ରକ୍ତ ମୁଖୀ Rakta mukhī
- ଦେ. ବିଣ. (ସଂ. ରକ୍ତ ମୁଖ) — ଜୀବ ହତ୍ୟା କରି ତାହାର ରକ୍ତ ପିଇଥିବା ଯୋଗୁଁ ଯେଉଁ ହିଂସ୍ର ଜନ୍ତୁର ମୁହଁ ରୁଧିରାକ୍ତ ହୋଇଥାଏ — (an animal) Which has recently sucked blood of its victim and has its month smeared with blood
- ଦେ. ବିଣ. (ସଂ. ରକ୍ତ ମୁଖ) — ରକ୍ତ ପିପାସୁ; ରକ୍ତ ଲୋଲୁପ — Blood thirsty
- ଦେ. ବିଣ. (ସଂ. ରକ୍ତ ମୁଖ) — [ଦ୍ର—କଥିତ ଅଛି ଯେ ଅନ୍ୟ ଜୀବଙ୍କ ରକ୍ତ ଅପେକ୍ଷା ମନୁଷ୍ୟର ରକ୍ତ ସୁସ୍ୱାଦୁ। ଯେଉଁ ବାଘ ଥରେ ମନୁଷ୍ୟ ମାରି ମନୁଷ୍ୟର ରକ୍ତର ସ୍ୱାଦ ପାଇଥାଏ ସେ ନରରକ୍ତଲୋଲୁପ ହୁଏ ଓ ମଣିଷଖିଆ ବାଘ ବୋଲି ବିଖ୍ୟାତ ହୁଏ। ସେହି ବାଘକୁ ଲୋକେ କହନ୍ତି ' ଏ ବାଘ ରକ୍ତମୁଖା ହୋଇଛି।"]
- ଦେ. ବିଣ. (ସଂ. ରକ୍ତ ମୁଖ) — ଋତୁମତୀ (ସ୍ତ୍ରୀ) — Menstruated (woman); in her menses