ରଇ Rai

  • ଦେ. ବି.—(ସଂ. ରବି=ସୂର୍ଯ୍ୟ; ପ୍ରା. ରଇ) — ଚିତାଗ୍ନି; ଶବଦାହାଗ୍ନି — Cremation-fire; funeral fire; fire for burning a dead body
  • ଦେ. ବି.—(ସଂ. ରବି=ସୂର୍ଯ୍ୟ; ପ୍ରା. ରଇ) — [ଉ— ଚନ୍ଦନ କାଠ ଜାଳି ରଇକି ଭୀଷ୍ମଙ୍କୁ, ବୁଲାଇଲେ ରଇ ମଧ୍ୟରେ ଲଦିବାକୁ। କୃଷ୍ଣସିଂହ. ମହାଭାରତ. ଅନୁଶାସନ।]
  • ଦେ. ବି.—(ସଂ. ରବି=ସୂର୍ଯ୍ୟ; ପ୍ରା. ରଇ) — ଜୁଇ ଗାତ — A pit on which the funeral pyre is put
  • ଦେ. ବି.—(ସଂ. ରବି=ସୂର୍ଯ୍ୟ; ପ୍ରା. ରଇ) — (ଉ—ସହସ୍ର ସଂଖ୍ୟା ରଇ ହୋଇଅଛି ତହିଁ, ଭୂତ ପ୍ରେତ ବୁଲୁ ଅଛନ୍ତି ସୁଖ ପାଇ। କୃଷ୍ଣସିଂହ, ମହାଭାରତ, ଶାନ୍ତି।)
  • ଦେ. ବି.—(ସଂ. ରବି=ସୂର୍ଯ୍ୟ; ପ୍ରା. ରଇ) — ଉଚ୍ଚ ସ୍ଥାନରୁ ନିମ୍ନ ସ୍ଥାନକୁ ପାଣି ବୋହି ଯିବା ନିମନ୍ତେ ଖୋଳା ଯିବା ସରୁ ଓ ଲମ୍ବା ପହଣି — A long and narrow channel made for the flow of water from a high level
  • ଦେ. ବି.—(ସଂ. ରବି=ସୂର୍ଯ୍ୟ; ପ୍ରା. ରଇ) — [ଦ୍ର—ମାଛମାନଙ୍କର ସ୍ୱଭାବ ଯେ, ସେମାନେ (ବିଶେଷତଃ ବର୍ଷାଦିନେ ନୂଆ ପାଣି ବର୍ଷା ହେବା ସମୟରେ) ଉଚ୍ଚ ସ୍ଥାନରୁ ନିମ୍ନ ସ୍ଥାନକୁ ବୋହି ଯାଉଥିବା ଜଳ ସ୍ରୋତର ବିପରୀତ ଦିଗରେ ଉଚ୍ଚ ଆଡ଼କୁ ଗତି କରନ୍ତି ବା ଉଠନ୍ତି।
  • ଦେ. ବି.—(ସଂ. ରବି=ସୂର୍ଯ୍ୟ; ପ୍ରା. ରଇ) — ବର୍ଷାଦିନେ ଉଚ୍ଚ ସ୍ଥାନରେ ପାଣି ଜମା ରହିଲେ ସେହିଠାରୁ ନିମ୍ନ ସ୍ଥାନରେ ପାଣି ଜମାଥିବା ଭଣ୍ଡାରକୁ, ଅର୍ଥାତ୍ ନଈ, ପୋଖରୀ, ଜୋର ଆଦିକୁ 'ରଇ' କାଟି ଦେଲେ ଉଚ୍ଚ ସ୍ଥାନରୁ ନିମ୍ନ ସ୍ଥାନକୁ ବୋହି ଯାଉଥିବା ଜଳସ୍ରୋତର ପ୍ରତିକୂଳରେ ମାଛମାନେ ନିମ୍ନସ୍ଥାନରୁ ଉଚ୍ଚ ଆଡ଼କୁ ଉଠି ଯାଆନ୍ତି ଓ ଲୋକେ କିଛି ସମୟ ପରେ ରଇର ମୁହଁ ବନ୍ଦ କରି ଦେଇ 'ରଇ' ମଧ୍ୟରୁ ପାଣି ନିଗିଡ଼ି ଗଲେ ମାଛମାନଙ୍କୁ ଅନାୟାସରେ ଧରନ୍ତି।
  • ଦେ. ବି.—(ସଂ. ରବି=ସୂର୍ଯ୍ୟ; ପ୍ରା. ରଇ) — ବଙ୍ଗଳାରେ 'ରଇ' ଶବ୍ଦର ଅର୍ଥ ପୁଷ୍କରିଣୀର ମଧ୍ୟସ୍ଥଳ, ଯେଉଁଠାରେ 'ଦୀପିଦଣ୍ଡୀ' ଖୁଣ୍ଟ (ବଂ. ରଇକାଠ) ପୋତା ଯାଏ। ନୌକା ଉପରେ ଥିବା ଚାଳଘରକୁ ବଙ୍ଗଳାରେ 'ରଇ ଘର' ବୋଲାଯାଏ।]