ରଜୋଦର୍ଶନ Rajodarṡana
- ସଂ. ବି ( 6 ଷ୍ଠୀ ତତ୍) — ସ୍ତ୍ରୀମାନଙ୍କର ଋତୁକାଳୀନ ରଜଃସ୍ରାବର ଆରମ୍ଭ — The beginning of the menstrual flow; the (first) appearance of the menstrual excretion
- ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାଳିକାର ପ୍ରଥମ ରଜୋଦର୍ଶନର ବାର ଓ ତିଥି ଅନୁସାରେ ବାଳିକାର ଭବିଷ୍ୟତର ଓ ତତ୍ସ୍ୱାମୀର ଭବିଷ୍ୟତର ସୂଚନା ଜଣାପଡ଼େ। ରବିବାରରେ ପ୍ରଥମ ରଜୋଦର୍ଶନରେ ବାଳିକା ବିଧବା, ସୋମବାରରେ ପତିବ୍ରତା, ମଙ୍ଗଳବାରରେ ବେଶ୍ୟା, ବୁଧବାରରେ ସୌଭାଗ୍ୟଶାଳିନୀ, ଗୁରୁବାରରେ ପତିର ଶ୍ରୀବୃଦ୍ଧିକାରିଣୀ, ଶୁକ୍ରବାରରେ ପତିବ୍ରତା, ଶନିବାରରେ ବନ୍ଧ୍ୟା ହୁଏ। ନନ୍ଦା ଓ ଭଦ୍ରା ତିଥିରେ ପତିଭକ୍ତା ଓ ପୁତ୍ରବତୀ ହୁଏ; ଜୟା ତିଥିରେ ସ୍ୱାମୀ—ସୌଭାଗ୍ୟଯୁକ୍ତା ଓ ରିକ୍ତା ତିଥିରେ କୁଳଟା ହୁଏ।]