ରଣ ଘଣ୍ଟା Raṇa ghaṇṭā
- ପ୍ରାଦେ (ଗଞ୍ଜାମ) ବି—(ସମ୍ବଲପୁର ଡାଳଖାଇ ନାଟ ପରି) — ଗଞ୍ଜାମର ଉତ୍ତର ପ୍ରାନ୍ତ କୋକଲବା ମୁଠାରେ ଦୋଳପୂର୍ଣ୍ଣିମା ସମୟରେ ଇତର ଲୋକଙ୍କ ମଧ୍ୟରେ ହେଉଥିବା ନାଟ ବା ଉତ୍ସବ — Pantomine or festival held at the time of Dolapurnimā at Kokalbā in Ganjam
- ପ୍ରାଦେ (ଗଞ୍ଜାମ) ବି—(ସମ୍ବଲପୁର ଡାଳଖାଇ ନାଟ ପରି) — [ଦ୍ର—ଗ୍ରାମର ସବୁ ଯୁବତୀ (ଏପରିକି, ପହିଲିପାଳି ଆସିଥିବା ନବବଧୂମାନେ ମଧ୍ୟ) ଏ ଉତ୍ସବରେ ଯୋଗ ଦେବାକୁ ବାଧ୍ୟ। ଏଥିରେ ଯୁବତୀମାନେ କୁରୁଚିପୂର୍ଣ୍ଣ ଓ ଅଶ୍ଳୀଳ ଗୀତମାନ ବୋଲି ନାଚନ୍ତି। ଏଥିରେ ଯୋଗ ନ ଦେବା ବ୍ଯକ୍ତିକୁ ବର୍ଷକ ମଧ୍ୟରେ ବାଘ ଖାଇବ ବୋଲି ଲୋକଙ୍କ ମଧ୍ୟରେ ଗୋଟିଏ କୁସଂସ୍କାର ଅଛି।]
- ପ୍ରାଦେ (ବାମଣ୍ଡା) ବି — ବାଦୁଡ଼ି — Bat