ହୋଇଥିବା ଦେଖି ଏ କହିଥିଲେ ଯେ 'ସବ୍ ଲାଲ୍ ହୋ ଯାଏଗା' ଅର୍ଥାତ୍ ଦିନେ ସମଗ୍ର ଭାରତ ଇଂରାଜ— ଅଧିକୃତ ହେବ]
  • ଦେ. ବି — (ନାମ) ବମ୍ବେ ପ୍ରଦେଶର ଗୁଜୁରାଟର ଯାମ୍ ନଗରର ରାଜ (ଏ ବିଲାତରେ ବିଦ୍ୟାଧ୍ୟୟନ କରି କ୍ରିକେଟ୍ ଖେଳରେ ଜଗତ୍ବିଖ୍ୟାତ ହୋଇଥିଲେ) — Name of the world famous cricketer of J̄āmnagar Gujerat the famous 'Ranji'