ରଜନୀଗନ୍ଧା Rajanīgandhā
- ସଂ. ବି (ବହୁବ୍ରୀହି; ରଜନୀରେ ଯାହାର ଗନ୍ଧ ଚହଟେ) — ହସନ୍ ହେନା ଗଛ ଓ ଫୁଲ; ଉଦ୍ୟାନଜାତ ଗୁଳ୍ମ ଓ ତହିଁର ଫୁଲ; ଗଜଦନ୍ତୀ ଫୁଲ — The tube rose; Polianthes Tuberosa
- ସଂ. ବି (ବହୁବ୍ରୀହି; ରଜନୀରେ ଯାହାର ଗନ୍ଧ ଚହଟେ) — [ଦ୍ର—ଏହାର କନ୍ଦରୁ ପତ୍ରମାନ ବାହାରେ ଓ ଏହାର ମୂଳରୁ ପିଆଜ ପରି କନ୍ଦାକୁ ପୋତିଲେ ଗଛ ହୁଏ। ବର୍ଷାଦିନେ ଲମ୍ବ ଦଣ୍ଡର ଅଗରେ ଯୋଡ଼ା ଯୋଡ଼ା ଈଷତ୍ ଧଳା ଲମ୍ବ ଡେମ୍ଫଯୁକ୍ତ ମଧୁରଗନ୍ଧ, ଷଟ୍ଦଳ ଓ ଷଟ୍କେଶରଯୁକ୍ତ ଫୁଲ ଧରେ। ଏଥିର ଫୁଲ ରାତିରେ ଫୁଟେ ଓ ରାତିରେ ଚାରିଆଡ଼େ ସୁଗନ୍ଧ ବିକୀରଣ କରେ।]