ରକ୍ତ ମୁହୀଁ Rakta muhīñ
- ଦେ. ବିଣ — ରକ୍ତମୁହାଁର ସ୍ତ୍ରୀଲିଙ୍ଗ — The feminine of Rakta muhāñ
- ବି — ରୁଧିରାକ୍ତମୁଖୀ କାଳୀ ଠାକୁରାଣୀ — Goddess kāḻī whose mouth and face are represented as stained with blood
- ବି — ଶାରଦୀୟ ଦୁର୍ଗାପୂଜାର ଷୋଳ ପୂଜା (ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ ଆଶ୍ୱିନ ଶୁକ୍ଳଅଷ୍ଟମୀ ବା ମହାଷ୍ଟମୀ ପର୍ଯ୍ୟନ୍ତ) ସମୟରେ ପଶୁବଳି ପାଇବା ପାଇଁ ଉଦ୍ଗ୍ରୀବା ଚଣ୍ଡୀ ବା ଦୁର୍ଗା ଦେବୀ — Goddess Durgā or Chaṇḍī during the 16 days of the autumnal Durgā pūjā
- ବି — [ଦ୍ର—ଏ ସମୟରେ ଦେବୀଙ୍କ ଆଗରେ ବଳି ପଡ଼େ, ଅତଏବ ସେହି ସମୟରେ ଦେବୀ ରକ୍ତଲୋଲୁପା ହୋଇଥିବା ଲୋକେ କଳ୍ପନା କରନ୍ତି।]