ରକ୍ତ ବାହୁ Rakta bāhu

  • ସଂ. ବିଣ. ପୁଂ. (ବହୁବ୍ରୀହି) — ରକ୍ତବର୍ଣ୍ଣ ବାହୁ ବିଶିଷ୍ଟ — Having red arms
  • ଦେ. ବି — ଖ୍ରୀଷ୍ଟ ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭରେ ସମୁଦ୍ରପଥରେ ଜାହାଜରେ ଆସି ଓଡ଼ିଶାକୁ ଆକ୍ରମଣ କରିଥିବା ଯବନ ବିଶେଷ — Name of a non-Hindu invader who attacked Orissa by the sea in the beginning of the 4th century A.D
  • ଦେ. ବି — (ଉ—ସେହି ମୂର୍ତ୍ତି ତୋର ଉତ୍କଳେ ଚଢ଼ାଉ, କରି ଦେଖିଥିଲା ଦୈତ୍ୟ ରକ୍ତବାହୁ। ରାଧାନାଥ, ଚିଲିକା।)
  • ଦେ. ବି — [ଦ୍ର—ଜଗନ୍ନାଥ ମନ୍ଦିର 'ମାଦଳା ପାଞ୍ଜିରେ' ଲେଖାଅଛି, ଆନ୍ଧ୍ର ରାଜତ୍ୱକାଳରେ ରକ୍ତବାହୁ ନାମରେ ଜଣେ ଜଳଦସ୍ୟୁ ସମୁଦ୍ରବାଟେ ଆସି ଉତ୍କଳ ଆକ୍ରମଣ କରିଥିଲେ ଏବଂ ଜଗନ୍ନାଥଙ୍କୁ ବହୁ ପୀଡ଼ା ଦେଇଥିଲେ। ସେ ଜଣେ ଯବନ ରାଜା ଥିଲେ। ତାଙ୍କ ବଂଶୀୟ ରାଜାମାନେ ଉତ୍କଳରେ 146 ବର୍ଷ ରାଜତ୍ୱ କରିଥିଲେ। ଏଥିରୁ ବୋଧ ହୁଏ ଏ ଆନ୍ଧ୍ରଦେଶରେ ସେନାପତି ବା ରାଜା ଥିଲେ। ଏକେ ସେମାନେ ଦ୍ରାବିଡ଼, ସେଥିରେ ପୁଣି ବୌଦ୍ଧ, ତେଣୁ ଉତ୍କଳୀୟ ଆର୍ଯ୍ୟମାନେ ତାହାଙ୍କୁ ଯବନ ରାଜା ବୋଲି ଲେଖି ଅଛନ୍ତି। କୃପାସିନ୍ଧୁ, ଇତିହାସ। — [ଦ୍ର—ଜଗନ୍ନାଥ ମନ୍ଦିର 'ମାଦଳା ପାଞ୍ଜିରେ' ଲେଖାଅଛି, ଆନ୍ଧ୍ର ରାଜତ୍ୱକାଳରେ ରକ୍ତବାହୁ ନାମରେ ଜଣେ ଜଳଦସ୍ୟୁ ସମୁଦ୍ରବାଟେ ଆସି ଉତ୍କଳ ଆକ୍ରମଣ କରିଥିଲେ ଏବଂ ଜଗନ୍ନାଥଙ୍କୁ ବହୁ ପୀଡ଼ା ଦେଇଥିଲେ ସେ ଜଣେ ଯବନ ରାଜା ଥିଲେ ତାଙ୍କ ବଂଶୀୟ ରାଜାମାନେ ଉତ୍କଳରେ146ବର୍ଷ ରାଜତ୍ୱ କରିଥିଲେ ଏଥିରୁ ବୋଧ ହୁଏ ଏ ଆନ୍ଧ୍ରଦେଶରେ ସେନାପତି ବା ରାଜା ଥିଲେ ଏକେ ସେମାନେ ଦ୍ରାବିଡ଼, ସେଥିରେ ପୁଣି ବୌଦ୍ଧ, ତେଣୁ ଉତ୍କଳୀୟ ଆର୍ଯ୍ୟମାନେ ତାହାଙ୍କୁ ଯବନ ରାଜା ବୋଲି ଲେଖି ଅଛନ୍ତି କୃପାସିନ୍ଧୁ, ଇତିହାସ
  • ଦେ. ବି — କେହି କେହି ଏହାଙ୍କୁ ଆୟୋନୀୟ ବା ଗ୍ରୀକ୍ ମୁସଲମାନ ବୋଲି କହନ୍ତି; କିନ୍ତୁ ଅନେକଙ୍କ ମତରେ ଏ ବୌଦ୍ଧ ଧର୍ମାବଲମ୍ବୀ ଥିଲେ। ଏହାଙ୍କ ନାମ ମାଦଳାପାଞ୍ଜିରେ ଲେଖା ଅଛି। ତଦବଧି ପ୍ରାୟ 150 ବର୍ଷ କାଳ ଓଡ଼ିଶା ଯବନାଧିକାରଭୁକ୍ତ ଥିଲା। ପରିଶେଷରେ 474 ଖ୍ରୀଷ୍ଟାବ୍ଦରେ ଯଯାତିକେଶରୀ ଯବନମାନଙ୍କୁ ତଡ଼ି ଓଡ଼ିଶାରେ ରାଜା ହେଲେ।] — କେହି କେହି ଏହାଙ୍କୁ ଆୟୋନୀୟ ବା ଗ୍ରୀକ୍ ମୁସଲମାନ ବୋଲି କହନ୍ତି; କିନ୍ତୁ ଅନେକଙ୍କ ମତରେ ଏ ବୌଦ୍ଧ ଧର୍ମାବଲମ୍ବୀ ଥିଲେ ଏହାଙ୍କ ନାମ ମାଦଳାପାଞ୍ଜିରେ ଲେଖା ଅଛି ତଦବଧି ପ୍ରାୟ150ବର୍ଷ କାଳ ଓଡ଼ିଶା ଯବନାଧିକାରଭୁକ୍ତ ଥିଲା ପରିଶେଷରେ474ଖ୍ରୀଷ୍ଟାବ୍ଦରେ ଯଯାତିକେଶରୀ ଯବନମାନଙ୍କୁ ତଡ଼ି ଓଡ଼ିଶାରେ ରାଜା ହେଲେ]