ରକ୍ତ ବୀଜ Rakta bīja

  • ସଂ. ବି(ବହୁବ୍ରୀହି; ରକ୍ତ+ବୀଜ=ଉତ୍ପତ୍ତକାରଣ ଯାହାର) — ଦୁର୍ଗାଙ୍କ ସଙ୍ଗେ ଯୁଦ୍ଧ କରି ନିହତ ହୋଇଥିବା ଶୁମ୍ଭ ନିଶୁମ୍ଭଙ୍କର ସେନାପତି ଅସୁରବିଶେଷ — Name of a demon from whose blood sprang forth demons (killed by Durgā)
  • ସଂ. ବି(ବହୁବ୍ରୀହି; ରକ୍ତ+ବୀଜ=ଉତ୍ପତ୍ତକାରଣ ଯାହାର) — [ଦ୍ର—ଏହାର ରକ୍ତର ବିନ୍ଦୁମାନ ଭୂମିରେ ପଡ଼ିବା ମାତ୍ରକେ ସେଥିରୁ ତାହାରି ପରି ଅସୁରମାନେ ଜାତ ହୋଇ ଚଣ୍ଡୀଙ୍କ ସଙ୍ଗେ ଯୁଦ୍ଧ କରୁଥିଲେ, କିନ୍ତୁ ଚଣ୍ଡୀଙ୍କର ବିଶେଷ ଶକ୍ତି ଉକ୍ତ ଅସୁରର ମୁଣ୍ଡକାଟିବା ସଙ୍ଗେ ସଙ୍ଗେ ଜିହ୍ୱା ପ୍ରସାରଣ ପୂର୍ବକ ସବୁ ରକ୍ତପାନ କରିବାରୁ ତାହାର ରକ୍ତଭୂମିରେ ଆଉ ପଡ଼ିଲା ନାହିଁ। ତେଣୁ ସେ ତାକୁ ବିନାଶ କରିବାକୁ ସମର୍ଥା ହୋଇଥିଲେ। ଏହାର ବଧ ବୃତ୍ତାନ୍ତ ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଚଣ୍ଡୀରେ ବର୍ଣ୍ଣିତ ହୋଇଅଛି।]
  • ସଂ. ବି(ବହୁବ୍ରୀହି; ରକ୍ତ+ବୀଜ=ଉତ୍ପତ୍ତକାରଣ ଯାହାର) — (ରକ୍ତବର୍ଣ୍ଣ ଅଟେ ବୀଜ ଯହାର)—ଡାଳିମ୍ବ — Pomegranate
  • ସଂ. ବି(ବହୁବ୍ରୀହି; ରକ୍ତ+ବୀଜ=ଉତ୍ପତ୍ତକାରଣ ଯାହାର) — ରିଠା (ହି. ଶ.) — Soapnut
  • ଦେ. ବି — ରକ୍ତବୀଜ ବଂଶ (ଦେଖ) — Raktabīja baṃṣa (See)