ରକ୍ତ ପଡ଼ିବା Rakta paṟḍ̠ibā
- ଦେ. କ୍ରି — ରୋଗ ଯୋଗୁଁ ଦେହରୁ ରକ୍ତ ବାହାରିବା; ରକ୍ତସ୍ରାବ; ମୁଖବାଟେ ବା ଗୁହ୍ୟ ବାଟେ ବା ପ୍ରସ୍ରାବ ସଙ୍ଗେ ରକ୍ତସ୍ରାବ ହେବା — Bleeding due to disease; hemorrhage
- ଦେ. କ୍ରି — [ଦ୍ର—ଗୁହ୍ୟ ବାଟେ ରକ୍ତ ପଡ଼ିବା—ଅର୍ଶଃ, ଗୁହ୍ୟାର୍ଶଃ। ପ୍ରସ୍ରାବ ବାଟେ ରକ୍ତ ପଡ଼ିବା—ରକ୍ତ ମେହ। ସ୍ତ୍ରୀମାନଙ୍କର ଅସ୍ୱାଭାବିକ ରକ୍ତସ୍ରାବ—ରକ୍ତପ୍ରଦର। ନାକ ବାଟେ ରକ୍ତ ପଡ଼ିବା—ପୀନସ। ପାଟି ବାଟେ ରକ୍ତ ପଡ଼ିବା—ରକ୍ତବାନ୍ତି। ଦାନ୍ତରୁ ରକ୍ତ ପଡ଼ିବା—ସରସା, ଦନ୍ତାର୍ଶଃ। ଝାଡ଼ା ସଙ୍ଗେ ରକ୍ତ ପଡ଼ିବା—ରକ୍ତାମାଶୟ, ରକ୍ତାତିସାର। ଖଙ୍କାର ବା ଶିଙ୍ଘାଣି ସଙ୍ଗେ ରକ୍ତ ପଡ଼ିବା—ରାଜଯକ୍ଷ୍ମା।]
- ଦେ. କ୍ରି — ହାତର ବା ଗୋଡ଼ର ଅଂଶ ବିଶେଷ ହଠାତ୍ ଫୁଲିଯିବା; ରକ୍ତ ଗଡ଼ିବା — Temporary swelling of any part of the limb; affectation of the glands