ରକ୍ଷି ଠାର Rakshi ṭhāra

  • ଦେ. ବି — ଦୁର୍ଗ ମଧ୍ୟରେ ପ୍ରବେଶ କରିବା ବ୍ଯକ୍ତି ସ୍ୱପକ୍ଷୀୟ କି ବିପକ୍ଷୀୟ, ଏହା ଜାଣିବା ପାଇଁ ସ୍ୱପକ୍ଷୀୟ ବ୍ଯକ୍ତି— ମାନଙ୍କ ମଧ୍ୟରେ ପ୍ରଚାରିତ ଠାର ବା ପଦ ବା ଇସରା — Watchword
  • ଦେ. ବି — [ଉ—ବଦଳିଆ କହିଦିଏ ରକ୍ଷିଠାର, ଉନ୍ନିଦ୍ର ଛାଡ଼ଇ ତେବେ ସ୍ୱାଧିକାର। ଅଜୟଚନ୍ଦ୍ର; ଶେଷବନ୍ଦୀ।
  • ଦେ. ବି — [ଦ୍ର—ଏହି ଠାରକୁ ସ୍ୱପକ୍ଷୀୟ ବ୍ଯକ୍ତିମାନେ ଜାଣି ଥାଆନ୍ତି। ରକ୍ଷି ବା ପହରାବାଲାମାନେ କୌଣସି ବ୍ଯକ୍ତିକୁ ଦେଖିଲାକ୍ଷଣି ତାକୁ ପ୍ରଶ୍ନ କରନ୍ତି 'କିଏ ରେ'? ସେ ସ୍ୱପକ୍ଷୀୟ ବ୍ଯକ୍ତି ହୋଇଥିଲେ 'ରକ୍ଷିଠାର' ଜାଣି ଥାଏ ଓ ସେହି ଠାରଟି ଉଚ୍ଚାରଣ କରି ଉତ୍ତର ଦିଏ ଓ ପହରାବାଲା ଜାଣି ପାରେ ଯେ, ଆଗନ୍ତୁକ ଆମ ଦଳର ବ୍ଯକ୍ତି। କିନ୍ତୁ ଅନ୍ଯ ଦଳର ବ୍ଯକ୍ତି ହୋଇଥିଲେ ସେ 'ରକ୍ଷିଠାର' ଜାଣି ନ ଥିବାରୁ ସେ ଠାରରେ ଉତ୍ତର ଦେଇ ପାରେ ନାହିଁ ଓ ବିପକ୍ଷୀୟ ବୋଲି ଧରା ପଡ଼ି ଦଣ୍ଡିତ ହୁଏ। ଦୁର୍ଗରକ୍ଷକ ମାଲିକଙ୍କ ଆଦେଶ ଅନୁସାରେ ଏ 'ରକ୍ଷିଠାର' ନିତି ନିତି ବଦଳାଯାଏ।]