ରକ୍ଷା ପଞ୍ଚମୀ Raksha pan̄chamī
- ସଂ. ବି (ମ. ପ. ଲୋ) — ରେଖାପଞ୍ଚମୀ; ଭାଦ୍ର କୃଷ୍ଣ ପଞ୍ଚମୀ — The 5th day of the dark fortnight of the month of Bhādra
- ସଂ. ବି (ମ. ପ. ଲୋ) — [ଦ୍ର—ପ୍ରତିବର୍ଷ ଏ ଦିନ ଗୃହକୁ ରାକ୍ଷସାଦିଙ୍କ ଆକ୍ରମଣରୁ, ରୋଗରୁ ଓ ସର୍ବ୍ୱାପଦରୁ ରକ୍ଷା କରିବା ପାଇଁ ଗୃହର ଦ୍ୱାର ନିକଟସ୍ଥ କାନ୍ଥରେ ଗଣେଶ, ମହାଦେବ ଓ (ଏକଗୋଡ଼ିକିଆ) ଭୈରବ ମୂର୍ତ୍ତିମାନ ଲେଖାଯାଏ ଏବଂ ଦାଣ୍ଡଚାଳରେ ଓ ବାଡ଼ିଚାଳରେ ରକ୍ଷାକାଣ୍ଡ ଉକୁଚା ଯାଏ।
- ସଂ. ବି (ମ. ପ. ଲୋ) — "ଘଣ୍ଟାକର୍ଣ୍ଣ ମହାବୀର ସର୍ବବ୍ୟାଧିନିବାରଣ ସର୍ବୋପଦ୍ରବସଂଘାତ ବିଦ୍ରାବଣହରପ୍ରିୟ।
- ସଂ. ବି (ମ. ପ. ଲୋ) — କଣ୍ଠେ ଯସ୍ୟ ମହାନୀଳଂ ଭୂଷଣଂ ଯସ୍ୟ ପନ୍ନଗାଃ ତେଜାଂସି ତସ୍ୟ ଦେବସ୍ୟ ରକ୍ଷନ୍ତୁ ମମ ମନ୍ଦିରଂ।
- ସଂ. ବି (ମ. ପ. ଲୋ) — ଯେନ ବଦ୍ଧୋ ବଳୀରାଜା ଦାନବେନ୍ଦ୍ରୋ ମହାସୁରଃ ତେନ ତ୍ୱାମପି ବଧ୍ନାମି ରକ୍ଷମାଚରମାଚଳ।
- ସଂ. ବି (ମ. ପ. ଲୋ) — ଦ୍ୱାରଦେବ ନମସ୍ତୁଭ୍ୟଂ ନମସ୍ତେ ନନ୍ଦିକେଶ୍ୱର ମାଂ ଭାଦ୍ର କୃଷ୍ଣପଞ୍ଚମ୍ୟାଂ ରକ୍ଷ ରକ୍ଷ ମହେଶ୍ୱର।"
- ସଂ. ବି (ମ. ପ. ଲୋ) — ଏହି ମନ୍ତ୍ରଟି ତାଳପତ୍ରରେ ଲେଖି ସେ ତାଳପତ୍ର ଖଣ୍ଡି ମୋଡ଼ା (ରକ୍ଷାକାଣ୍ଡ)ରେ ଗୁନ୍ଥିଦେଇ ରାତିରେ ଦାଣ୍ଡଚାଳରେ ଓ ବାଡ଼ି— ଚାଳରେ ସେ ମୋଡ଼ାଟି ଲଟକାଇ ଦିଆଯାଏ ଓ ପିଠା ପୂଜା କରି 'ବାଘମାମୁ' ଉଦ୍ଦେଶ୍ୟରେ ଘରର ବାହାରେ ଭିନ୍ନ ଭିନ୍ନ ଦିଗକୁ ପିଠାଖଣ୍ଡମାନ ପକାଇବାକୁ ହୁଏ। ଏ ଦିନ ଜଗନ୍ନାଥଙ୍କକର 'ରେଖା—ଲାଗି, ହୁଏ' ଅର୍ଥାତ୍ ରଥଯାତ୍ରାରୁ ଫେରି ଚିତ୍ରରେ ରେଖା କରାଯାଏ। ଏହାକୁ ରେଖାପଞ୍ଚମୀ କହନ୍ତି। ଏହାକୁ ମଧ୍ୟ ଲୋକେ ବାଘମାମୁ ପଞ୍ଚମୀ କହନ୍ତି।]